Lightning claimed 3 lives: ବଜ୍ରପାତ ନେଲା ୩ ଜୀବନ: ବାଇକ୍ ସହ ଜଳିଗଲେ ୨ ଜଣ, ୫ ଗୁରୁତର
ଦେବଗଡ଼: ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସୋମବାର ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବାରକୋଟ ବ୍ଲକ୍ ବସାଲଇ ପଞ୍ଚାୟତ କଟାସାହି ଗ୍ରାମର ଡୋଳାମଣି ପେଣ୍ଠେଇ, ପିଟାସାହିର ବୁବୁନ ସାମଲ ଓ ଦେବଗଡ଼ ପୌରାଞ୍ଚଳ ମିରଗିଡ଼ିଆସାହିର ରାଜା କାଣ୍ଡୁଲାନା। ଆଜି ଅପରାହ୍ଣ ୪ଟା ବେଳେ ୩ଟି ବାଇକ୍ରେ ଡୋଳାମଣି, ବୁବୁନ ଓ ଅନ୍ୟ ୪ ଜଣ ଯୁବକ ଭାଟସିଂ ଗ୍ରାମକୁ ଯାଇଥିଲେ। ଫେରିବା ବେଳେ ବର୍ଷା ସହ ବଜ୍ରପାତ ହୋଇଥିଲା।
Shashi Tharoor: ଥରୁର୍ଙ୍କ ଜମ୍ମୁ କଶ୍ମୀର ସ୍ଥିତିରେ ଉନ୍ନତି ମନ୍ତବ୍ୟକୁ କଂଗ୍ରେସର ତୀବ୍ର ସମାଲୋଚନା
ବଜ୍ରପାତ ଯୋଗୁଁ ବାଇକ୍ ଜଳିଯିବା ସହ ସେଥିରେ ଥିବା ଡୋଳାମଣି ଓ ବୁବୁନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ଦେବଗଡ଼ ପୌରାଞ୍ଚଳ ପତ୍ରାପାଲି ସାହିର ରାଜା ଓ ତାଙ୍କ ସ୍ତ୍ରୀ ବର୍ଷା କାଣ୍ଡୁଲାନା ଘରେ ଥିବା ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ରାଜାଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ଷା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
Abilitysport Youth Games: ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ା: ଆକାଶ, ବିଭାସିନ୍ଧୁଙ୍କ ଚମକ