Juhi Chawla: ଘର ବଗିଚାରେ ପରିବା ଚାଷ କରନ୍ତି ଜୁହି

Jun 25, 2026 - 17:48
Juhi Chawla: ଘର ବଗିଚାରେ ପରିବା ଚାଷ କରନ୍ତି ଜୁହି

"ମୁମ୍ବାଇ: ବଢ଼ୁଛି ହୋମ୍ ଗାର୍ଡେନିଂର ଚାହିଦା।

ସାଧାରଣ ଲୋକଙ୍କ ସହିତ ସେଲିବ୍ରିଟିମାନେ ମଧ୍ୟ ହୋମ୍ ଗାର୍ଡେନିଂକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି।

ଏହି ତାଲିକାରେ ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ ସାମିଲ ଅଛନ୍ତି।

ସୋସିଆଲ୍ ମିଡିଆରେ ଜୁହି  କିଛି ଫଟୋ ସେୟାର କରିଛନ୍ତି।

ଯେଉଁଥିରେ ସେ ମେଥି, ଧନିଆ ଓ ଟମାଟୋ ପାଇଁ ସ୍ଥାନ ପ୍ରସ୍ତୁତ କରୁଥିବା ଦେଖାଯାଉଛି।

ପୋଷ୍ଟରେ ଜୁହି ଲେଖିଛନ୍ତି, "  ଏହା ମନକୁ ଶାନ୍ତି ଦେବ ମୁଁ ଜାଣିଛି କିନ୍ତୁ ଯେତେବେଳେ ଏହା ଉତ୍ପାଦନ ହେବ, ମୁଁ କଣ ଏହାକୁ ତୋଳି ଖାଇପାରିବି?

କାରଣ ମୁଁ ନିଜେ ଏହା ଚାଷ କରିଛି, ତେଣୁ ଏହା ମୋ ପାଇଁ ବହୁତ ମୂଲ୍ୟବାନ ହେବ.।

ମୋର ଏହା ଖାଇବାକୁ ମନ ହେବ ନାହିଁ।

ଚାଷ ଜିନିଷମାନଙ୍କ ମୂଲ୍ୟ ବୁଝିବା ସହିତ ତାହାର ଠିକ୍ ବ୍ୟବହାର କରିବା ଶିଖାଇଥାଏ।Advertisment ଅନେକ ସମୟରେ ଆମେ ବଜାରରୁ କିଣୁଥିବା ଜିନିଷଗୁଡ଼ିକର ଠିକ ଭାବେ ବ୍ୟବହାର କରି ନପାରିବାରୁ ତାହା ନଷ୍ଟ ହୋଇଯାଇଥାଏ।

ଯେତେବେଳେ ଆମେ କୌଣସି ଜିନିଷ ନିଜେ ଚାଷ କରନ୍ତି।

ଜିନିଷର ମହତ୍ତ୍ବ କେତେ ତାହା ବୁଝିଥ‌ାଉ।

କାନ୍ଧ ନମିଳିବାରୁ ସାଇକେଲରେ ବୁହାହେଲା ଶବ ଜୁହି ଚାୱଲାଙ୍କର ଜୈବିକ ଚାଷ ପ୍ରତି ବହୁତ ଆଗ୍ରହ ରହିଛି।

ମୁମ୍ବାଇ ବାହାରେ ତାଙ୍କର ଏକ ଫାର୍ମ ମଧ୍ୟ ଅଛି, ଯେଉଁଠାରେ କିଛି ଲୋକ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି।

ଘରେ ଗଛଗୁଡ଼ିକର ଯତ୍ନ ନେବା ପାଇଁ ଏକ ମାଳୀ ଥିଲେ ମଧ୍ୟ, ଲକଡାଉନ୍ ସମୟରେ ଜୁହି ଘରେ ଥିବାବେଳେ କିଛିକିଛି ଗଛ ଲଗାଇଥିଲେ।

ସେ ଗଛ ଆଗାମୀ ଦିନରେ ବଡ଼ ହୋଇ ଫଳ ଦେବା ପରେ ଜୁହିଙ୍କ ହୋମ୍ ଗାର୍ଡେନିଂ ପ୍ରତି ଆହୁରି ଆଗ୍ରହ ବଢ଼ି ଯାଇଥିଲା।

ଏ ଆଗ୍ରହ ଆଜି ପର୍ଯ୍ୟନ୍ତ ତାଙ୍କର ସଜାଗ ରହିଛି।

"