Last Rites: ଗ୍ୟାସ୍ ଲିକ୍ ଘଟଣାରେ ମୃତ ୭ ଓଡ଼ିଆ ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ
"କେନ୍ଦୁଝର: ତାମିଲନାଡୁର ସି-ଫୁଡ୍ ପ୍ରକ୍ରିୟାକରଣ କାରଖାନାରେ କାମ କରୁଥିବା ଓଡ଼ିଶାର ୭ ଜଣ ଜୁଆଙ୍ଗ ଓଡ଼ିଆ ଶ୍ରମିକଙ୍କ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ପରେ ଆଜି ଗାଁରେ ମୃତ ଶରୀରର ପହଞ୍ଚି ଶୋକାକୁଳ ପରିବେଶରେ ଶବ ସତ୍କାର କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବିମାନ ଯୋଗେ ଭୁବନେଶ୍ବର ଠାରେ ୫ ଟି ନିରୀହ ଜୁଆଙ୍ଗ ଯୁବତୀଙ୍କ ମରଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପରେ ମହାପ୍ରୟାଣ ଗାଡ଼ି ଯୋଗେ ସମସ୍ତ ମୃତଶରୀରକୁ ନିଜ ନିଜ ଗାଁକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ପୁଲିସ ସହାୟତାରେ ପଠାଯାଇଥିଲା।Advertisment ଆହୁରି ପଢନ୍ତୁ: Dead Body: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଚିକିତ୍ସଧୀନ ଅବସ୍ଥାରେ ଅନେକ ଗୁରୁତର ତେଲକୋଇ ଥାନା ତାଳପଦା ପଞ୍ଚାୟତ ରଙ୍ଗମାଟିଆ ଗାଁର ଗୁମଣୀ ଜୁଆଙ୍ଗଙ୍କ ଶବକୁ ମାଟି ଖୋଳି ପୋତା ଯାଇଥିଲା ଓ ଅନ୍ୟ ଶବଗୁଡିକୁ ଜୁଇରେ ସତ୍କାର କରାଯାଇଛି।
ରଙ୍ଗମାଟିଆ ଗାଁରେ ତେଲକୋଇ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ନାଏକ ଓ ଟାଙ୍ଗିରୀ ଦୁବନାଳୀ ସାହିରେ ତେଲକୋଇ ତହସିଲଦାର ଅନୁପମା ମୁର୍ମୁ ଉପସ୍ଥିତ ରହିଥିଲେ।
ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ଆର୍ଥିକ ସହାୟତା ସହିତ ମୃତ ସମ୍ପର୍କୀୟଙ୍କୁ ଆବଶ୍ୟକ କାଗଜପତ୍ର ପ୍ରଦାନ କରାଯାଇଛି।
ଗ୍ୟାସ୍ ଲିକ୍ ଘଟଣାରେ ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଦୁବନାଳୀ ସାହିର ଶିବାନୀ ଜୁଆଙ୍ଗ ଓ ଗୀତ ଜୁଆଙ୍ଗ,ରଙ୍ଗମାଟିଆ ଗାଁର ଗୁମଣୀ ଜୁଆଙ୍ଗ,ବାଂଶପାଳ ବ୍ଳକ୍ କୋଡିପଶା ଗାଁର ଫୁଲମଣି ଜୁଆଙ୍ଗ,ତଳ ଚମ୍ପେଇ ଗାଁର ଚମ୍ପାବତୀ ଜୁଆଙ୍ଗଙ୍କ ମୃତ ଦେହକୁ ସତ୍କାର କରାଯାଇଛି ।
ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଅନ୍ୟ ଦୁଇ ଜଣ ରଙ୍ଗମାଟିଆର ଜମୀନୀ ଜୁଆଙ୍ଗ ଓ କୋଡିପଶାର ସଜନୀ ଜୁଆଙ୍ଗଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଗାଁକୁ ମୃତଦେହ ପହଞ୍ଚି ନାହିଁ।
ଏହି ଦୁର୍ଘଟଣାରେ ଆହୁରି ଅନେକ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
"