Judgement: ମଦ ‌ଦୋକାନ ବନ୍ଦ ପ୍ରସଂଗ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଖାରଜ

Oct 22, 2026 - 22:21
Judgement: ମଦ ‌ଦୋକାନ ବନ୍ଦ ପ୍ରସଂଗ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଖାରଜ

କଟକ : ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ମଦ ଦୋକାନ ଖୋଲିବା ପ୍ରସଂଗରେ ଦାଖଲ ଆପତ୍ତି/ଅଭିଯୋଗ ଗ୍ରହଣୀୟ ନୁହେଁ।

ଓଡ଼ିଶା ଅବକାରୀ ନିୟମାବଳୀ‌ରେ ଧାର୍ଯ୍ୟ ସମୟସୀମା ପରେ ଦାଖଲ ଆପତ୍ତି/ଅଭିଯୋଗ ନିୟମ ୩୩ ଅନୁଯାୟୀ ଖାରଜ ଯୋଗ୍ୟ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରାଯାଇଛି।

ଏଥି ସହିତ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ଏନଏସି ଅଞ୍ଚଳରେ ଖୋଲିଥିବା ଏକ ମଦ ଦୋକାନକୁ ବନ୍ଦ କରିବାକୁ ନିବେଦନ କରି ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମଦ ଦୋକାନକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

Advertisment ମାମଲାର ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ଯେ ଏହି ମଦ ଦୋକାନ ଖୋଲିବା ପୂର୍ବରୁ ନିୟମ ୩୧ ଓ ୩୨ରେ ଥିବା ବ୍ୟବସ୍ଥା ଅନୁସାରେ ଆପତ୍ତି/ଅଭିଯୋଗ ଆହ୍ବାନ କରାଯାଇଥିଲା।

ଏଥି ପାଇଁ ସର୍ବସାଧାରଣ ନୋଟିସ ଜାରି କରାଯାଇଥିଲା।

ପ୍ରସ୍ତାବିତ ମଦ ଦୋକାନ ପ୍ରସଂଗରେ ଯଦି କାହାର ଆପତ୍ତି ଓ ଅଭିଯୋଗ ରହିଥାଏ ତେବେ ନିର୍ଦ୍ଧାରିତ ସମୟସୀମା ଭିତରେ ଦାଖଲ କରବାକୁ ନୋଟିସ ଜାରି କରାଯାଇଥିଲା।

ନୋଟିସ ଅବଧି ‌ଶେଷ ହେବା ପରେ ନିୟମ ୩୧ ଓ ୩୨ ଅନୁସାରେ ପ୍ରକ୍ରିୟା ଅନୁସରରଣ କରାଯାଇ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା।

ବିଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ ପରେ ଦୋକାନ ଖୋଲିଥିଲା।

ଏହାପରେ ମନ୍ଦିର ଓ ସ୍କୁଲ ପାଖରେ ମଦ ଦୋକାନ ଖୋଲିଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବାକୁ ଆପତ୍ତି ଦାଖଲ କରାଯାଇଥିଲା।

High Court: ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିନ୍ଦା : ହାଜତ ମିଆଦ ବୃଦ୍ଧି ବିରୋଧରେ ଆବେଦନ ପ୍ରତ୍ୟାହାର କଲେ ନିର୍ଦ୍ଧାରିତ ସମୟସୀମା ପରେ ଦାଖଲ ଆପତ୍ତି ନିୟମ ୩୩ ଅନୁସାରେ ଖାରଜ ଯୋଗ୍ୟ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।

ନିୟମ ୩୧ ଓ ୩୨ ଅନୁସାରେ ପ୍ରକ୍ରିୟା ଅନୁସରଣ କରାଯାଇଥିବା ବେଳେ କୌଣସି ବି ଅଦାଲତ କର୍ତ୍ତୃପକ୍ଷଙ୍କୁ ଆଇନ ବିରୁଦ୍ଧରେ କାର୍ଯ୍ୟ କରିବାକୁ କିମ୍ବା ଆଇନରୁ ବିଚ୍ୟୁତ ହେବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ଏଥି ସହିତ ମଦ ଦୋକାନ ବନ୍ଦ ପାଇଁ ଦାୟର ଏହି ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି।

ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)