Karachi: କରାଚୀ ଆକ୍ରମଣ ନେଇ ପାକିସ୍ତାନର ଅଭିଯୋଗକୁ ଭାରତର ତୀବ୍ର ଖଣ୍ଡନ
"ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ଶନିବାର ରାତିରେ ହୋଇଥିବା ବଡ଼ଧରଣ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଇସଲାମାବାଦ ଚିରାଚରିତ ଭାବେ ଏଥିପାଇଁ ଭାରତକୁ ଦାୟୀ କରିଛି।
ତେବେ ଭାରତ ପକ୍ଷରୁ ପାକିସ୍ତାନର ଅଭିଯୋଗକୁ ଅତି କଠୋର ଶବ୍ଦରେ ଖଣ୍ଡନ କରାଯାଇଛି।
ଭାରତ ପାକିସ୍ତାନର ଅଭିଯୋଗକୁ ଭିତ୍ତିହୀନ କହିବା ସହିତ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଛି।
ପାକିସ୍ତାନ ଭାରତ ଉପରେ ଦୋଷାରୋପ କରିବା ବ୍ୟତୀତ ନିଜ ସୀମା ମଧ୍ୟରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଭାରତ ପକ୍ଷରୁ କୁହାଯାଇଛି।Advertisment ଆହୁରି ପଢନ୍ତୁ: Akhila Odisha Brahmana Mahasabha ନିଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ ଇସଲାମାବାଦରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ କରାଚୀର ସିନ୍ଧ ରେଞ୍ଜର୍ସ କମ୍ପାଉଣ୍ଡରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।
ପାକିସ୍ତାନୀ ସୁରକ୍ଷା ବାହିନୀ ଏହି ଆକ୍ରମଣର ଜବାବରେ ଛଅ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବାବେଳେ ଜଣଙ୍କୁ ଜୀବିତ ଧରିଛନ୍ତି।
ଏହି ଆକ୍ରମଣରେ ଚାରି ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।
ଅକ୍ଟୋବର ୨୦୨୪ ପରେ କରାଚୀରେ ଏହା ପ୍ରଥମ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା।
ପାକିସ୍ତାନ ଏହି ଆକ୍ରମଣରେ ଭାରତର ଲିଙ୍କ୍ ଥିବା ଅଭିଯୋଗ କରିଥିଲା।
ତେବେ ରବିବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ବାଲ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, କରାଚୀରେ ଘଟିଥିବା ସାମ୍ପ୍ରତିକ ଘଟଣା ସମ୍ପର୍କରେ ପାକିସ୍ତାନୀ ରିପୋର୍ଟଗୁଡ଼ିକ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି।
ଭାରତ ଏହି ସବୁ ଭିତ୍ତିହୀନ ଅଭିଯୋଗକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛି।
ଆହୁରି ପଢନ୍ତୁ: Plane Crash: ଫ୍ରାନ୍ସରେ ବେସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ: ୧୧ ମୃତ ଅନ୍ୟମାନଙ୍କ ଉପରକୁ ଅଙ୍ଗୁଳି ଉଠାଇବା ପରିବର୍ତ୍ତେ, ପାକିସ୍ତାନ ନିଜକୁ ଦେଖିବା ଉଚିତ, ନିଜ ଅଞ୍ଚଳରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ରାଷ୍ଟ୍ର ନୀତି ଭାବେ ଆତଙ୍କବାଦ ଉପରେ ନିର୍ଭର କରିବାର ପ୍ରବୃତ୍ତିରୁ ମୁକ୍ତି ରହିବା ଭଲ ହେବ।
ସୂଚନାଯୋଗ୍ୟ, ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକଭି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ବିନା କୌଣସି ପ୍ରମାଣରେ ଏହି ଆକ୍ରମଣ ସହିତ ଭାରତର ଲିଙ୍କ୍ ଥିବା ଅଭିଯୋଗ କରିଛନ୍ତି।
"