Farmer Killed in Elephant Attack: ଧାନ ବିଲରେ ହାତୀ ଆତଙ୍କ! ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ
ଧାନ ଅମଳ ସମୟରେ ଚାଷୀଙ୍କ ଜୀବନ ନେଲା ଦନ୍ତାହାତୀ।
ବିଲରେ ଧାନ ଅମଳ କରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି।
ଏଭଳି ଦୁଃଖଦ ଘଟଣା ଘଟିଛି ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଖମଣମୁଣ୍ଡା ଗାଁରେ।
Advertisment ମୃତକ ହେଉଛନ୍ତି ଗାଁର ୫୫ ବର୍ଷୀୟ ଟୁନା ସୁରି ହୋମୁଣ୍ଡା।
ସେ ବିଲରେ ଧାନ ଅମଳ କରୁଥିବା ସମୟରେ ହଠାତ୍ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା।
ହାତୀ ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି।
ଅନ୍ୟପଟେ ମୃତଦେହ ନାକଟିଦେଉଳ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଘଟଣାକୁ ନେଇ ପରିବାର ଲୋକ ଓ ବନ ବିଭାଗ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।
Advertisment ଧାନ ଅମଳ ଋତୁରେ ହାତୀଙ୍କ ଉପଦ୍ରବ ଚାଷୀଙ୍କ ପାଇଁ ବିପଦ ସାଜିଥିବା ବେଳେ, ହାତୀ-ମଣିଷ ସଂଘର୍ଷ ରୋକିବା ଓ ଲୋକଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବାକୁ ଦାବି ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
