Marco Rubio India Visit: ପାକିସ୍ତାନ କହିଲା- ଭାରତକୁ ବାରମ୍ବାର ମାର୍କୋ ରୁବିଓ ଗସ୍ତ କରୁଛନ୍ତି
"ଇସଲାମାବାଦ: ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏବେ ଭାରତ ଗସ୍ତରେ ଅଛନ୍ତି।
ଚଳିତ ବର୍ଷ ଏହା ହେଉଛି ରୁବିଓଙ୍କର ଦ୍ବୀତୟ ଭାରତ ଗସ୍ତ।
ମାର୍କୋ ରୁବିଓଙ୍କ ଏହି ଯାତ୍ରା ପାକିସ୍ତାନକୁ କଷ୍ଟ ଦେଇଛି।
ଏହାର କାରଣ ହେଲା ଭାରତ ଏବଂ ଆମେରିକାର ସଂପର୍କକୁ ଅତି ନିକଟତର କରିବାରେ ମାର୍କୋ ରୁବିଓ ଉଦ୍ୟମ କରିଛନ୍ତି।
ଅନ୍ୟପଟରେ ପାକିସ୍ତାନ ସହିତ ମାର୍କୋ ରୁବିଓଙ୍କର ସଂପର୍କ ସେତେଟା ନିକଟତର ଦେଖାଯାଉ ନାହିଁ।
ମାର୍କୋ ରୁବିଓ ୨୦୨୫ରୁ ବିଦେଶ ମନ୍ତ୍ରୀ ଅଛନ୍ତି।
କିନ୍ତୁ ସେ ଏପର୍ଯ୍ୟନ୍ତ ଗୋଟିଏ ଥର ମଧ୍ୟ ପାକିସ୍ତାନ ଯାଇ ନାହିଁ।
ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଡୋନାଲ୍ଡ ଟ୍ରମ୍ପ ପ୍ରସଂଶା କରିଛନ୍ତି।
Advertisment ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ତୌକିର ହୁସେନ ଦୈନିକ "ଡନ୍"ରେ ଲେଖିଥିବା ଏକ ଲେଖାରେ କହିଛନ୍ତି, ଟ୍ରମ୍ପଙ୍କ ବୟାନ ଏବଂ ବ୍ୟକ୍ତି କେନ୍ଦ୍ରିତ ବିଦେଶ ନୀତିରୁ ପାତରଅନ୍ତର ବିଦେଶ ନୀତି କାମ କରୁଛି।
ଏହାର ନେତୃତ୍ବ ଚୀନର ବିରୋଧୀ ଏବଂ ଭାରତ ସମର୍ଥକ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କରୁଛନ୍ତି।
ତୌରିକ ହୁସେନ ଦାବି କରିଛନ୍ତି ଯେ, ମାର୍କୋ ରୁବିଓ ସମ୍ଭବତଃ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ କଟକଣା ଲଗାଉଛନ୍ତି।
ଏହି କାରଣରୁ ମାର୍କୋ ରୁବିଓ, ତାଙ୍କର ଉପବିଦେଶ ମନ୍ତ୍ରୀ ପାକିସ୍ତାନ ଆସୁ ନାହାନ୍ତି।
US Green Card: ଆମେରିକାରେ ଗ୍ରୀନ୍ କାର୍ଡ ଆବେଦନକାରୀଙ୍କୁ ଝଟକା, ୩୫ ହଜାରରୁ ଅଧିକଙ୍କ ୱାର୍କ ପରମିଟ୍ ଆବେଦନ ଖାରଜ ତୌରିକ ହୁସେନ କହିଛନ୍ତି, ମାର୍କୋ ରୁବିଓ ପାକିସ୍ତାନ ଠାରୁ ରଣନୀତିକ ସଂପର୍କ ବୟାନ ବହୁତ ଦେଉଛନ୍ତି।
କିନ୍ତୁ ଦେଖିବାକୁ ଗଲେ ସେ କିଛି କରି ନାହାନ୍ତି।
ପୂର୍ବତନ ରାଷ୍ଟ୍ରଦୂତ କହିଛନ୍ତି, ଟ୍ରମ୍ପଙ୍କ ଦୁଇମୁହାଁ ନୀତି ଚାଲିଛି।
ପାକିସ୍ତାନ ଏବଂ ଭାରତ ପାଇଁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରୁଛନ୍ତି।
ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ ବେସେଣ୍ଟ ଏକ ସାକ୍ଷାତକାରରେ କହିଥିଲେ, ଚୀନ ଏକ ଅପ୍ରତ୍ୟାଶିତ ରାଷ୍ଟ୍ରୀୟ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
