Judgement: ବିଭାଗୀୟ ବୈଷୟିକ କମିଟି ଗଠନ ସଂକ୍ରାନ୍ତରେ ହାଇକୋର୍ଟ‌ରେ ତଥ୍ୟ ରଖିବେ ସରକାର

Oct 11, 2026 - 09:25
Judgement: ବିଭାଗୀୟ ବୈଷୟିକ କମିଟି ଗଠନ ସଂକ୍ରାନ୍ତରେ ହାଇକୋର୍ଟ‌ରେ ତଥ୍ୟ ରଖିବେ ସରକାର

"କଟକ:  ଖୋଲା ଟେଣ୍ଡର ପ୍ରକ୍ରିୟାରେ ଅନ୍ୟମାନଙ୍କ ତୁଳନାରେ ଅସ୍ବଭାବିକ ଭାବେ କମ୍‌ ମୂଲ୍ୟର ପ୍ରସ୍ତାବ ଦେଇଥିବା ବିଡର୍‌ଙ୍କୁ ଠିକାକାମ ପ୍ରଦାନ କରାଯିବା ଘଟଣାକୁ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

ଏହି ମାମଲାରେ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି।‌ ଟେଣ୍ଡର ପ୍ରକ୍ରିୟାରେ ନିଲାମ ଡାକ ବା ବିଡ୍‌ ଅସ୍ବଭାବିକ ଭାବେ କମ ରହୁଥିବା କ୍ଷେତ୍ରରେ ବିଭାଗୀୟ ବୈଷୟିକ କମିଟି ଗଠନ ପ୍ରସଂଗରେ ତଥ୍ୟ ଉପସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି।

ଅକ୍ଟୋବର ୧୪କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।Advertisment ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଲ୍‌ ଓଡ଼ିଶା କଣ୍ଟ୍ରାକ୍ଟର ୱେଲଫେୟାର ଆସୋସିଏସନ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଟେଣ୍ଡର ପ୍ରକ୍ରିୟାରେ ସଂପୃକ୍ତ କାର୍ଯ୍ୟ ପାଇଁ ଆକଳନ କରାଯାଇଥିବା ମୂଲ୍ୟ ଠାରୁ ଅସ୍ବାଭାବିକ ଭାବେ କମ ମୂଲ୍ୟର ବିଡ୍‌କୁ ଓପିଡବ୍ଲୁଡି କୋଡ ଅନୁସାରେ ଗ୍ରହଣ କରାଯାଉ ନଥିଲା।

ଧାର୍ଯ୍ୟ ମୂଲ୍ୟ ଠାରୁ ୧୪.୯୯ ପ୍ରତିଶତରୁ କମ ମୂଲ୍ୟର ବିଡକୁ ଖାରଜ କରାଯାଉଥିଲା।

ଏଭଳି ବ୍ୟବସ୍ଥାକୁ ୨୦୨୬, ଜାନୁଆରି ୩ର ଅଫିସ୍ ମେମୋରାଣ୍ଡମ୍ ଦ୍ୱାରା ଉଚ୍ଛେଦ କରାଯାଇଥିଲା।

ଅସ୍ବାଭିକ ଭାବେ କମ ମୂଲ୍ୟର ବିଡ୍‌ ପ୍ରସଂଗକୁ ନେଇ ନୂଆ ବ୍ୟବସ୍ଥା ଜାନୁଆରି ୩ର ଅଫିସ ମେମୋରାଣ୍ଡମରେ କରାଯାଇଥିଲା।

ଭେଦଭାବପୂର୍ଣ୍ଣ କାର୍ଯ୍ୟ କରୁଥିବା ଅଭିଯୋଗ ଯଦି ଅସ୍ବଭାବିକ ଭାବେ କମ୍‌ ମଲ୍ୟ ବିଡ୍‌ ପ୍ରସଂଗ ସମ୍ମୁଖକୁ ଆସେ ଓ ବିଡରଙ୍କ ଦ୍ବାରା କାର୍ଯ୍ୟର ସଫଳ, ସନ୍ତୋଷଜନକ ସଂପାଦନ ନେଇ କର୍ତ୍ତୃପକ୍ଷଙ୍କ ମନରେ ସନ୍ଦେହ ହୁଏ ତେବେ ବିଭାଗୀୟ ବୈଷୟିକ କମିଟି ଦ୍ବାରା ଏହାର ଯାଞ୍ଚ କରାଯିବ ବୋଲି ନୂଆ ବ୍ୟବସ୍ଥାରେ ଉଲ୍ଲେଖ କରାଯାଇଥିଲା।

କିନ୍ତୁ ଏହା ପରେ ମଧ୍ୟ କର୍ତ୍ତୃପକ୍ଷ ଭେଦଭାବପୂର୍ଣ୍ଣ କାର୍ଯ୍ୟ କରୁଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।

ଜାନୁଆରି ୩ ପରେ ଆହ୍ବାନ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଆକଳନ କରାଯାଇଥିବା ମୂଲ୍ୟରୁ ୪୧.୯୯ ପ୍ରତିଶତ ଓ ୩୨.୫୦ ପ୍ରତିଶତ କମ ମୂଲ୍ୟର ବିଡ୍‌ ଦାଖଲ କରିଥିବା ଅଂଶଗ୍ରହଣକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ଧାର୍ଯ୍ୟ ମୂଲ୍ୟ ଠାରୁ ୧୬.୨୨ ପ୍ରତିଶତ କମ୍‌ ମୂଲ୍ୟର ବିଡ୍‌କୁ ଖାରଜ କରାଯାଉଛି।

Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍‌ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା ଏହି ପ୍ରସଂଗରେ ସମାନ ମାନଦଣ୍ଡ ଅନୁସରଣ ଗୁରୁତ୍ବପୂର୍ଣ୍ଣ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ଏଭଳି ଘଟଣାର ଜାନୁଆରି ୩ର ନିଷ୍ପତ୍ତି ଅନୁସାରେ ବିଭାଗୀୟ ବୈଷୟିକ କମିଟି ଗଠନ କରି ଯାଞ୍ଚ କରାଯିବା ଉଚିତ ଥିଲା।

ଯଦି ଅସ୍ବଭାବିକ ଭାବେ କମ୍‌ ମୂଲ୍ୟର ବିଡ୍‌କୁ ଗ୍ରହଣ କରାଯାଏ ‌ତେବେ ଯେଉଁ କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବ ତାହା ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଓ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ସଂପୂର୍ଣ୍ଣ ହୋଇ ପାରିବ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)