Jajpur LED Scam Investigation Deepens; LED ଲାଇଟ୍ ଲଗାଯିବା ଦୁର୍ନୀତି ଘଟଣା; କୋଟି କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ
ଯାଜପୁର ଏଲଇଟି ଲାଇଟ ଦୁର୍ନୀତି ମାମଲା। LED ଲାଇଟ୍ ଦୁର୍ନୀତିରେ ଗିରଫ ବିରଜା ଇଲେକ୍ଟ୍ରିକାଲ୍ସ ମାଲିକ ଧରଣୀଧର ସାହଙ୍କୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା। ୨୦ ବର୍ଷ ତଳେ ମିଟର ରିଡିଂ କାମକରୁଥିବା ଧରଣୀ ଏବେ କୋଟି କୋଟି ଟଙ୍କାର ମାଲିକ। ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତି ବୃଦ୍ଧି ପାଇଛି। ସେ ପ୍ରତିଷ୍ଠା କରିଥିବା ବିରଜା ଇଲେକ୍ଟ୍ରିକାଲ୍ସ ଠିକାସଂସ୍ଥା, ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ବିଦ୍ୟୁତ୍ ଯୋଗାଣ, ଆଲୋକୀକରଣ କାର୍ଯ୍ୟ କରୁଥିଲା।
ଯାଜପୁର ପୂର୍ବତନ ବିଧାୟକଙ୍କ ପ୍ରତ୍ୟକ୍ଷ ସହାୟତାରେ ତାଙ୍କୁ ଯାଜପୁର ଜିଲ୍ଲା ସହ ରାଜ୍ୟର ବହୁ ଜିଲ୍ଲାରେ ଟେଣ୍ଡର ମିଳିଥିବା ଅଭିଯୋଗ ହୋଇଛି। କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ମାମଲାରେ ଭିଜିଲାନ୍ସ ତଦନ୍ତ ଜାରି ରହିଥିବା ବେଳେ ଠିକାଦାରଙ୍କ ସହ ଡିଆରଡିଏ, ଜିଲ୍ଲା ପ୍ରସାଶନ ଓ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ସମେତ ରାଜନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି।
ସେପଟେ ମାମଲାର ତଦନ୍ତ ଭିଜିଲାନ୍ସ କରୁଛି ସବୁ କଥା ପଦାକୁ ଆସିବ ବୋଲି କହିଛନ୍ତି ବିଜେଡି ନେତା। ଦୁର୍ନୀତିରେ ସାମିଲ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୂଚନାଧିକାରୀ କର୍ମୀ।
- ଯାଜପୁର ଜିଲ୍ଲାରେ LED ଲାଇଟ୍ ଲଗାଯିବା ଦୁର୍ନୀତି ଘଟଣା
- କୋଟି କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ
- ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ ଦାବି
- ପୂର୍ବ ସରକାରଙ୍କ ଅମଳରେ ଦୁର୍ନୀତି ହୋଇଥିବା ଅଭିଯୋଗ
- ଭିଜିଲାନ୍ସ ତଦନ୍ତ କରୁଛି, ସବୁ ସ୍ପଷ୍ଟ ହୋଇଯିବ : ବିଜେଡି