Land Fraud Case ଜମି ଦେବା ନାଁରେ ଠକେଇ ମାମଲା: ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ଗିରଫ

Aug 28, 2026 - 21:03
Land Fraud Case ଜମି ଦେବା ନାଁରେ ଠକେଇ ମାମଲା: ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ଗିରଫ

"ଭୁବନେଶ୍ବର: ପୂର୍ବତନ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ କୁମାର ସାହୁଙ୍କୁ ଆଜି(ଶୁକ୍ରବାର) ଭୁବନେଶ୍ବର-କଟକ ଯୁଗ୍ମ କମିସନରେଟ୍‌ ପୁଲିସ ଗିରଫ କରିଛି।

ତାଙ୍କ ବିରୋଧରେ ଜମି କାରବାରରେ ଠକେଇ ନେଇ ଦିଲ୍ଲୀ ଓ ଭୁବନେଶ୍ବରରେ ଏକାଧିକ ମାମଲା ଦାଏର ହୋଇଥିଲା।

Advertisment ସୂଚନାନୁସାରେ, କମିସନରେଟ୍‌ ପୁଲିସର ଏକ ଟିମ୍‌ ଆଜି ସନ୍ଧ୍ୟାରେ ଚଢ଼ାଉ କରି ଅଜିତଙ୍କୁ ନୟାପଲ୍ଲୀସ୍ଥିତି ନୂଆସାହି ବାସଭବନରୁ ଗିରଫ କରିଛି।

ତାଙ୍କ ବିରୋଧରେ ଭୁବନେଶ୍ବର ଇ‌ନ୍‌ଫୋସିଟି ଥାନା ଓ ଦିଲ୍ଲୀର ପଟିଆଲା କୋର୍ଟରେ ମାମଲା ଦାୟର ହୋଇଛି।

ତ୍ରିଶୁଳିଆ ଅଞ୍ଚଳରେ ଭଲ ଲୋକେସନ୍‌ରେ ଘରବାଡ଼ି ଜାଗା ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲେ।

ଜାଗା ଦେବାକୁ ଚାପ ପକାଇବାରୁ ବିଭିନ୍ନ ବାହାନା ଦେଖାଇ ଏହାକୁ ଏଡ଼ାଇଚାଲିଥିଲେ।

ଅଜିତଙ୍କ ଠକେଇର ଶିକାର ସାଂସଦ ସୁଜିତ କୁମାର ଓ ଅନ୍ୟ ତିନିଜଣ ହୋଇଛନ୍ତି।

ସେମାନେ ପୃଥକ ଭାବେ ପୁଲିସ ଥାନାରେ ମାମଲା ଦାଏର କରିଛନ୍ତି।

ସାଂସଦ ସୁଜିତ, ଦିଲ୍ଲୀର ତୋଗଲକ ଥାନାରେ ୨୦୨୪ରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ଏହି ମାମଲାରେ  ଦିଲ୍ଲୀ ପଟିଆଲା କୋର୍ଟରେ ବାରମ୍ବାର ସମନ ସତ୍ତ୍ବେ ସେ ହାଜର ହେଉନଥିଲେ।

ଫଳରେ ଅଜିତଙ୍କୁ କୋର୍ଟ ପଳାତକ ଘୋଷଣା କରିଥିଲେ।

ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ କୌଣସି ପ୍ରେସ୍‌ ସୂଚନା ଦିଆଯାଇନଥିବା ବେଳେ ଅଜିତ କିମ୍ବା ନିକଟ ସମ୍ପର୍କୀୟଙ୍କ ଠାରୁ ମଧ୍ୟ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)