Kotia Election Security: ନିର୍ବାଚନ ପୂର୍ବରୁ କୋଟିଆରେ କଡ଼ା ସୁରକ୍ଷା, ସୀମାନ୍ତରେ ପୋଲିସର ଜୋରଦାର ପାଟ୍ରୋଲିଂ
ନିର୍ବାଚନ ପୂର୍ବରୁ କୋଟିଆରେ ସୁରକ୍ଷାକୁ ନେଇ ପୋଲିସର ବଢ଼ିଲା ତତ୍ପରତା।
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଏବେ ଆଇନଶୃଙ୍ଖଳା ରକ୍ଷା ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ।
ଏଥିପାଇଁ ସୀମାନ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ କରାଯାଉଛି।
Advertisment ସନ୍ଦେହଜନକ ଗତିବିଧି, ଲୋକଙ୍କ ଯାତାୟାତ ଏବଂ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପ ଉପରେ ପୋଲିସର ରହିଛି କଡ଼ା ନଜର।
ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି।
କୋଟିଆରେ ପୋଲିସର ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ପରଖିଛନ୍ତି ସୁନାବେଡ଼ା ଏସ୍ ଡିପିଓ ସୁମିତ୍ରା ଜେନା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
