Judgement: ପ୍ୟାକେଜ୍‌ଡ ଖାଦ୍ୟରେ ଚେତାବନୀ ଲେବଲ୍‌ ବିଳମ୍ବକୁ ନେଇ ଏଫ୍‌ଏସ୍‌ଏଆଇକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

Aug 13, 2026 - 19:32
Judgement: ପ୍ୟାକେଜ୍‌ଡ ଖାଦ୍ୟରେ ଚେତାବନୀ ଲେବଲ୍‌ ବିଳମ୍ବକୁ ନେଇ ଏଫ୍‌ଏସ୍‌ଏଆଇକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

"ନୂଆଦିଲ୍ଲୀ: ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍‌ ଫ୍ୟାଟ୍‌ ଥିବା ପ୍ୟାକେଜ୍‌ଡ ଖାଦ୍ୟ ଉପରେ ଚେତାବନୀ ଲେବଲ୍‌ ଲଗାଇବା ନିଷ୍ପତ୍ତିରେ ବିଳମ୍ବକୁ ନେଇ ଖାଦ୍ୟ ସୁରକ୍ଷା ଓ ମାନ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ)କୁ ଗୁରୁବାର କଡ଼ା ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌କୋର୍ଟ।

ଏହି ଲେବଲ୍‌ ମାଧ୍ୟମରେ ଗ୍ରାହକମାନେ କୌଣସି ପ୍ୟାକେଜ୍‌ଡ ଖାଦ୍ୟରେ ଚିନି, ଲୁଣ ଓ ଚର୍ବିର ମାତ୍ରା ଅଧିକ ଥିବା ଜାଣିପାରିବେ।

ବିଶେଷକରି ବଢୁଥିବା ପିଲାମାନଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏପରି ସୂଚନା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।Advertisment ବିଚାରପତି ଜେ.ବି.

ପାର୍ଦିୱାଲା ଓ କେ.ଭି.

ବିଶ୍ବନାଥନଙ୍କ ଖଣ୍ଡପୀଠ ଗୁରୁବାର ଏହି ମାମଲାର ଶୁଣାଣି କରିଥିଲେ।

ପ୍ୟାକେଜ୍‌ଡ ଖାଦ୍ୟରେ ଅଧିକ ଚିନି, ଲୁଣ ଓ ଫ୍ୟାଟ୍‌ ଥିଲେ ତାହା ସମ୍ପର୍କରେ ଗ୍ରାହକଙ୍କୁ ସହଜରେ ଜଣାଇବା ପାଇଁ ଖାଦ୍ୟ ପ୍ୟାକେଟ୍‌ର ସାମ୍ନା ପାର୍ଶ୍ବରେ ଚେତାବନୀ ଲେବଲ୍‌ ଲଗାଇବା ଦାବିରେ ଦାଖଲ ଜନସ୍ବାର୍ଥ ମାମଲାର ଶୁଣାଣି ହେଉଥିଲା।

ଏଫ୍‌ଏସ୍‌ଏଆଇ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାରେ କାହିଁକି ବିଳମ୍ବ କରୁଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ଚେତାବନୀ ଲେବଲ୍‌ ଲଗାଇବା ନିଷ୍ପତ୍ତିରେ ଖାଦ୍ୟ ଉତ୍ପାଦନକାରୀଙ୍କ ଚାପ ପ୍ରଭାବ ପକାଉଛି କି ବୋଲି ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ।

ଏହା କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ କିମ୍ବା କମ୍ପାନିକୁ ଟାର୍ଗେଟ୍‌ କରିବାର ପ୍ରସଙ୍ଗ ନୁହେଁ, ବରଂ ଖାଦ୍ୟ କିଣିବା ପୂର୍ବରୁ ଗ୍ରାହକଙ୍କୁ ଆବଶ୍ୟକ ସୂଚନା ଦେବାର ବିଷୟ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ।

Judgement: କ୍ୟାନ୍‌ସରକୁ "ସୂଚନୀୟ ରୋଗ" ଘୋଷଣା କର: ୧୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କେନ୍ଦ୍ର ଓ ଏଫ୍‌ଏସ୍‌ଏଆଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ ବ୍ରିଜେନ୍ଦର ଚହର ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ରଖିଥିଲେ।

ତାଙ୍କ କହିବା ଅନୁସାରେ, ଏପରି ଚେତାବନୀ ଲେବଲ୍‌ ଲଗାଇଲେ ଭାରତୀୟ ପାରମ୍ପରିକ ଖାଦ୍ୟ ମଧ୍ୟ ପ୍ରଭାବିତ ହୋଇପାରେ, କାରଣ କିଛି ପାରମ୍ପରିକ ଖାଦ୍ୟରେ ସ୍ବାଭାବିକ ଭାବେ ଅଧିକ ଲୁଣ କିମ୍ବା ଚର୍ବି ଥାଏ।

ତେବେ ଏହି ଯୁକ୍ତିରେ ଖଣ୍ଡପୀଠ ସନ୍ତୁଷ୍ଟ ହୋଇନଥିଲେ।

ଉତ୍ପାଦନକାରୀଙ୍କ ବ୍ୟବସାୟିକ ସ୍ବାର୍ଥ ଯୋଗୁଁ ଗ୍ରାହକଙ୍କୁ ଏପରି ସୂଚନା ଦେବାରେ ବିଳମ୍ବ କରାଯାଇପାରିବ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ କହିଥିଲେ।

ଲେବଲ୍‌ ଲାଗିଲେ ମଧ୍ୟ ଉତ୍ପାଦ କିଣିବେ କି ନାହିଁ, ସେ ନିଷ୍ପତ୍ତି ଗ୍ରାହକଙ୍କର ହିଁ ରହିବ।

ଏଫ୍‌ଏସ୍‌ଏଆଇର ବିଶେଷଜ୍ଞ କମିଟି ଏହି ପ୍ରସଙ୍ଗରେ ଭାରତୀୟ ପୋଷଣ ମୂଲ୍ୟାୟନ ବ୍ୟବସ୍ଥା ଉପରେ ବିଚାର କରିବା ସହ ବିଭିନ୍ନ ପକ୍ଷଙ୍କଠାରୁ ୧୪ ହଜାରରୁ ଅଧିକ ମତାମତ ପାଇଥିଲା।

ଅଧିକ ଅଧ୍ୟୟନ ଓ ପରାମର୍ଶ ଆବଶ୍ୟକ ବୋଲି ଏଫ୍‌ଏସ୍‌ଏଆଇ ପୂର୍ବରୁ କହିଥିଲା।

ଏବେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ଜଣାଇବାକୁ କେନ୍ଦ୍ର ଓ ଏଫ୍‌ଏସ୍‌ଏଆଇକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media