GDP: ଇରାନରେ ଦରଦାମ୍‌ ସ୍ଥିତି ସଙ୍ଗିନ, ମୁଦ୍ରାସ୍ଫୀତି ୮୮.୬%କୁ ବୃଦ୍ଧି

Jun 29, 2026 - 00:33
GDP: ଇରାନରେ ଦରଦାମ୍‌ ସ୍ଥିତି ସଙ୍ଗିନ, ମୁଦ୍ରାସ୍ଫୀତି ୮୮.୬%କୁ ବୃଦ୍ଧି

"ତେହେରାନ: ଆମେରିକା ଓ ଇସ୍ରାଏଲ ସହ ଯୁଦ୍ଧ ଇରାନର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇଦେଇଛି।

ଯୁଦ୍ଧଜନିତ ଖର୍ଚ୍ଚ ବଢ଼ିବା ପରେ ଦେଶରେ ଦରଦାମ୍‌ ସ୍ଥିତି ବେଲଗାମ ହୋଇପଡ଼ିଛି।

ଜୁନରେ ଦେଶର ମୁଦ୍ରାସ୍ଫୀତି ହାର ୮୮.୬ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଛି।

ଇରାନ ପରିସଂଖ୍ୟାନ କେନ୍ଦ୍ର ତଥ୍ୟ ଅନୁସାରେ ଦେଶରେ ଖାଦ୍ୟସାମଗ୍ରୀ ଦର ଗତବର୍ଷ ତୁଳନାରେ ଦ୍ବିଗୁଣିତ ହୋଇଛି।

ପାଉଁରୁଟି ଓ ଶସ୍ୟ ଦାମ୍‌ ୧୩୮.୮ ପ୍ରତିଶତ ବଢ଼ିଛି।

ଦୁଗ୍ଧ, ଲହୁଣି ଓ ଅଣ୍ଡା ୧୫୧.୯ ପ୍ରତିଶତ ମହଙ୍ଗା ହୋଇଛି।Advertisment ମାଂସ ଦାମ୍‌ ମଧ୍ୟ ୧୭୮.୨ ପ୍ରତଶତ ବୃଦ୍ଧି ପାଇଛି।

ଯୁଦ୍ଧ ଆରମ୍ଭ ପୂର୍ବରୁ ଗତ ଫେବ୍ରୁଆରିରେ ଇରାନର ମୁଦ୍ରାସ୍ଫୀତି ୬୮ ପ୍ରତିଶତ ଥିଲା।ବିଭିନ୍ନ ଦେଶର କଟକଣା ପ୍ରଭାବରେ ଇରାନରେ ଜୀବନ ଧାରଣ ଖର୍ଚ୍ଚ ବେଶ ବଢ଼ିଯାଇଛି।

ଫଳରେ ଗତବର୍ଷ ଡିସେମ୍ବର ବେଳକୁ ଦରଦାମକୁ ଇରାନରେ ବଡ଼ ଧରଣର ଜନ ଆନ୍ଦୋଳନ ହୋଇଥିଲା।

ସେହି ସମୟରେ ମୁଦ୍ରାସ୍ଫୀତି ହାର ୫୨.୬ ପ୍ରତିଶତ ରହିଥିଲା।

War: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ପରିସ୍ଥିତି: କୁଏତ ଓ ବାହାରିନ ଉପରେ ଇରାନର ପ୍ରଚଣ୍ଡ ଆକ୍ରମଣ ଇରାନ ପକ୍ଷରୁ ଇଂରାଜୀ ମାସ ବଦଳରେ ପାରସ୍ୟ ମାସ ଅନୁସା‌ରେ ମୁଦ୍ରାସ୍ଫୀତି ତଥ୍ୟ ଜାରି କରାଯାଇଥାଏ।

ଅନ୍ତର୍ଜାତୀୟ କଟକଣା ପ୍ରଭାବରେ ଇରାନର ମୁଦ୍ରା ରିଆଲ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି।

ନିଜସ୍ବ ମୁଦ୍ରାର କୌଣସି ମୂଲ୍ୟ ନଥିବାରୁ ଇରାନର ଲୋକମାନଙ୍କ କ୍ରୟ ଶକ୍ତି ମଧ୍ୟ ହ୍ରାସ ପାଇଥିଲା।

ଚଳିତ ବର୍ଷ ଫେବ୍ରୁଆରିରୁ ଯୁଦ୍ଧ ଆରମ୍ଭ ହେବା ପରେ ସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଛି।

"