Odisha Forum to Move President: ଏକାଠି ହେଲେ ଦିଲ୍ଲୀର ଓଡ଼ିଆ ସମୁଦାୟ, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ 'ଓଡ଼ିଶା ଫୋରମ୍'

Jun 28, 2026 - 11:00
Odisha Forum to Move President: ଏକାଠି ହେଲେ ଦିଲ୍ଲୀର ଓଡ଼ିଆ ସମୁଦାୟ, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ 'ଓଡ଼ିଶା ଫୋରମ୍'

ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନକୁ ଦିଲ୍ଲୀରେ ତୀବ୍ର ଅସନ୍ତୋଷ। ଦିଲ୍ଲୀର ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଠି ହେଲେ ଓଡ଼ିଆ ସମୁଦାୟ। ଓଡ଼ିଶା ଫୋରମ୍ କହିଛି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁସରଣ କରୁଥିବା ପାରମ୍ପରିକ ତିଥି ବାହାରେ ଇସ୍କନ ରଥଯାତ୍ରା ଆୟୋଜନ କରିଛି। 

ଯାହା ଶ୍ରୀଜଗନ୍ନାଥ ସଂସ୍କୃତିର ଶତାବ୍ଦୀ ପୁରୁଣା ପରମ୍ପରା ପ୍ରତି ଅସମ୍ମାନ। ଫୋରମର ଅଧ୍ୟକ୍ଷ ଗୋକୁଳ ପଟ୍ଟନାୟକ କହିଛନ୍ତି, ଏହି ପରମ୍ପରାର ପବିତ୍ରତା ରକ୍ଷା କରିବା ସମଗ୍ର ବିଶ୍ୱର ଓଡ଼ିଆ ସମୁଦାୟ ଏକାଠି ହେବା ଅତ୍ୟନ୍ତ ଜରୁରୀ। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଖୁବଶୀଘ୍ର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଓଡ଼ିଶା ଫୋରମ୍ ସ୍ପଷ୍ଟ କରିଛି।