Life-Mantra: ଜୀବନ-ମନ୍ତ୍ର: ବେଦହରଣ ଓ ଶଙ୍ଖାସୁର ବଧ

Nov 05, 2026 - 08:47
Life-Mantra: ଜୀବନ-ମନ୍ତ୍ର: ବେଦହରଣ ଓ ଶଙ୍ଖାସୁର ବଧ

'କାର୍ତ୍ତିକ ମାହାତ୍ମ୍ୟ'ର ତୃତୀୟ ଓ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି 'ଶଙ୍ଖାସୁରର ବେଦହରଣ' ଓ 'ଶଙ୍ଖାସୁର ବଧ' ପ୍ରସଙ୍ଗ।

ପତ୍ନୀ ସତ୍ୟଭାମାଙ୍କ ଅନୁରୋଧରେ ଶ୍ରୀକୃଷ୍ଣ ତାଙ୍କୁ ଏହି କାହାଣୀ କହିଛନ୍ତି।

ତାଙ୍କ ଅନୁସାରେ, ପ୍ରଥମେ ରାଜା ପୃଥୁ ଦେବର୍ଷି ନାରଦଙ୍କୁ ଏହି କାହାଣୀ କହିଥିଲେ।

କଳ୍ପର ଶେଷରେ, କୃତ (ସତ୍ୟ) ଯୁଗରେ ଧରଣୀରେ ଅନନ୍ତକୋଟି ଜୀବ ଜାତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ସିନ୍ଧୁପୁତ୍ର ଶଙ୍ଖାସୁର ଅନ୍ୟତମ।

ଅସୁରବୁଦ୍ଧିରେ ସେ ତ୍ରିଲୋକ ବିଜୟ କଲା ଏବଂ ବ୍ରହ୍ମା ଆଦି ଦେବଗଣଙ୍କୁ ଅବଦମିତ କରି ବେଦ ଆଦି ଶାସ୍ତ୍ରଙ୍କୁ ଅପହରଣ କରିନେଲା।

ବେଦମାନଙ୍କୁ ନେଇ ଗୁପ୍ତରେ ସେ ସିନ୍ଧୁ ଜଳରେ ଲୁଚାଇ ରଖିଲା।

Advertisment PV Sindhu: ବିଡବ୍‌ଲ୍ୟୁଏଫ୍‌ ମାନ୍ୟତା: ଷଷ୍ଠକୁ ଉଠିଲେ ସିନ୍ଧୁ ବେଦ ନ ଥିବାରୁ ମୁନିମାନେ ଯଜ୍ଞ କରିପାରିଲେ ନାହିଁ।

ହବିଭାଗ ନ ପାଇ ଦେବତାମାନେ ଦୁଃଖରେ ଦିନ ବିତାଇଲେ।

ସଂସାର ନାରଖାର ହେଲା।

ଶସ୍ୟ ନ ପାଇ ଜନ୍ତୁମାନେ ମଲେ।

ସେଥିରେ ବିଚଳିତ ହୋଇ ବ୍ରହ୍ମା ଅନ୍ୟ ଦେବଗଣଙ୍କୁ ନେଇ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ।

ଯୋଗନିଦ୍ରାରେ ଶାୟିତ ବିଷ୍ଣୁଙ୍କୁ ସେମାନେ କହିଲେ- ଆପଣଙ୍କର ଅନ୍ୟନାମ ବେଦାଙ୍ଗ।

ଆପଣ ଏବେ ଆପଣଙ୍କୁ ଉଦ୍ଧାର କରନ୍ତୁ।

ସେମାନଙ୍କର ନିବେଦନ ଶୁଣି ବିଷ୍ଣୁ କହିଲେ- ଏବେ କାର୍ତ୍ତିକ ମାସ।

ତୁମ୍ଭେମାନେ ପ୍ରାତଃସ୍ନାନ ଓ ତୁଳସୀ ସେବନ କରି କାର୍ତ୍ତିକ ବ୍ରତ ପାଳନ କର।

ନିରାମିଷ ଭୋଜନ କର ଏବଂ କ୍ରୋଧ ଓ ଈର୍ଷା ଆଦି ତେଜ।

ସେହି ଅସୁର ମରିବ ଏବଂ ତୁମ୍ଭମାନଙ୍କର ସବୁ ବିଘ୍ନର କ୍ଷୟ ହେବ।

ଏହା କହି ଭଗବାନ ବିଷ୍ଣୁ ଆଦେଶ ଦେଲେ- ଆସନ୍ତାକାଲି ଆଶ୍ବିନ ଶୁକ୍ଳ ଏକାଦଶୀ।

ମୃଗରାଶି ଓ ଧନିଷ୍ଠା ନକ୍ଷତ୍ର ଯୋଗୁଁ ସର୍ବମଙ୍ଗଳ ଯୋଗ ଅଛି।

ତୁମ୍ଭେମାନେ ସମୁଦ୍ର ଜଳରେ ମୀନ ରୂପେ ପ୍ରବେଶ ହୁଅ।

ମୁଁ ମହାମତ୍ସ୍ୟ ରୂପରେ ଅବତାର ଗ୍ରହଣ କରି ସେହି ବେଦହରଣକାରୀ ଅସୁରକୁ ଖୋଜି ନିପାତ କରିବି।

ସେହି ପ୍ରତିଶ୍ରୁତି ଅନୁସାରେ, ଭଗବାନ ବିଷ୍ଣୁ ବିନ୍ଧ୍ୟପର୍ବତ ନିବାସୀ କଶ୍ୟପ ଋଷିଙ୍କ ଜଳ ଆଞ୍ଜୁଳିରେ ଏକ ଶଫରୀ ରୂପେ ଆବିର୍ଭୂତ ହେଲେ।

ସେ କ୍ରମେ ବୃହତ୍‌ରୁ ବୃହତ୍ ରୂପ ଧାରଣ କରି ସମୁଦ୍ରରେ ମହାମତ୍ସ୍ୟ ରୂପେ ଅବତୀର୍ଣ୍ଣ ହେଲେ।

ତାହା ଭଗବାନ ବିଷ୍ଣୁଙ୍କର ଆଦ୍ୟ ଅବତାର।

ସୁବର୍ଣ୍ଣ ବର୍ଣ୍ଣର ସେହି ରୋହିତ ଜାତିର ମତ୍ସ୍ୟଙ୍କର ଚକ୍ଷୁ ଓ ଅଧର ଥିଲା ରକ୍ତବର୍ଣ୍ଣ।

ରୂପ ଥିଲା ବିରାଟ।

ପର୍ବତତୁଲ୍ୟ ତାଙ୍କର ପୁଚ୍ଛର ଆଘାତରେ ଧରଣୀ ଟଳମଳ ହେଲା।

ତାଙ୍କର ଗର୍ଜନରେ ଆକାଶ ଉଚ୍ଛନ୍ନ ହେଲା।

ସିନ୍ଧୁ ଉଛୁଳି କୂଳ ଲଂଘନ କଲା।

ସମୁଦ୍ର ଜଳ ଶୂନ୍ୟ ହୋଇଗଲା।

Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ଭଗବାନ ବିଷ୍ଣୁ ସେହି ମତ୍ସ୍ୟ ରୂପରେ ଶଙ୍ଖାସୁରକୁ ଧରି ତା'ର ମୁହଁରେ ମୁହଁ ଲଗାଇ ଏପରି ଭାବେ ତା'ର ଦେହକୁ ପବନରେ ପୂର୍ଣ୍ଣ କରିଦେଲେ ଯେ ତାହାର ମାଂସ, ଶୋଶିତ, ଚର୍ମ ଓ କେଶ ଆଦି ଉଡ଼ିଯାଇ ଦୂରରେ ପଡ଼ିଲେ।

କେବଳ ଅସ୍ଥି ବା ଖୋଳପା ପଡ଼ିରହିଲା।

ତାହାକୁ ବାମ ହାତରେ ଉଠାଇ ନେଇ ବିଷ୍ଣୁ ଶଙ୍ଖ ପରି ବଜାଇଲେ।

ସେହି ଶଙ୍ଖଧ୍ବନିରେ ତ୍ରିପୁର ପ୍ରତିଧ୍ବନିତ ହେଲା।

ଏହିପରି ଭାବରେ ମତ୍ସ୍ୟ ଅବତାରରେ ଶଙ୍ଖାସୁରକୁ ମାରି ଭଗବାନ ବେଦ ଉଦ୍ଧାର କଲେ।

ସେହି ଅନୁସାରେ, ଆଶ୍ବିନ ଶୁକ୍ଳ ଏକାଦଶୀ ଦିନ ବ୍ରତଧାରୀମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ପାଳନ କରନ୍ତି।

କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଜଳରେ ବାସ କରୁଥିବାରୁ, ଏହି ମାସରେ ପ୍ରାତଃସ୍ନାନ ପରମ ପୁଣ୍ୟପ୍ରଦ ହୋଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)