Naveen Patnaik Writes on Kotia କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: କୋଟିଆ ପ୍ରସଙ୍ଗ ରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ପତ୍ର ଲେଖି ଉଦ୍ବେଗ ପ୍ରକାଶ କରିଛନ୍ତି।
Advertisment Kotia: ଓଡିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ପୁଲିସ ମୁହାଁମୁହିଁ, ବ୍ୟାରିକେଡ୍ ଭାଙ୍ଗିଲା ଶ୍ରୀ ପଟ୍ଟନାୟକ ଚିଠିରେ ଲେଖିଛନ୍ତି, ଓଡ଼ିଶାବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି (ଗୁରୁବାର) କୋଟିଆରେ ନିର୍ବାଚନ କରାଇବାକୁ ଅଗ୍ରସର ହେଉଥିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ଏନ୍ଡିଏର ଅଂଶୀଦାର ଦଳମାନଙ୍କ ଦ୍ୱାରା ଶାସିତ ହେଉଛି।
ବିଜେପି ନେତୃତ୍ୱରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପାଇଁ ୨୦୨୪ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।
Kotia: କୋଟିଆରେ ଖଣ୍ଡଯୁଦ୍ଧ: ଉଭୟ ରାଜ୍ୟ ପୁଲିସ ଓ ସମର୍ଥକ ଧସ୍ତାଧସ୍ତି, ମାରପିଟ୍ ଏହାପୂର୍ବରୁ କୋଟିଆ ସମ୍ପର୍କରେ ନବୀନ ପଟ୍ଟନାୟକ ଅକ୍ଟୋବର ୧୯ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଲେଖିଥିବା ଚିଠିର ଉତ୍ତର ଅକ୍ଟୋବର ୨୭ ତାରିଖରେ ପାଇଥିଲେ ।
ନୂତନ ଚିଠିରେ, ନବୀନ ପଟ୍ଟନାୟକ କହିଛନ୍ତି, କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଧିକାରୀମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ମୁହାଁମୁହିଁ ଅବସ୍ଥା ତୃଣମୂଳସ୍ତରରେ ସ୍ଥିତିକୁ ଅଧିକ ଜଟିଳ କରିଦେଉଛି ।
ଏଣୁ ସ୍ଥିତିକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ ମୁଖ୍ୟମନ୍ତ୍ରୀ ଆଲୋଚନା କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
