Leopard attack: ଅଗଣାରୁ ଦୁଇ ବର୍ଷୀୟ ଶିଶୁକନ୍ୟାକୁ ଝାମ୍ପିନେଇ ଜଙ୍ଗଲକୁ ପଳାଇଲା କଲରାପତରିଆ!
ରାଇଘର (ଦେବେନ୍ଦ୍ର ମିଶ୍ର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଯୋଡ଼ିଙ୍ଗା ପଂଚାୟତର ଚଡ଼ିଆପାରା ଗ୍ରାମରେ କଲରାପତରିଆ ବାଘର ଆତଙ୍କ ଦେଖାଯାଯାଇଛି l ଚଡ଼ିଆପାରା ଗ୍ରାମର ଘଟିଛି ଏକ ଅଭାବନୀୟ ଘଟଣାl ଏକ କଲରାପତରିଆ ବାଘ ଜଙ୍ଗଲ ମଧ୍ୟରୁ ଆସି ଦୁଇ ବର୍ଷର ଶିଶୁକନ୍ୟାକୁ ଅଗଣା ମଧ୍ୟରୁ ଝାମ୍ପି ନେଇଥିବା ଘଟଣା ଏବେ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି l ସନ୍ଧ୍ୟା ୭ଟା ସମୟରେ ନିଜ ଘର ଅଗଣାରେ ଦୁଇ ବର୍ଷର ଝିଅ ବେଦିକାକୁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଏକ କଲରାପତରିଆ ବାଘ ଝାମ୍ପି ନେଇଥିବା ଜଣାପଡ଼ିଛି l Advertisment ଚଡ଼ିଆପାରା ଗ୍ରାମର ବିଷ୍ଣୁ ଗଣ୍ଡ ଏବଂ ତାଙ୍କ ପତ୍ନୀ ସୁମିତ୍ରା ଗଣ୍ଡଙ୍କ ଦ୍ଵିତୀୟ ସନ୍ତାନ ତଥା ଦୁଇ ବର୍ଷର ଝିଅ ବେଦିକା ସନ୍ଧ୍ୟା ୭ଟା ସମୟରେ ନିଜ ଅଗଣାରେ ବସିଥିଲାl ତାର ମା' ଘର ଭିତରେ ଖାଇବାକୁ ବସିଥିଲେ l ଠିକ ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ କଲରାପତରିଆ ଆସି ଝାମ୍ପି ନେଇ ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲା l ଅଗଣାରେ ବେଦିକାର ମଳ ପଡ଼ିଥିବା ସହିତ କିଛି ସ୍ଥାନରେ ରକ୍ତର ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲାl ବାଉଁଶ ବୁଦା ନିକଟରେ ବାଘ!
ଏହି ଘଟଣା ତାଙ୍କ ଶଶୁର ବାଉଁଶ ବୁଦା ନିକଟରେ ବାଘ ଟାଣି ନେଇଥିବା ଦେଖି ପରିବାର ଏବଂ କୁନ୍ଦେଇ ବନ ବିଭାଗକୁ ଖବର ଦେଇଥିଲେl ଘଟଣାସ୍ଥଳରେ କୁନ୍ଦେଇ ବନ କର୍ମଚାରୀ ଏବଂ ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲରେ ଖୋଜା ଖୋଜି କରିଥିଲେl ରାତି ଯୋଗୁଁ ଝିଅର କୌଣସି ଖୋଜଖବର ମିଳିପାରି ନାହିଁl Leopard: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ, ଘର ଅଗଣାରୁ ପୋଷା କୁକୁରକୁ ଶିକାର କଲା ଗାଁ ଲୋକେ ଦେଖିଥିଲେ କଲରାପତରିଆ ପ୍ରକାଶ ଥାଉକି ବିଷ୍ଣୁଙ୍କ ଘର ଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ସଂରକ୍ଷିତ ଜଙ୍ଗଲ l ଏହି ଜଙ୍ଗଲ ଛତିଶଗଡ଼ ଜଙ୍ଗଲକୁ ଲାଗି ରହିଥିବା ଯୋଗୁଁ କଲରାପତରିଆ ବାଘର ଅବାଧ ପ୍ରବେଶ ଆଶଙ୍କା ରହିଛି l ଅପରାହ୍ନ ୩ଟା ସମୟରେ ମାରିପାରା ଗ୍ରାମର କିଛି ଲୋକ ଜଙ୍ଗଲରେ କଲରାପତରିଆ ବାଘ ଦେଖିଥିଲେl ମାରିପାରା ଗ୍ରାମକୁ ଲାଗିଛି ଚଡ଼ିଆପାରା ଗ୍ରାମl ଝାଡ଼ା ବସୁଥିବା ସମୟରେ ବେଦିକାକୁ କଲରା ପତରିଆ ବାଘ ଝାମ୍ପି ନେଇ ଜଙ୍ଗଲ ମଧ୍ୟରେ କୋଉଠି ନେଇ ଯାଇଛି ତାହା ଏ ପର୍ଯ୍ୟନ୍ତ କୌଣସି ଖବର ମିଳିପାରି ନାହିଁl
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
