India vs Ireland 1st T20I: ଅନ୍ତର୍ଜାତୀୟ ପଦାର୍ପଣ ପାଇଁ ଆହୁରି ଅପେକ୍ଷା କରିବେ ବୈଭବ

Jun 26, 2026 - 18:08
India vs Ireland 1st T20I: ଅନ୍ତର୍ଜାତୀୟ ପଦାର୍ପଣ ପାଇଁ ଆହୁରି ଅପେକ୍ଷା କରିବେ ବୈଭବ

"ବେଲଫାଷ୍ଟ: ଭାରତ ଏବଂ ଆର୍ୟଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶଙ୍ଖଳାର ପ୍ରଥମ ମୁକାବିଲା ଆଜି ଖେଳାଯାଉଛି।

ଉଭୟ ଟିମ୍‌ ମଧ୍ୟରେ ଏହି ମୁକାବିଲା ସିଭିଲ ସର୍ଭିସ କ୍ରିକେଟ୍‌ କ୍ଲବରେ ଖେଳାଯାଉଛି।

ମୁକାବିଲାରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଟସ୍‌ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଏହି ମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀ ପଦାର୍ପଣ କରୁ ନାହାନ୍ତି।

ଅର୍ଥାତ ବୈଭବଙ୍କୁ ଅନ୍ତର୍ଜାତୀୟ ପଦାର୍ପଣ ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।

Advertisment ଆଜିର ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯିବ ନାହିଁ ବୋଲି ପୂର୍ବରୁ ସୂଚନା ମିଳି ସାରିଥିଲା।

ଭାରତୀୟ କ୍ରିକେଟ୍‌ ଟିମ୍‌ର ବ୍ୟାଟିଂ କୋଚ୍‌ ସୀତାଂଶୁ କୋଟକ ପରୋକ୍ଷରେ ବୟାନ ଦେଇଥିଲେ।

ସେ କହିଥିଲେ ଯେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ଦେବା ପାଇଁ ଟିମ୍‌ ପରିଚାଳନା କାହାରିକୁ ଡ୍ରପ୍‌ କରିପାରିବ ନାହିଁ।

ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ମୋର ସଂପୂର୍ଣ୍ଣ ଭରସା ଯେ, ତାଙ୍କୁ ଶକ୍ତି ପ୍ରଦର୍ଶନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବ।

Cricketer Basant Mohanty: କ୍ଲବ୍‌ କ୍ରିକେଟ୍‌ର ଗୁରୁତ୍ବ ଦିନକୁ ଦିନ ବଢ଼ିବାରେ ଲାଗିଛି: ବସନ୍ତ ମହାନ୍ତି ସୂଚନାଯୋଗ୍ୟ, ଆର୍ୟଲାଣ୍ଡ ବିପକ୍ଷ ଭାରତୀୟ ଟି-୨୦ ଟିମ୍‌ରେ ଅଭିଷେକ ଶର୍ମା, ସଂଜୁ ସାମସନ (ୱିକେଟ୍‌କିପର), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଶିଭମ ଦୁବେ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ସୂର୍ଯ୍ୟାଂଶ ଶେଡ୍‌ଗେ, ବୈଭବ ସୂର୍ଯ୍ୟବଂଶୀ, ରବି ବିଶ୍ନୋୟୀ ଏବଂ ପ୍ରିନ୍ସ ଯାଦବ ଅଛନ୍ତି।

କିନ୍ତୁ ଆଜିର ମ୍ୟାଚ୍‌ରେ ସୂର୍ଯ୍ୟାଂଶ ଶେଡ୍‌ଗେ, ବୈଭବ ସୂର୍ଯ୍ୟବଂଶୀ, ରବି ବିଶ୍ନୋୟୀ ଏବଂ ପ୍ରିନ୍ସ ଯାଦବ ସାମିଲ ହୋଇପାରି ନାହାନ୍ତି।

"