Kavya Maran's Special Wedding Gifts To Employees: ବାହାଘର ଖୁସିରେ କର୍ମଚାରୀଙ୍କୁ ସରପ୍ରାଇଜ୍, କାବ୍ୟାଙ୍କ ଉପହାର ଦେଖି ସମସ୍ତେ ଚକିତ

Nov 23, 2026 - 16:51
Kavya Maran's Special Wedding Gifts To Employees: ବାହାଘର ଖୁସିରେ କର୍ମଚାରୀଙ୍କୁ ସରପ୍ରାଇଜ୍, କାବ୍ୟାଙ୍କ ଉପହାର ଦେଖି ସମସ୍ତେ ଚକିତ

ବାହାଘରର ଖୁସିକୁ କର୍ମଚାରୀଙ୍କ ସହ ବାଣ୍ଟିଲେ କାବ୍ୟା ମାରାନ !

ନିଜ ବିବାହ ପରେ ସନ୍ ଗ୍ରୁପ୍‌ର କର୍ମଚାରୀଙ୍କ ପାଇଁ ପଠାଇଲେ ସ୍ୱତନ୍ତ୍ର ଉପହାର ।

ଗିଫ୍ଟ ବକ୍ସ ଖୋଲିବା ମାତ୍ରେ ଚକିତ ହୋଇଗଲେ କର୍ମଚାରୀ ।

କାରଣ ବାକ୍ସ ଭିତରେ ଥିଲା ବିବାହ ନିମନ୍ତ୍ରଣ କାର୍ଡ, ଚକୋଲେଟ୍ ସହ ସୁନା ମୁଦି !

ଏହି ଉପହାରର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛି ।

Advertisment ସନ୍ ଗ୍ରୁପ୍ ଅଧ୍ୟକ୍ଷ କଳାନିଧି ମାରାନଙ୍କ ଝିଅ ତଥା ସନ୍‌ରାଇଜର୍ସ ହାଇଦ୍ରାବାଦର CEO କାବ୍ୟା ମାରାନ ନଭେମ୍ବର ୧୧ ତାରିଖରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଥିଲେ ।

ଏହି ବିବାହ ପରେ ନଭେମ୍ବର ୨୧ ଓ ୨୨ରେ ଚେନ୍ନାଇରେ ଦୁଇଟି ରିସେପ୍ସନ୍ ଆୟୋଜନ ହୋଇଥିଲା ।

ଏବେ ନଭେମ୍ବର ୨୫ରେ ସନ୍ ଗ୍ରୁପ୍ କର୍ମଚାରୀଙ୍କ ପାଇଁ ଆଉ ଏକ ରିସେପ୍ସନ୍ ଆୟୋଜନ ହେବାକୁ ଯାଉଛି । #KavyaMaran gifted gold ring to all the sun group employees. pic.twitter.com/JbLPT2SpVr — CineAura (@CineAuraX) November 20, 2026 Advertisment ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ କର୍ମଚାରୀମାନେ ଗିଫ୍ଟ ବକ୍ସ ଖୋଲି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ହେଉଥିବା ନଜର ଆସିଛି ।

ତେବେ ଏହି ଉପହାର ସମ୍ପର୍କରେ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ ଏବଂ ଏହି ଦାବିକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ ।

ଆଉ ଏକ ଖାସ୍ କଥା ହେଉଛି, ଅନିରୁଦ୍ଧ ଓ କାବ୍ୟାଙ୍କ ବିବାହ ହୋଇଥିଲା ତାମିଲନାଡୁର ପାରମ୍ପରିକ 'ସ୍ୱାଭିମାନ ବିବାହ' ରୀତିରେ ।

ସମାଜ ସଂସ୍କାରକ ପେରିୟାର ଇ.ଭି.

ରାମସାମୀ ଏହି ବିବାହ ପ୍ରଥା ଆରମ୍ଭ କରିଥିଲେ ।

ଏଥିରେ ବରକନ୍ୟା ପରସ୍ପରକୁ ସମ୍ମାନ ଓ ସମାନତାର ସହ ଜୀବନସାଥୀ ହେବାର ପ୍ରତିଜ୍ଞା କରନ୍ତି ।

୧୯୬୭ ମସିହାରେ ତାମିଲନାଡୁରେ ଏହି ବିବାହକୁ ଆଇନଗତ ସ୍ୱୀକୃତି ମିଳିଥିଲା ।

View this post on Instagram

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)