Kotia Dispute: କୋଟିଆ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ନବୀନଙ୍କୁ ଆହ୍ବାନ ଦେଲେ ରାଜସ୍ବ ମନ୍ତ୍ରୀ
"ଭୁବନେଶ୍ବର: କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗସ୍ତରୀୟ ବୈଠକ ଡାକିଛନ୍ତି।
ରାଜସ୍ବ ମନ୍ତ୍ରୀ ସମ୍ବଲପୁରରୁ ଆଭାସୀ ମାଧ୍ୟମରେ ବୈଠକରେ ଯୋଡି ହୋଇଛନ୍ତି।
ଏହି ବୈଠକରେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ଏସପି, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସହ ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଥିଲେ।
Advertisment ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଇନ ସଚିବ, ଆଡଭୋକେଟ ଜେନେରାଲ ସହ ମଧ୍ୟ ଆଲୋଚନା ହେବ।
ଆନ୍ଧ୍ର ଯେଉଁ ନୂଆ ହଟ୍ଟଚମଟ ପ୍ରସ୍ତୁତ କରିଛି ସେନେଇ କାଉଣ୍ଟର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗରୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକ ପରେ ବିରୋଧୀ ଦଳ ନବୀନଙ୍କ ଚିଠିକୁ ନେଇ ବର୍ଷିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
ଏହାସହ ଖୋଲା ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି।
ଗତ ୨୫ ବର୍ଷରେ ପୂର୍ବ ସରକାର କୋଟିଆ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ବ ମନ୍ତ୍ରୀ।
ସୂଚନାଯୋଗ୍ୟ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘ ୫୮ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ।
୧୯୬୮ ମସିହାରେ ଓଡ଼ିଶା ସରକାର ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ୨୦୦୬ରେ ଉକ୍ତ ମାମଲା ଖାରଜ ହୋଇଥିଲା।
ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ରିଭ୍ୟୁ ଓ କ୍ୟୁରେଟିଭ୍ ପିଟିସନ୍ ମଧ୍ୟ ଖାରଜ ହୋଇଥିଲା।
ତେବେ କୋଟିଆ ଉପରେ ନିଜର ଦାବି ବଜାୟ ରଖି ଓଡ଼ିଶା ସରକାର ୨୦୨୩ ମସିହାରେ ପୁଣି ଏକ ମୂଳ ମାମଲା ଦାଖଲ କରିଛନ୍ତି।
ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।
Protest: ନେରେଡି ବ୍ୟାରେଜ ନିର୍ମାଣସ୍ଥଳକୁ ପ୍ରବେଶ କରିପାରିଲେନି ଆନ୍ଧ୍ରପ୍ରଦେଶର ଅଧିକାରୀ କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ପ୍ରଥମେ ୧୯୫୫ ମସିହାରେ ସାମ୍ନାକୁ ଆସିଥିଲା।
ସେତେବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀମାନେ ବିବାଦୀୟ ଗ୍ରାମଗୁଡ଼ିକରୁ ଜମି ରାଜସ୍ୱ ଆଦାୟ କରିବାକୁ ଉଦ୍ୟମ କରିଥିଲେ।
ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।
୧୯୬୮ ସେପ୍ଟେମ୍ବର ୧୨ ତାରିଖରେ ନୂଆଦିଲ୍ଲୀରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ମାତ୍ର ଆଲୋଚନାରୁ କୌଣସି ସମାଧାନ ବାହାରି ନଥିଲା।
ଫଳରେ ଓଡ଼ିଶା ସରକାର କ୍ୟାବିନେଟ୍ ଅନୁମୋଦନ ପରେ ସମ୍ବିଧାନର ଧାରା ୧୩୧ ଅନୁଯାୟୀ ୧୯୬୮ ନଭେମ୍ବର ୧୪ ତାରିଖରେ ସୁପ୍ରିମକୋର୍ଟରେ ମୂଳ ମାମଲା ନଂ.
୧୦/୧୯୬୮ ଦାଖଲ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
