Republican Party: ନିର୍ବାଚନୀ ଝଟକା ପରେ ଟ୍ରମ୍ପଙ୍କ ଟାର୍ଗେଟ୍ରେ ରକ୍ଷାମନ୍ତ୍ରୀ !
ନୂଆଦିଲ୍ଲୀ: ଆମେରିକାରେ ନିର୍ବାଚନୀ ଝଟକା...
ଏବେ ଟ୍ରମ୍ପଙ୍କ କ୍ୟାବିନେଟ୍ରେ ହଲଚଲ !
ଇରାନ୍ ସହ ଯୁଦ୍ଧ ଯୋଗୁଁ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଶୋଚନୀୟ ପରାଜୟ ।
ଆଉ ଏହି ପରାଜୟର ଦୋଷ କାହା ମୁଣ୍ଡରେ ଲଦାଯିବ ?
ଚର୍ଚ୍ଚାରେ ଏବେ ଆମେରିକାର ରକ୍ଷାମନ୍ତ୍ରୀ ପିଟ୍ ହେଗସେଥ୍ ।
ଟ୍ରମ୍ପଙ୍କ ଘନିଷ୍ଠ ଏହି ମନ୍ତ୍ରୀଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡ଼ୁଆ ।
ଯୁଦ୍ଧର ନିଷ୍ପତ୍ତି ଏବେ ଟ୍ରମ୍ପ ସରକାରଙ୍କ ପାଇଁ ରାଜନୈତିକ ବୁମେରାଙ୍ଗ୍ ହେବାକୁ ଯାଉଛି ।
ଆମେରିକାର ମିଡଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପରେ ଇରାନ୍ ଯୁଦ୍ଧକୁ ଦାୟୀ କରୁଛନ୍ତି ଦଳର ନେତା ।
Advertisment US Midterm Elections: ଟ୍ରମ୍ପଙ୍କ ଗଡ଼ରେ ଭାରତୀୟ ଝିଅଙ୍କ ବାଜିମାତ୍!
ଜୟପୁରରୁ ଆମେରିକା, ପିଆ ଡାଣ୍ଡିଆଙ୍କ ଐତିହାସିକ ବିଜୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଯୁଦ୍ଧର ପ୍ରଭାବକୁ ସ୍ୱୀକାର କରିଛନ୍ତି ।
ଏବେ ଏହି ପରାଜୟର ଦୋଷ ରକ୍ଷାମନ୍ତ୍ରୀ ପିଟ୍ ହେଗସେଥ୍ଙ୍କ ଉପରେ ଲଦିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି ।
ପେଣ୍ଟାଗନ୍ର ଜଣେ ପୂର୍ବତନ ଅଧିକାରୀଙ୍କ ମତରେ, ଇରାନ୍ ଯୁଦ୍ଧ ମୁଖ୍ୟତଃ ରକ୍ଷା ବିଭାଗର ନେତୃତ୍ୱରେ ହୋଇଥିଲା ।
ଯୁଦ୍ଧର ଲକ୍ଷ୍ୟ, ସମୟସୀମା ଓ ଉଦ୍ଦେଶ୍ୟକୁ ନେଇ ହେଗସେଥ୍ଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।
ଏପଟେ ରିପବ୍ଲିକାନ୍ ସାଂସଦ ଥମ୍ ଟିଲିସ୍ ମଧ୍ୟ ହେଗସେଥ୍ଙ୍କ ଭବିଷ୍ୟତକୁ ନେଇ ସଙ୍କେତ ଦେଇଛନ୍ତି ।
ଡେମୋକ୍ରାଟ୍ମାନେ ମଧ୍ୟ ପେଣ୍ଟାଗନ୍ର କାର୍ଯ୍ୟଶୈଳୀ ଓ ଯୁଦ୍ଧ ପରିଚାଳନାର ତଦନ୍ତ ଦାବି କରିଛନ୍ତି ।
ଟ୍ରମ୍ପ ହେଗସେଥ୍ଙ୍କୁ ଖୋଲାଖୋଲି ସମର୍ଥନ କରୁଥିଲେ ବି, ନିର୍ବାଚନୀ ପରାଜୟ ତାଙ୍କ ରାଜନୈତିକ ଭବିଷ୍ୟତକୁ ଅନିଶ୍ଚିତ କରିଦେଇଛି ।
ଏବେ ପ୍ରଶ୍ନ, ଯୁଦ୍ଧର ମୂଲ୍ୟ ଦେବେ କି ହେଗସେଥ୍ ?
ନା ଟ୍ରମ୍ପ ନିଜ ମନ୍ତ୍ରୀଙ୍କୁ ଢାଲ୍ କରି ରଖିବେ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
