Kiran Balyan: ୮ ବର୍ଷ ପାଇଁ ବାସନ୍ଦ ହେଲେ ସଟ୍‌ପୁଟର କିରଣ

Nov 20, 2026 - 10:44
Kiran Balyan: ୮ ବର୍ଷ ପାଇଁ ବାସନ୍ଦ ହେଲେ ସଟ୍‌ପୁଟର କିରଣ

ନୂଆଦିଲ୍ଲୀ: ହାଙ୍ଗ୍‌ଝୌ ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ଭାରତୀୟ ସଟ୍‌ପୁଟ ର୍‌ କିରଣ ବାଲୟାନ୍‌ଙ୍କୁ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା (ନାଡା) ୮ ବର୍ଷ ଲାଗି ବାସନ୍ଦ କରିଛି।

ବହୁବାର ନିଷିଦ୍ଧ ଔଷଧ ନିୟମ ଉଲ୍ଲଂଘନ କରିବା ସହ ନିଷିଦ୍ଧ ଷ୍ଟେରଏଡ୍ ମେଥାଣ୍ଡିଏନନ୍ ବ୍ୟବହାର କରିଥିବା ପ୍ରମାଣ ହେବାରୁ ତାଙ୍କୁ ଏହି ଦଣ୍ଡ ଦେଇଛି 'ନାଡା'।

୨୦୨୪ରୁ ମାମଲା ଚାଲିଥିଲା ବେଳେ ସେହିବର୍ଷ ସେପ୍ଟେମ୍ବରରେ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଥିଲା।

Advertisment ୨୦୨୪ରୁ ଚାଲିଥିଲା ମାମଲା ଡୋପିଂ ବାଦ୍‌ ତାଙ୍କ ନାମରେ ନମୂନା ହେରଫେର କରିବା ଅଭିଯୋଗ ମଧ୍ୟ ହୋଇଥିଲା।

ଡୋପିଂ ମାମଲାରେ ଅନ୍ତର୍ଜାତୀୟ ଭାରୋତ୍ତୋଳକ ସାଇରାଜ ପରଦେଶୀଙ୍କୁ ୪ ବର୍ଷ ଏବଂ ଗ୍ରିକୋ ରୋମାନ କୁସ୍ତିବିତ୍‌ ଦୀପକଙ୍କୁ ୨ ବର୍ଷ ନିଲମ୍ବନ କରାଯାଇଛି।

ରେସ୍‌ ୱାକର ମୁନିତା ପ୍ରଜାପତି, ଟ୍ରିପଲ୍‌ଜମ୍ପର ଖୁସବୁ ବର୍ମା ଓ ସଟ୍‌ପୁଟର୍‌ ମଲକୀତ ସିଂହଙ୍କୁ ନିଷିଦ୍ଧ ଔଷଧ ସେବନ ଅଭିଯୋଗରେ ଅସ୍ଥାୟୀ ଭାବେ ନିଲମ୍ବନ କରାଯାଇଛି।

ଭାରତ ବିପକ୍ଷରେ ସଫଳତା ହାସଲ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)