MCL: ଏମସିଏଲ କୁଲଡା ନିକଟରେ ଦୁର୍ଘଟଣା: କୋଇଲା ବୋଝେଇ ଟ୍ରଲର ଓଲଟି ଚାଳକ ମୃତ, କ୍ଷତିପୂରଣ ଦାବିରେ ଉତ୍ତେଜନା

Nov 05, 2026 - 11:40
MCL: ଏମସିଏଲ କୁଲଡା ନିକଟରେ ଦୁର୍ଘଟଣା: କୋଇଲା ବୋଝେଇ ଟ୍ରଲର ଓଲଟି ଚାଳକ ମୃତ, କ୍ଷତିପୂରଣ ଦାବିରେ ଉତ୍ତେଜନା

ସୁନ୍ଦରଗଡ଼ : ଏମସିଏଲ କୁଲଡା ଖଣି ନିକଟରେ ଦୁର୍ଘଟଣା ।

ବ୍ରେକ୍ ଡାଉନ୍ କୋଇଲା ବୋଝେଇ ଟ୍ରେଲରକୁ ସାଇଡ୍ କରୁଥିବା ବେଳେ ଓଲଟି ପଡ଼ିଲା ଗାଡ଼ି।

ଟ୍ରଲର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ।

ମୃତକ ହେଲେ ପ୍ରଦୀପ ମହାକୁର।

କ୍ଷତିପୂରଣ ଦାବିରେ ମଧ୍ୟରାତ୍ରିରୁ ଶବ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ।

ସୂଚନା ଅନୁସାରେ, ଏସସିଟିଏଲ, ବିସିଟିଏଫ ଓ ବିବିଏମସି ଯୌଥ ଟ୍ରାନ୍ସପୋର୍ଟିଂ କମ୍ପାନି ଅଧୀନରେ କାମ କରୁଥିଲେ।

ଗତକାଲି କୁଲଡ଼ା ପ୍ରକଳ୍ପ ନିକଟରେ ରାତି ପ୍ରାୟ ୨ଟାରେ (ଓଡି- ୨୮ ଏନ୍- ୭୭୩୨) ଟ୍ରେଲର ଏକ କୋଇଲା ବୋଝେଇ ଟ୍ରେଲର୍ ବ୍ରେକ୍ ଡାଉନ୍ ହୋଇଥିଲା।

Advertisment ଆହୁରି ପଢନ୍ତୁ: CNG: ସ୍କୁଟରରେ କାହିଁକି କମ୍‌ ରଖାଯାଏ CNG ଟ୍ୟାଙ୍କ କ୍ଷମତା?

ଜାଣନ୍ତୁ ଏହା ପଛର ପ୍ରକୃତ କାରଣ ପ୍ରଦୀପ କମ୍ପାନୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଗାଡ଼ିଟିକୁ ସାଇଡ୍ କରୁଥିବା ବେଳେ ଓଲଟି ପଡ଼ିଥିଲା।

ଯାହାଫଳରେ ଟ୍ରଲର ତଳେ ଚାପି ହୋଇ ଚାଳକ ପ୍ରଦୀପ ମହାକୁରଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଅନ୍ୟପଟେ, ଦୁର୍ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିବା ଓ କମ୍ପାନୀ କାର୍ଯ୍ୟାଳୟରେ ତାଲା ପକାଇ ଫେରାର ହୋଇଥିବା ଅଭିଯୋଗ ହୋଇଛି।

ଏହା ପରେ ଉଚିତ କ୍ଷତିପୂରଣ ଦାବିରେ ମୃତଦେହ ଉଠାଇବାକୁ ଦେଉନାହାନ୍ତି ପରିବାର ଲୋକେ।

ଖଣି ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)