11 Bags of Mid-Day Meal Rice ଅଟୋରେ ଚାଉଳ ନେଉଥିଲେ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ, ଅଟକ ରଖି ଫାଟକରେ ତାଲା ପକେଇଲେ ଗ୍ରାମବାସୀ

Nov 04, 2026 - 21:10
11 Bags of Mid-Day Meal Rice ଅଟୋରେ ଚାଉଳ ନେଉଥିଲେ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ, ଅଟକ ରଖି ଫାଟକରେ ତାଲା ପକେଇଲେ ଗ୍ରାମବାସୀ

ଥାନାରେ ଏତଲା ପରେ ୧୧ ବସ୍ତା ଚାଉଳ ଜବତ କରିଲା ପୋଲିସ ଘୁ.ଉଦୟଗିରି(ସମୀର ପାଢ଼ୀ): ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର କିରାମାହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୧୧ବସ୍ତା ମଧ୍ୟାହ୍‌ଣ ଭୋଜନ ( ଏମ୍‌ଡିଏମ୍‌) ଚାଉଳ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଏକ ଅଟୋରେ ନେଉଥିଲେ।

ଚାଉଳ ଚାଲାଣ ସନ୍ଦେହରେ ଗ୍ରାମବାସୀ ଅଟୋକୁ ଅଟକରଖି ପୁଲିସ ଜିମା ଦେଇଥିବା ବେଳେ।

ଶିକ୍ଷୟତ୍ରୀଙ୍କୁ ଅଟକ ରଖି ସ୍କୁଲ ଫାଟକରେ ତାଲା ପକାଇଛନ୍ତି।

Advertisment କିଛି ଦିନ ପୂର୍ବରୁ ପ୍ରଧାନଶିକ୍ଷୟିତ୍ରୀ ଲଳିତା ଦିଗାଲଙ୍କ କିରାମାହା ସରକାରୀ ଉପ୍ରା ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇଥିଲା।

ଆଜି (ବୁଧବାର) ଶ୍ରୀମତି ଦିଗାଲ ଏକ ଅଟୋରେ ପହଞ୍ଚି ସ୍କୁଲରେ ଥିବା ୧୧ ବସ୍ତା ଏମ୍‌ଡିଏମ୍‌ ଚାଉଳ ନେଉଥିଲେ।

କେତେକ ଗ୍ରାମବାସୀ ଏହା ଦେଖି ଅଟୋକୁ ଅଟକାଇଥିଲେ ଏବଂ ସ୍କୁଲକୁ ନେଇ ଫାଟକରେ ତାଲା ପକାଇଦେଇଥିଲେ।

Vigilance Trap ମଧ୍ୟାହ୍‌ଣ ଭୋଜନ ବିଲ୍‌ ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡ଼ିବସିଲା ଭିଜିଲାନ୍ସ ଶ୍ରୀମିତ ଦିଗାଲ କହିଛନ୍ତି, ଏହି ଚାଉଳ ଅନ୍ୟ ସ୍କୁଲର ଯାହା କିରାମାହା ସ୍କୁଲରେ ପ୍ରାୟ ଅଗଷ୍ଟ ମାସରୁ ରହିଯାଇଥିଲା।

ଏହାକୁ ସେ ବ୍ଲକ୍‌ ଏମଡିଏମ ଦାୟିତ୍ୱରେ ଥିବା ଏବିଇଓ ନିବେଦିତ ପ୍ରଧାନଙ୍କ ନିର୍ଦ୍ଦେଶରେ ନେଇକି ଯାଉଥିଲେ।

ଏବିଇଓଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରେ ସେ ଏଭଳି ନିର୍ଦ୍ଦେଶ ଦେଇଥିବା ସ୍ବୀକାର କରିଛନ୍ତି।

ଗାଡ଼ିରେ ଅନ୍ୟ ସ୍କୁଲକୁ ନେବାରେ ଅସୁବିଧା ଥିବାରୁ କିରମାହା ସ୍କୁଲରେ ରଖାଯାଇଥିଲା।

ନୂତନ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ନାୟକ କହିଛନ୍ତି, ଆଜି ଏମଡିଏମ ଚାଉଳ ଚାର୍ଜ ନେଇଛନ୍ତି।

ସ୍କୁଲ ରେକର୍ଡ଼ ଅନୁସାରେ ଯେତିକି ଚାଉଳ ରହିବା ଆବଶ୍ୟକ ସେତିକି ପରିମାଣର ଚାଉଳ ସେ ପାଇଛନ୍ତି।

ଏହି ୧୧ ବସ୍ତା ଚାଉଳ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ।

ଗ୍ରାମବାସୀ ଅଭିଯୋଗ କହିଛନ୍ତି, ଏତେମାସ ଧରି ଅନ୍ୟ ସ୍କୁଲର ଚାଉଳ ଗାଁ ସ୍କୁଲରେ କାହିଁକି ରଖାଯାଇଥିଲା।

ଯଦି ରଖାଯାଇଥିଲା ତେବେ ସେହି ସ୍କୁଲର ପିଲାଙ୍କୁ କଣ ଖାଇବାକୁ ଦିଆଯାଉଥିଲା।

ଏଠି ଚାଉଳ ରଖିବା ନେଇ କୌଣସି କାଗଜପତ୍ର ବା ଷ୍ଟକ ରେଜିଷ୍ଟର ଅଛି କି ?

MDM: ଅଭିଯୋଗ ଆଣିଲେ ଅଭିଭାବକ; କହିଲେ- ପାଚିକାଙ୍କ ଘରେ ପ୍ରସ୍ତୁତ ହେଉଛି ମଧ୍ୟାହ୍‌ଣ ଭୋଜନ ସ୍କୁଲ କମିଟି ସଭାପତି କେଶବ ପ୍ରଧାନ ଏବଂ ଗ୍ରାମବାସୀ ଙ୍କ ତରଫରୁ ଏନେଇ ସ୍ଥାନୀୟ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି।

ପୁଲିସ ଘଟଣା ସ୍ଥଳରୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଚାଉଳ ଜବତ କରିବା ସହ ପୂର୍ବ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମୁକୁଳାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ଏବିଇଓ ପ୍ରଫୁଲ୍ଲ ସାହୁ ଓ ସିଆରସିସି ରଶ୍ମିତା ମହାରଣା ପହଁଞ୍ଚି ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଚାଉଳ ଚୋରୀ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ସହ ସବିଶେଷ ତଦନ୍ତ କରାଯିବ ବୋଲି କହିଛନ୍ତି | ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗର ତଦନ୍ତ କରାଯିବ ଦୋଷ ପ୍ରମାଣିତ ହେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)