Cuttack Link Road Fire: ଲିଙ୍କ୍ ରୋଡ୍ରେ ଭୟଙ୍କର ଅଗ୍ନିକାଣ୍ଡର ! ଆଖି ପିଛୁଳାକେ ପାଉଁଶ ହେଲା ୮ ବସ୍!
କଟକ ଲିଙ୍କ୍ ରୋଡ୍ରେ ଭୟଙ୍କର ଅଗ୍ନିକାଣ୍ଡ।
ଗ୍ୟାରେଜ୍ରେ ପାର୍କିଂ ହୋଇଥିବା ୮ଟି ବସ୍ ରେ ଲାଗିଲା ନିଆଁ।
ହୁତୁହୁତୁ ହୋଇ ଜଳିଗଲା ଗୋଟିଏ ପରେ ଗୋଟିଏ ବସ୍।
Advertisment ଗ୍ୟାରେଜ୍ ରେ ସବୁ ବସ୍ ଛିଡ଼ା ହୋଇଥିବା ବେଳେ ହଠାତ୍ ଗୋଟିଏ ବସ୍ ରୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ।
ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା ଅନ୍ୟ ବସ୍ ଗୁଡ଼ିକୁ।
ଚାହୁଁ ଚାହୁଁ ଗ୍ୟାରେଜ୍ ରେ ଖେଳିଯାଇଥିଲା ନିଆଁର ଭୟଙ୍କର ରୂପ।
ଜଳିବାକୁ ଲାଗିଥିଲା ୮ଟି ବସ୍।
ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆତଙ୍କର ପରିବେଶ।
Advertisment ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ୩ଟି ଦମକଳ ଗାଡ଼ି।
ଦୀର୍ଘ ସମୟର ଅକ୍ଳାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ।
ତେବେ ନିଆଁ କିପରି ଲାଗିଲା, ତାହାର କାରଣ ଅସ୍ପଷ୍ଟ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
