Rahul Gandhi: ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

Aug 17, 2026 - 15:51
Rahul Gandhi: ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

"ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମିଳିଛି।

ସୋମବାର ଶୀର୍ଷକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନୋଟିସ୍ ଜାରି କରିଛନ୍ତି।

ଯେଉଁଥିରେ ଉଭୟ ଏଜେନ୍ସିକୁ ଅଭିଯୋଗଗୁଡ଼ିକର ତଦନ୍ତ ଏବଂ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କୁ ଅଗଷ୍ଟ ୨୦ ତାରିଖରେ ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖିବାକୁ କହିଛନ୍ତି।

ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ମାମଲାରେ ସିବିଆଇ ଏବଂ ଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାହୁଲଙ୍କ ଆବେଦନର ଏକ କପି ଅଭିଯୋଗକାରୀଙ୍କୁ ଦିଆଯାଉ।Advertisment ଡ୍ରଗ୍ ଟେଷ୍ଟରେ ପଜିଟିଭ୍ ଆଉ ଦୁଇ ଏୟାର ଇଣ୍ଡିଆ ପାଇଲଟ୍ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।

ଯେଉଁଥିରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଭି.

ମୋହନା ମଧ୍ୟ ସାମିଲ ଥିଲେ।

ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡିକୁ ବର୍ତ୍ତମାନ ପାଇଁ ଏହି ମାମଲାରେ କୌଣସି ରିପୋର୍ଟ ଦାଖଲ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଶୁଣାଣି ସମୟରେ, ସୁପ୍ରିମକୋର୍ଟ ନ୍ୟାୟର ନୀତିଗୁଡ଼ିକ ଉପରେ ଗୁରୁତ୍ୱାରୋପ କରି ଏପରି କାର୍ଯ୍ୟ ନ୍ୟାୟ ଏବଂ ନିରପେକ୍ଷତାର ନୀତି ପାଳନ କରିବା ଆବଶ୍ୟକ ବୋଲି ସୂଚିତ କରିଛନ୍ତି।

କର୍ଣ୍ଣାଟକ ବିଜେପି କର୍ମୀ ଏସ.

ଭିଗ୍ନେଶ ଶିଶିରଙ୍କ ଦ୍ୱାରା ଦାୟର ଏହି ଆବେଦନରେ ଅଭିଯୋଗ କରାଯାଇଥିଲା ଯେ ରାହୁଲ ଗାନ୍ଧୀଙ୍କ ଜ୍ଞାତ ଆୟ ଉତ୍ସ ଠାରୁ ଅଧିକ ସମ୍ପତ୍ତି ଅଛି।

ଏହି ଅଭିଯୋଗଗୁଡ଼ିକର ତଦନ୍ତ ଦାବି କରାଯାଇଥିଲା।ଜୁଲାଇ ୨୦ ତାରିଖରେ, ଆହ୍ଲାବାଦ ହାଇକୋର୍ଟ ଅଭିଯୋଗଗୁଡ଼ିକୁ ଯାଞ୍ଚ୍ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ମଧ୍ୟ କହିଥିଲେ ଯେ ଯଦି ତଦନ୍ତରେ କୌଣସି ଆଇନ ଉଲ୍ଲଂଘନ ପ୍ରମାଣ ମିଳେ, ତେବେ ଇଡି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ସିବିଆଇର ଉତ୍ତରରେ ଅସନ୍ତୋଷ ପ୍ରକାଶ କରି, ହାଇକୋର୍ଟ ଜଣେ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତର ଅଗ୍ରଗତି ବିଷୟରେ ଏକ ନୂତନ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ତଦନ୍ତ ରିପୋର୍ଟ ଦାଖଲ ଏବଂ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ସ୍ଥଗିତ ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media