Judgement: ହାଇକୋର୍ଟରେ ଖୋର୍ଦ୍ଧା ଜିଲ୍ଲାପାଳ ହାଜର, ବିକଳ୍ପ ପ୍ଲଟ ବ୍ୟବସ୍ଥା କରିବାକୁ ଆଶ୍ବାସନା

Sep 24, 2026 - 22:26
Judgement: ହାଇକୋର୍ଟରେ ଖୋର୍ଦ୍ଧା ଜିଲ୍ଲାପାଳ ହାଜର, ବିକଳ୍ପ ପ୍ଲଟ ବ୍ୟବସ୍ଥା କରିବାକୁ ଆଶ୍ବାସନା

"କଟକ: ଘରୋଇ ଜମି ଉପରେ ନିର୍ମିତ ବାସଗୃହକୁ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ଭାଙ୍ଗି ଦିଆଯିବା ଅଭିଯୋଗ ନେଇ ଦାୟର ମାମଲାରେ ବୁଧବାରର ନିର୍ଦ୍ଦେଶ ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ ଋତୁରାଜ ହାଇକୋର୍ଟରେ ହାଜର ହୋଇଥିିଲେ।

ଶୁଣାଣି ବେଳେ ଆବେଦନକାରୀଙ୍କ ଅଭିଯୋଗରେ ସତ୍ୟତା ରହିଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଜିଲ୍ଲାପାଳଙ୍କୁ ଭର୍ତ୍ସନା କରିଥିଲେ।

ଥଇଥାନ ବା ପୁନର୍ବାସ ଭଳି ବ୍ୟବସ୍ଥା ନ କରି ଘରୋଇ ଜମି ଉପରେ ଥିବା ବାସଗୃହକୁ କେଉଁ ପରିସ୍ଥିତିରେ ଭାଙ୍ଗିଦିଆଯାଇଥିଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ।

Advertisment ଏକ ବିକଳ୍ପ ପ୍ଲଟ ଚିହ୍ନଟ କରାଯାଇ ଆବେଦନକାରୀଙ୍କୁ ଯୋଗାଇ ଦିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ରହି ଆଶ୍ବସନା ଦେଇଥିଲେ।

ଏହାପରେ ସେପ୍ଟେମ୍ବର ୨୮କୁ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପରବର୍ତ୍ତୀ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୟମାଳା ନାୟକ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Education: ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବା ଅଭିଯୋଗ, ଆୟୋଗଙ୍କ ନିକଟରେ ପିଟିସନ ଦାଖଲ ମାମଲାର ବିବରଣୀରୁ ପ୍ରକାଶ ଯେ ଗୁରୁ କେଳୁଚରଣ ପାର୍କରୁ ପଟିଆ ରେଳ ଷ୍ଟେସନ ପର୍ଯ୍ୟନ୍ତ ସର୍ବସାଧାରଣ ରାସ୍ତା ନିର୍ମାଣ ପାଇଁ ଆବେଦନକାରୀଙ୍କ ନିଜ ଜମି ଉପରେ ଥିବା ବାସଗୃହକୁ ସରକାରୀ କର୍ତ୍ତୃପକ୍ଷ ଭାଙ୍ଗି ଦେଇଥିବା ଅଭିଯୋଗ ନେଇ ଏହି ଆବେଦନ ଦାୟର ହୋଇଥିଲା।

ବର୍ଷା ଚାଲିଥିବା ବେଳେ ଆବେଦନକାରୀ ଏହି ପରିସ୍ଥିତିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା।

ସେପ୍ଟେମ୍ବର ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ବାସଗୃହ ଭାଙ୍ଗିବା ପୂର୍ବରୁ ଘର ବା କ୍ଷତିପୂରଣ ବିକଳ୍ପ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିଲା ବା ନାହିଁ ସେ ନେଇ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେବେ ବୋଲି କହିଥିଲେ।

ଏହି ଘଟଣାରେ ୨୦୧୩ର ପୁନର୍ବାସ ଆଇନରେ ଥିବା ବ୍ୟବସ୍ଥା ତଥା ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୨୬ ପାଳନ କରାଯାଇଛି କି ନାହିଁ ସେ ନେଇ ଜବାବ ରଖିବାକୁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ଓ ହଳଧର ସେଠୀ ମାମଲା ପରିଚାଳନା କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)