Amazon: ଆମାଜନରେ ନୂଆ ଗ୍ରାହକ ୨ ଗୁଣା ବଢ଼ିଲେ
"ଭୁବନେଶ୍ବର: ଚଳିତ ବର୍ଷ ଅନ୍ଲାଇନ୍ ସପିଂ ପ୍ରତି ଗ୍ରାହକଙ୍କ ଆଗ୍ରହରେ ବୃଦ୍ଧି ପରିଲକ୍ଷିତ ହୋଇଛି।
ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୬କୁ ପ୍ରଥମ ୨ ଦିନରେ ୪୪ କୋଟିରୁ ଅଧିକ ଗ୍ରାହକ ପରିଦର୍ଶନ କରିଥିଲେ।
ଦେଶର ପ୍ରମୁଖ ୯ଟି ସହର ବାହାରେ ଥିବା ଅଞ୍ଚଳରୁ ୭୨% ପରିଦର୍ଶନ ହୋଇଥିଲା।
ସେଥିରେ କଟକ ଓ ଭୁବନେଶ୍ବର ନାମ ରହିଛି।
ଆମାଜନ୍ ଇଣ୍ଡିଆର କିଚେନ୍, ହୋମ୍ ଇମ୍ପ୍ରୁଭମେଣ୍ଟ୍ ଆଣ୍ଡ୍ ସ୍ପୋର୍ଟସ୍ ଡାଇରେକ୍ଟର କାର୍ତିକ ସୁବାରାୟାପ୍ପାଙ୍କ ସୂଚନା ଅନୁସାରେ ରାଜ୍ୟରେ ସ୍ମାର୍ଟ ଆପ୍ଲାଏନ୍ସ, ଏଆଇ ସକ୍ଷମ କିଚେନ୍ ଓ ହୋମ୍ ଗ୍ୟାଜେଟ୍, ସ୍ପୋର୍ଟସ୍ ଓ ଲାଇଫ୍ଷ୍ଟାଇଲ୍ ଉତ୍ପାଦରେ ଦୃଢ଼ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା।
ପ୍ରଥମ ଦିନରେ ସପିଂ ପରିମାଣ ଗତବର୍ଷ ତୁଳନନାରେ ୨ ଗୁଣ ବୃଦ୍ଧି ପାଇଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ପ୍ରାୟ ୨ ଗୁଣ ବଢିଛି।
Advertisment ଏହି ଅବଧିରେ ଆମାଜନ ସପିଂ ଆପ୍ର ଡାଉନ୍ଲୋଡ୍ ୫ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଶ୍ରୀ ସୁବାରାୟାପ୍ପା କହିଛନ୍ତି, ଓଡିଶାର ଗ୍ରାହକମାନେ କିଚେନ୍ ଆପ୍ଲାଏନ୍ସଠାରୁ ଆରମ୍ଭ କରି ମନ୍ଦିର ସାଜସଜ୍ଜା ସାମଗ୍ରୀ ଓ ପିଲାମାନଙ୍କ ପାଇଁ ଖେଳନା ଆଦି କ୍ରୟ କରି ଦୂର୍ଗା ପୁଜା ପାଇଁ ନିଜର ଘରକୁ ପ୍ରସ୍ତୁତ କରୁଛନ୍ତି।
ଭୁବନେଶ୍ୱର ବାହାରେ ଚାହିଦା ଉନ୍ନତ ବୃଦ୍ଧି ପାଇଥିବା ବେଳେ ପୁରୀ ଓ ସମ୍ବଲପୁର ଭଳି ସହରଗୁଡିକରେ ଚାହିଦା ପ୍ରାୟ ଦୁଇ ଗୁଣ ବଢିଛି।
କ୍ରୀଡ଼ା ସାମଗ୍ରୀ ପାଇଁ ଚାହିଦା ମଧ୍ୟ ବଢ଼ିଛି।
ଆମାଜନ ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ୍ରେ ପ୍ରିମିୟମ ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ବିକ୍ରି ୨୦ ଗୁଣ, ଫ୍ରଣ୍ଟ୍ ଲୋଡ୍ ୱାସିଙ୍ଗ ମେସିନ ୮୦, ହାଇ-ଏଣ୍ଡ ହୋମ୍ ଥିଏଟର ସିଷ୍ଟମ ୧୦୦ ଗୁଣ, ଅଟୋମାଟିକ ୱାଚ୍ ବିକ୍ରି ୨୦ ଗୁଣ, ପ୍ରିମିୟମ ସ୍କିନ୍ ଓ ହେୟାର କେୟାର ବର୍ଗର ବିକ୍ରି ୫ ଗୁଣ ବୃଦ୍ଧି ପାଇଛି।
ଓଡିଶାରେ କିଚେନ୍ ଓ ହୋମ୍ ଆପ୍ଲାଏନ୍ସ ବର୍ଗରେ ୭ ଗୁଣ ବୃଦ୍ଧି ହୋଇଥିବା ବେଳେ ପୁରୀ ଓ ସମ୍ବଲପୁରରେ ରୋଷେଇ ଘର ଉତ୍ପାଦ ବିକ୍ରି ୮ ଗୁଣ ବୃଦ୍ଧି ଘଟିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
