Kidnap, Assault and Cash Extortion: ଅଟୋ ଫାଇନାନ୍ସ ବିବାଦରୁ ଅପହରଣ, ଲକ୍ଷାଧିକ ଟଙ୍କା ଲୁଟିନେଲେ

Jun 28, 2026 - 11:00
Kidnap, Assault and Cash Extortion: ଅଟୋ ଫାଇନାନ୍ସ ବିବାଦରୁ ଅପହରଣ, ଲକ୍ଷାଧିକ ଟଙ୍କା ଲୁଟିନେଲେ

ଅଟୋ ଫାଇନାନ୍ସକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ଓ ଲୁଟ। ଭୁବନେଶ୍ବରରେ (Bhubaneswar) XIMB ଛକ ନିକଟରୁ ଜଣେ ଯୁବକଙ୍କୁ ଅପହରଣ ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାରେ ମୈତ୍ରୀବିହାର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଅଟୋ ଫାଇନାନ୍ସ ବିବାଦକୁ ନେଇ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଉଠାଇ ନେଇ ଏକ ଘରେ ଅଟକ ରଖିଥିଲେ। ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରିବାର ଲୋକଙ୍କ ଠାରୁ ଟଙ୍କା ମାଗିବାକୁ ବାଧ୍ୟ କରୁଥିଲେ। ଭୟଭୀତ ଅବସ୍ଥାରେ ପୀଡ଼ିତ ଯୁବକ ବିଭିନ୍ନ ATMରୁ ପ୍ରାୟ ୭୩ ହଜାର ଟଙ୍କା ଉଠାଇ ଦୁର୍ବୃତ୍ତମାନଙ୍କୁ ଦେଇଥିଲେ। 

ଜନତା ମଇଦାନ ନିକଟରେ କୌଣସି ମତେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ମୈତ୍ରୀବିହାର ଥାନା ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ସାଲିଆସାହି ହାତିଆଶୁଣି ମନ୍ଦିର ନିକଟରୁ ଦୁଇ ଅଭିଯୁକ୍ତ ଗିରଫ କରିବା ସହ ଲୁଟ୍ ହୋଇଥିବା ୭୩ ହଜାର ଟଙ୍କା ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି।