Lightning Strike ବଜ୍ରପାତରେ ଜଳିଗଲା ଘର, ବର୍ତ୍ତିଗଲେ ୩ ସଦସ୍ୟ

Jun 26, 2026 - 18:08
Lightning Strike ବଜ୍ରପାତରେ ଜଳିଗଲା ଘର, ବର୍ତ୍ତିଗଲେ ୩ ସଦସ୍ୟ

"ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯାଲୋଏ ପଞ୍ଚାୟତରେ ଆଜି ବଜ୍ରପାତରେ ଏକ ଛଣଛପର ଘର ପୋଡ଼ିଯାଇଛି।

ଏଥିରେ ଥିବା ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Advertisment  ଆଜି (ଶୁକ୍ରବାର) ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଅନୁଭୂତ ହୋଇଥିଲା।

ତୁଳସୀଟିକ୍ରା ଗାଁରେ ନିଜ ଘରେ ଏକା ଦଣ୍ଡା, ପତ୍ନୀ କହର ଦନ୍ତା, ଝିଅ ରଶ୍ମିତା ଦନ୍ତା ଥିଲେ।

ଏହି ସମୟରେ ତାଙ୍କ ଘର ଉପରେ ବଜ୍ରପାତ ହୋଇଥିଲା।

ଫଳରେ ଘରେ ନିଆଁ ଲାଗିଯାଇଥିଲା।

ନିଆଁ ଲାଗିବା ଜାଣି ପରିବାର ସଦସ୍ୟ ଭୟରେ ବାହାରକୁ ଚାଲିଆସିଥିଲେ।

ପ୍ରବଳ ବର୍ଷା ସତ୍ୱେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ପୋଡ଼ି ଛାର ଖାର ହୋଇ ଯାଇଥିଲା l ସ୍ଥାନୀୟ ସରପଞ୍ଚ ନିବେଦିତା ମିଶ୍ର ପହଂଚି ପ୍ରାଥମିକ ସହାୟତା କରିଛନ୍ତି।

ଉଲୁଣ୍ଡା ତହସିଲଦାର ମମତା ମେହେର କୁ ଫୋନ ଯୋଗେ ଜଣାଇ ପରବର୍ତ୍ତୀ ସହାୟତା ଦେବାକୁ ଅନୁରୋଧ କରିଛନ୍ତି।

"