Fuel In Car: ଜାଣନ୍ତୁ ଡିଜେଲ କାରରେ ପେଟ୍ରୋଲ ଭର୍ତ୍ତିକଲେ କେତେ ଦୂର ଯିବ ଗାଡ଼ି?

Nov 04, 2026 - 21:10
Fuel In Car: ଜାଣନ୍ତୁ ଡିଜେଲ କାରରେ ପେଟ୍ରୋଲ ଭର୍ତ୍ତିକଲେ କେତେ ଦୂର ଯିବ ଗାଡ଼ି?

ଗୋଟିଏ ଛୋଟ ଭୁଲରୁ ହୋଇପାରେ ବଡ଼ ଅସୁବିଧା।

ବେଳେ ବେଳେ ଏପରି ହୋଇଥାଏ ଯେ, ଗାଡି ମାଲିକ କିମ୍ବା ପମ୍ପରେ ଥିବା କର୍ମଚାରୀଙ୍କ ଦ୍ବାରା ଭୁଲ ବଶତଃ ପେଟ୍ରୋଲ ଗାଡ଼ିରେ ଡିଜେଲ ଭର୍ତ୍ତି କରିଦିଆ ଯାଇଥାଏ।

ପେଟ୍ରୋଲ କିମ୍ବା ଡିଜେଲର ବ୍ୟବହାର ଦ୍ବାରା ଗାଡ଼ିର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଅଲଗା ପ୍ରକାରରେ କାମ କରିଥାଏ, ଯାହା ଦ୍ବାରା ଗାଡ଼ିର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ।

ଏହି ପରିସ୍ଥିତିରେ ଗାଡ଼ି ମାଲିକ ବା ଚାଳକଙ୍କ ମନରେ ପ୍ରଥମ ପ୍ରଶ୍ନ ଆସିଥାଏ ଯେ, ଗାଡ଼ି ପାଇଁ ଭଲ କ'ଣ ଅବା କେଉଁ ତୈଳର ବ୍ୟବହାର ଫଳରେ ଏହା କେତେ ଦୂର ପର୍ଯ୍ୟନ୍ତ ଯାଇପାରିବ ଅଥବା ଇଞ୍ଜିନ ଉପରେ ଏହାର ପ୍ରଭାବ କ'ଣ ରହିବ?

Advertisment ଯଦି ଆଣଙ୍କ ଡିଜେଲ ଗାଡ଼ିର ଟାଙ୍କି ସମ୍ପୂର୍ଣ୍ଣ ରୂପେ ଖାଲି ଅଛି ଏବଂ ସେଥିରେ ପେଟ୍ରୋଲ ଭରିଦିଆଯାଏ ତେବେ ଅତି କଷ୍ଟରେ ଗାଡ଼ିଟି କିଛି ମିଟର କିମ୍ବା କିଛିଦୂର ପର୍ଯ୍ୟନ୍ତ ହିଁ ଚାଲି ପାରିବ।

କହିବାକୁ ଗଲେ ଫୁଏଲ ଲାଇନ୍‌ କିମ୍ବା ଫିଲ୍ଟରରେ ଯେତିକି ପରିମାଣର ଡିଜେଲ ରହିଥାଏ ତାହା ଦ୍ବାରା ଗାଡ଼ି ଷ୍ଟାର୍ଟ ହୋଇଥାଏ।

ଏହା ଫଳରେ ଗାଡ଼ିଟି କିଛି ଦୂର ଯିବା ପରେ ଇଞ୍ଜିନ ରୁ କଳା ଧୁଆଁ ବାହାରିଥାଏ।

ଏହା କିଛି ଦୂର ଯିବା ପରେ ଇଞ୍ଜିନ ବନ୍ଦ ବେବା ସହ ସାଇଲେନ୍ସରରୁ ଯୋର ଶବ୍ଦ ବାହାରିଥାଏ।

ଚିକ୍କଣତାକୁ କରିଦିଏ ନଷ୍ଟ ଡିଜେଲ୍ ଇଞ୍ଜିନ୍‌ ବିଭିନ୍ନ ଯନ୍ତ୍ରାଂଶ, ବିଶେଷକରି ହାଇ-ପ୍ରେସର ଫ୍ୟୁଏଲ୍‌ ପମ୍ପ ଏବଂ ଫ୍ୟୁଏଲ୍‌ ଇଞ୍ଜେକ୍ଟରଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ହୋଇଥାଏ।

ଡିଜେଲରେ ସ୍ୱାଭାବିକ ଭାବେ କିଛିଟା ତୈଳଯୁକ୍ତ ଗୁଣ ରହିଥାଏ, ଯାହା ଏହି ମହଙ୍ଗା ଯନ୍ତ୍ରାଂଶଗୁଡ଼ିକୁ ପରସ୍ପର ଘର୍ଷଣରୁ ରକ୍ଷା କରିବା ସହ ସେଗୁଡ଼ିକୁ ଆବଶ୍ୟକୀୟ ଚିକ୍କଣତା ପ୍ରଦାନ କରେ।

ଏହାର ବିପରୀତରେ ପେଟ୍ରୋଲ୍ ଏକ ଦ୍ରାବକ ଭଳି କାମ କରିଥାଏ।

ଯେତେବେଳେ ଡିଜେଲ୍ ଟାଙ୍କିରେ ପେଟ୍ରୋଲ୍ ଭର୍ତ୍ତି କରାଯାଏ, ସେତେବେଳେ ଏହା ଫ୍ୟୁଏଲ୍ ସିଷ୍ଟ ଚିକ୍କଣତାକୁ ନଷ୍ଟ କରିଦିଏ।

Maggi seller: ପାହାଡ଼ରେ ମ୍ୟାଗି ବିକି ଦିନକୁ ରୋଜଗାର ୧୫ ହଜାର!

ଜାଣନ୍ତୁ ଦୋକାନୀଙ୍କ ସଫଳତା ପଛର କାହାଣୀ ଚିକ୍କଣତା ନଷ୍ଟ ହେବା ଫଳରେ ଫ୍ୟୁଏଲ୍‌ ପମ୍ପର ଧାତବ ଅଂଶଗୁଡ଼ିକ ପରସ୍ପର ସହ ଘର୍ଷଣ ହେବାକୁ ଲାଗିଥାଏ।

ଏହାଦ୍ୱାରା ଲୁହାର ଅତି ସୂକ୍ଷ୍ମ କଣିକା ସମଗ୍ର ଫ୍ୟୁଏଲ୍‌ ସିଷ୍ଟମ୍‌ରେ ବ୍ୟାପିଯାଏ।

ଡିଜେଲ୍ ତୁଳନାରେ ପେଟ୍ରୋଲ୍ର ଫ୍ଲାସ୍ ପଏଣ୍ଟ ବହୁତ କମ୍ ହୋଇଥାଏ।

ଫଳରେ ଡିଜେଲ୍ ଇଞ୍ଜିନରେ ଅତ୍ୟଧିକ ସଙ୍କୋଚନ ସମୟରେ ପେଟ୍ରୋଲ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ଜଳିଉଠିପାରେ।

ଏହି ଅସ୍ୱାଭାବିକ ଦହନ ଯୋଗୁଁ ସୃଷ୍ଟି ହେଉଥିବା ଅତ୍ୟଧିକ ଚାପ ପିଷ୍ଟନ୍‌ରେ ଫାଟ ସୃଷ୍ଟି କରିପାରେ, କନେକ୍ଟିଂ ରଡ୍କୁ ବଙ୍କା କରିଦେଇପାରେ ଏବଂ ସମଗ୍ର ଇଞ୍ଜିନ୍କୁ ଜାମ୍ କରିଦେଇପାରେ।

ଏହି କ୍ଷତି ଏତେ ଗମ୍ଭୀର ହୋଇଥାଏ ଯେ ଫ୍ୟୁଏଲ୍ ପମ୍ପ ଓ ଇଞ୍ଜେକ୍ଟରଗୁଡ଼ିକୁ ବଦଳାଇବାକୁ ପଡ଼ିଥାଏ।

ତେବେ ଗାଡ଼ି ଚଳାଇବା ସମୟରେ କେଉଁ ତୈଳର ବ୍ୟବହାର କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)