Lawrence Bishnoi’s uncle: ସଲମାନ ଖାନ୍‌ଙ୍କୁ ପୁଣି କ୍ଷମା ମାଗିବାକୁ କହିଲେ ଲରେନ୍ସ ବିଷ୍ଣୋଇଙ୍କ ଦାଦା

Nov 04, 2026 - 20:06
Lawrence Bishnoi’s uncle: ସଲମାନ ଖାନ୍‌ଙ୍କୁ ପୁଣି କ୍ଷମା ମାଗିବାକୁ କହିଲେ ଲରେନ୍ସ ବିଷ୍ଣୋଇଙ୍କ ଦାଦା

ନୂଆଦିଲ୍ଲୀ: ବିଷ୍ଣୋଇ ସମାଜର ୫୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଜେଲ୍‌ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଙ୍କ ଦାଦା ରମେଶ ବିଷ୍ଣୋଇ ପୁଣିଥରେ ବଲିଉଡ୍ ଅଭିନେତା ସଲମାନ ଖାନ୍‌ ଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି।

ବିକାନେରରେ ଥିବା ବିଷ୍ଣୋଇ ସମାଜର ମୁକ୍ତିଧାମ ମୁକାମ ମନ୍ଦିରକୁ ଆସି ଦୁଇଟି କୃଷ୍ଣସାର ମୃଗ ହତ୍ୟା ଘଟଣା ପାଇଁ ସଲମାନ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।

ଏଥିସହ ଅଭିନେତା ମନ୍ଦିରକୁ ଆସିଲେ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ମଧ୍ୟ ଦେଇଛନ୍ତି।

Advertisment ଲରେନ୍ସଙ୍କ ବାପାଙ୍କ ସାନଭାଇ ରମେଶ ବିଷ୍ଣୋଇ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ପ୍ରକାର ହିଂସାକୁ ସମର୍ଥନ କରନ୍ତି ନାହିଁ।

ଲରେନ୍ସ ଓ ଅନ୍ୟମାନଙ୍କୁ ମଧ୍ୟ ହିଂସାଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଆସିଛନ୍ତି।

ଲରେନ୍ସ ଗୋଷ୍ଠୀ ପକ୍ଷରୁ ସଲମାନ କିମ୍ବା ତାଙ୍କ ସହ ଜଡ଼ିତ କୌଣସି ବ୍ୟକ୍ତିଙ୍କ ହତ୍ୟା କିମ୍ବା ଆକ୍ରମଣକୁ ମୁଁ ସମର୍ଥନ କରୁନାହିଁ।

ମୁଁ କେବଳ ଏତିକି କହୁଛି ଯେ ସମାଜରେ ଏବେ ବି ଅସନ୍ତୋଷ ରହିଛି ଏବଂ ଏହାର ସମାଧାନ ହେବା ଦରକାର।” କ୍ଷମା ମାଗିଥିଲେ ବହୁ ପୂର୍ବରୁ ମାମଲାର ସମାଧାନ ହୋଇଥାନ୍ତା ରମେଶ ବିଷ୍ଣୋଇ କହିଛନ୍ତି ଯେ ତାଙ୍କ ପୁତୁରା କିମ୍ବା ସମାଜର ଅନ୍ୟ କୌଣସି ବ୍ୟକ୍ତିଙ୍କର ଅଭିନେତାଙ୍କ ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ।

ସଲମାନ ଯଦି ମନ୍ଦିରକୁ ଆସି କ୍ଷମା ମାଗିଥାନ୍ତେ, ତେବେ ଏହି ମାମଲା ବହୁ ପୂର୍ବରୁ ସମାଧାନ ହୋଇଯାଇଥାନ୍ତା ସଲମାନଙ୍କ ବାପା ସଲିମ ଖାନ୍ ମନ୍ଦିରକୁ ଗଲେ ତାଙ୍କ ପୁଅର କ୍ଷତି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ।

ତେବେ ଆଶଙ୍କାକୁ ଖଣ୍ଡନ କରି ସେ ବ୍ୟକ୍ତିଗତ ଭାବେ ସଲମାନଙ୍କ ସୁରକ୍ଷାର ଗ୍ୟାରେଣ୍ଟି ଦେଉଥିବା କହିଛନ୍ତି।

୨୯ଟି ସିଦ୍ଧାନ୍ତ ପାଳନ କରେ ବିଷ୍ଣୋଇ ସମାଜ ୧୫ଶ ଶତାବ୍ଦୀରେ ଗୁରୁ ଜମ୍ଭେଶ୍ୱରଙ୍କ ଦ୍ୱାରା ପ୍ରଣୀତ ୨୯ଟି ସିଦ୍ଧାନ୍ତକୁ ବିଷ୍ଣୋଇ ସମାଜ ପାଳନ କରିଥାଏ।

ଏହି ସିଦ୍ଧାନ୍ତଗୁଡ଼ିକରେ ବୃକ୍ଷ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ବିଷ୍ଣୋଇ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ରାଜସ୍ଥାନର ବିକାନେର, ଯୋଧପୁର, ନାଗୌର ଓ ବାଡ଼ମେର ଜିଲ୍ଲାରେ ବସବାସ କରନ୍ତି।

ଏହା ବ୍ୟତୀତ ହରିୟାଣାର ହିସାର, ଫତେହାବାଦ ଓ ସିରସା ଜିଲ୍ଲା ସହ ପଞ୍ଜାବର ଅବୋହର-ଫାଜିଲ୍କା ଅଞ୍ଚଳରେ ମଧ୍ୟ ଏହି ସମାଜର ଲୋକ ରହିଛନ୍ତି।

୧୯୯୮ ଅକ୍ଟୋବରରେ ଯୋଧପୁର ନିକଟସ୍ଥ କଙ୍କାଣୀ ଗାଁରେ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ସଲମାନ ଖାନ୍ ଦୁଇଟି କୃଷ୍ଣସାର ମୃଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

କୃଷ୍ଣସାର ମୃଗକୁ ବିଷ୍ଣୋଇ ସମାଜ ପୂଜନୀୟ ମନେ କରନ୍ତି।

ଗାଁକୁ ପହଁଚି ପାରିଲାନି ଆମ୍ବୁଲାନ୍ସ , ୫କିମି ଭାରରେ ବୁହାହେଲେ ଗର୍ଭବତୀ ମହିଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)