President's Odisha tour ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ: ପ୍ରଭାବିତ ହେବନି ସାଧାରଣ ଯାତାୟାତ

Jun 11, 2026 - 20:33
President's Odisha tour ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ: ପ୍ରଭାବିତ ହେବନି ସାଧାରଣ ଯାତାୟାତ

"ଭୁବନେଶ୍ବର: ଚଳିତ ମାସ ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟ‌େରେ ସୁରକ୍ଷା ନିମନ୍ତେ ଯେଉଁ ଟ୍ରାଫିକ୍‌ ଆଦି ନିୟନ୍ତ୍ରଣ ହେବ ସେଥିରେ ସାଧାରଣ ଯାତାୟାତ ପ୍ରଭାବିନ ହେବନାହିଁ।

ଏନେଇ ପୁଲିସ ପ୍ରାାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment ଆଜି (ଗୁରୁବାର) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁରକ୍ଷା ଓ ଆଇନ-ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଜନସାଧାରଣଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟକଳାପ ଯଥାସମ୍ଭବ ପ୍ରଭାବିତ ନ ହେବା ପାଇଁ ଏକ ସୁବ୍ୟବସ୍ଥିତ ଟ୍ରାଫିକ ପରିଚାଳନା ଯୋଜନା ଓ ରୁଟ୍‌ ଚାର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

President And Prime Minister: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ: କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଓ "ନୋ ଫ୍ଲାଇଙ୍ଗ ଜୋନ" ଘୋଷଣା ଭିଭିଆଇପି ସୁରକ୍ଷା ପ୍ରୋଟୋକଲ୍‌ର କଡ଼ା ଅନୁପାଳନ, ସମସ୍ତ ସୁରକ୍ଷା କର୍ମୀ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଏବଂ ଦାୟିତ୍ୱବୋଧ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀଖୁରାନିଆ ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ସମାବେଶ ସ୍ଥଳ, ହେଲିପ୍ୟାଡ୍‌, କାରକେଡ୍‌ ରୁଟ୍‌ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ପରିଦର୍ଶନ କରିଥିଲେ।

ସମାବେଶରେ ବହୁସଂଖ୍ୟକ ଲୋକଙ୍କ ଉପସ୍ଥିତିର ସମ୍ଭାବନା ଥିବାରୁ ଭିଡ଼ ନିୟନ୍ତ୍ରଣ, ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ସହ ସାମଗ୍ରିକ ସୁରକ୍ଷା ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହାସହ ରାଷ୍ଟ୍ରପତିଙ୍କ ରହଣି ସ୍ଥାନ ଏବଂ ପୈତୃକ ଗ୍ରାମ ପରିଦର୍ଶନ କରି ସେଠାରେ ସୁରକ୍ଷା ବ୍ୟବସ୍ଥା, ଯୋଜନା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

President Droupadi Murmu: ଜୁନ ୨୦ରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ହେବ ଉଦ୍‍ଘାଟନ, ଶିଳାନ୍ୟାସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଗୁଇନ୍ଦା ବିଭାଗକୁ ସକ୍ରିୟ ରଖିବା, ସମଗ୍ର ଜିଲ୍ଲାରେ ପାଟ୍ରୋଲିଂ ବୃଦ୍ଧି କରିବା ଏବଂ ସମସ୍ତ ସନ୍ଦେହଜନକ ଗତିବିଧି ଉପରେ କଡ଼ା ନଜର ରଖିବାକୁ ମଧ୍ୟ ସ୍ଥାନୀୟ ପୋଲିସ ଅଧିକାରୀମାନଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।