Late Home Guard Pradeep ସ୍ୱର୍ଗତ ହୋମଗାର୍ଡ ପ୍ରଦୀପ ମାର୍ଥାଙ୍କ ପରିବାରକୁ ୬.୫୫ ଲକ୍ଷ ଟଙ୍କା ସହାୟତା
"କଟକ: ସ୍ୱର୍ଗତ ହୋମଗାର୍ଡ ପ୍ରଦୀପ କୁମାର ମାର୍ଥାଙ୍କ ପରିବାରକୁ ରାଜ୍ୟର ଆଇପିଏସ୍ ଅଧିକାରୀମାନଙ୍କ ଅବଦାନରୁ ସଂଗୃହୀତ ୬ ଲକ୍ଷ ୫୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।Advertisment ହୋମଗାର୍ଡ ମହେଶଙ୍କ ବଦାନ୍ୟତା, ୨ ରୁପା ଚେନ୍ ଫେରାଇଲେ ଆଜି (ସୋମବାର) ଅପରେସନ ମୁଖ୍ୟାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ସଞ୍ଜୀବ ପଣ୍ଡା ସ୍ୱର୍ଗତ ପ୍ରଦୀପ କୁମାର ମାର୍ଥାଙ୍କ ପତ୍ନୀ ଶ୍ରୀମତୀ ଉର୍ମିଳା ମାର୍ଥାଙ୍କୁ ଏହି ରାଶିର ଚେକ୍ ପ୍ରଦାନ କରିଥିଲେ।
ଏହି ଅବସରରେ ଆଇଜିପି (ଅପରେସନ) ଶ୍ରୀ ଦୀପକ କୁମାର ଉପସ୍ଥିତ ଥିଲେ।
ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସୂଚନାଯୋଗ୍ୟ, ହୋମଗାର୍ଡ ମାର୍ଥା ୨୪ ଏପ୍ରିଲ ୨୦୨୬ରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପରଲୋକ ଗମନ କରିଥିଲେ।
ସେ ଭୁବନେଶ୍ୱରସ୍ଥିତ ଆଇପିଏସ୍ ମେସ୍ରେ କାର୍ଯ୍ୟରତ ଥିଲେ।
ପୁଲିସ ଗାଡ଼ିକୁ ଚାପିଦେଲା ହାଇୱା: ୨ ପୁଲିସ କର୍ମଚାରୀଙ୍କ ମୃତ୍ୟୁ; ହୋମଗାର୍ଡ ଗୁରୁତର ଏହାପୂର୍ବରୁ ୧୭ ଜୁନ୍ ୨୦୨୬ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଉର୍ମିଳା ମାର୍ଥାଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିଲା।
ସେହିପରି, ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ସ ଆସୋସିଏସନ୍ର ସଭାପତି ଏଲ୍.ସି.
ଅମରନାଥନ୍ ୧୮ ଜୁନ୍ ୨୦୨୬ରେ ୧ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ଏଥିସହ, ଉର୍ମିଳା ମାର୍ଥାଙ୍କୁ ୧୫ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱର-କଟକ ପୁଲିସ କମିଶନରେଟ୍ରେ ହୋମଗାର୍ଡ ଭାବେ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
