Kalla PACS Under Vigilance net ସାର ଟଙ୍କା ଖାଇ ଗିରଫ ହେଲେ କଲ୍ଲା ପ୍ୟାକ୍ସର ପୂର୍ବତନ ସମ୍ପାଦକ

Sep 01, 2026 - 19:32
Kalla PACS Under Vigilance net ସାର ଟଙ୍କା ଖାଇ ଗିରଫ ହେଲେ କଲ୍ଲା ପ୍ୟାକ୍ସର ପୂର୍ବତନ ସମ୍ପାଦକ

"ଭୁବନେଶ୍ବର: ସ୍ଥାନୀୟ ଚାଷୀଙ୍କୁ ରିହାତିମୂଲ୍ୟରେ ପ୍ରଦାନ କରାଯାଉଥିବା ସାର ଟଙ୍କାରେ ‌ହେରଫେର କରି ଦେବଗଡ଼ ଜିଲ୍ଲା କଲ୍ଲା ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଭିଜିଲାନ୍‌ସ ହାତରେ ଗିରଫହୋଇଛନ୍ତି।

Advertisment Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ପକ୍ଷରୁ ଜାରି ସୂଚନାନୁସାରେ, ଏହି ଦୁର୍ନୀତି ୨୦୨୪-୨୫ ମଧ୍ୟରେ ହୋଇଥିଲା।

ତତ୍‌କାଳୀନ ସମ୍ପାଦକ ଶ୍ରୀପତି ପ୍ରଧାନ ରେଜିଷ୍ଟାର, ଲେଜର ଏଣ୍ଟ୍ରି ଓ ଇନ୍‌ଭେଣ୍ଟୋରି ପୁସ୍ତିକାରେ ମିଥ୍ୟା ତଥ୍ୟ ଦାଖଲ କରି ଚାଷୀଙ୍କୁ ବିକ୍ରି ହୋଇଥିବା ସାର ଟଙ୍କା ହଡ଼ପ କରିଥିଲେ।

ଏଭଳି ଜାଲିଆତିରେ ୧୬ଲକ୍ଷ ୭୨ହଜାର ୫୬୭ଟଙ୍କା ହଡ଼ପ କରିଛନ୍ତି।

ଏହାଦ୍ବାରା ଚାଷୀମାନେ ସରକାରଙ୍କ ପକ୍ଷରୁ ଯେଉଁ ରିହାତି ପାଇବା କଥା ସେଥିରୁ ବଞ୍ଚିତ ହୋଇଥିଲେ।

Fertilizer Shortage: ଚଢ଼ା ଦରରେ ସାର ବିକ୍ରି; କଳାବଜାରକୁ ନେଇ ଶୋଷଣରେ ଚାଷୀ ଏନେଇ ଅଭିଯୋଗ ହେବା ପରେ ରାଉରକେଲା ଭିଜିଲାନ୍‌ସ ଥାନା ଦୁର୍ନୀତି ନିବାରଣ ଆଇନ ୧୩(୨) ସହ ୧୩(୧)(କ) ଏବଂ ବିଏନ୍‌ଏସ୍‌ର ଥାନାରା ୩୧୬(୫), ୩୪୪ରେ ନଂ ୧୧/୨୦୨୬ରେ ଏକ ମାମଲା ରୁଜୁ କରିଛି।

Vigilance: ଭିଜିଲାନ୍ସ ପଞ୍ଝାରେ ପୁଲିସ ବାବୁ ଓ ତାଙ୍କ ସହଯୋଗୀ, ଢାବା ମାଲିକଙ୍କଠୁ ନେଉଥିଲେ ୨୦ ହଜାର ଲାଞ୍ଚ ଯାଞ୍ଚରେ ଆବଶ୍ୟକ ପ୍ରମାଣ ମିଳିବା ପରେ ପୂର୍ବତନ ସମ୍ପାଦକ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏହି ମାମଲାରେ ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)