Chalo Delhi March: ନଭେମ୍ବର ୧ରେ ‘ଚଲୋ ଦିଲ୍ଲୀ ପଦଯାତ୍ରା’ରେ ଯୋଗ ଦେବାକୁ ରାହୁଲଙ୍କ ଆହ୍ବାନ

Oct 29, 2026 - 20:39
Chalo Delhi March: ନଭେମ୍ବର ୧ରେ ‘ଚଲୋ ଦିଲ୍ଲୀ ପଦଯାତ୍ରା’ରେ ଯୋଗ ଦେବାକୁ ରାହୁଲଙ୍କ ଆହ୍ବାନ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି, ଭୋଟର ତାଲିକା ସଂଶୋଧନରେ ଅନିୟମିତତାକୁ ବିରୋଧ କରି ଆସନ୍ତା ନଭେମ୍ବର ୧ ତାରିଖରେ ଡକାଯାଇଥିବା 'ଚଲୋ ଦିଲ୍ଲୀ ପଦଯାତ୍ରା' ହେଉଛି ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ, ଭୋଟ୍‌ ଚୋରି ବନ୍ଦ କରିବାପାଇଁ ଏବଂ ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ଏକ ଯାତ୍ରା ।

ପୁଲିସ ଏବଂ ଲାଠିକୁ ନେଇ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ ବୋଲି ରାହୁଲ କହିଛନ୍ତି ।

ସେ କହିଛନ୍ତି, ଏହି ପଦଯାତ୍ରା କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ଏହା ଭାରତର ଆତ୍ମା ପାଇଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଙ୍କୁ ନେଇ ଯେଉଁମାନେ ଅତିଷ୍ଠ ହୋଇପଡ଼ିଲେଣି ସେମାନେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ରାହୁଲ ଆହ୍ବାନ କରିଛନ୍ତି ।

Advertisment Rushikulya River Embankment Breaches ଗୋବା ନିକଟରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଲା, ବରଙ୍ଗ-ବଡ଼ମାଧପୁର ରାସ୍ତାରେ ପାଣି ରାହୁଲ କହିଛନ୍ତି, କେବଳ ଗୋଟିଏ ଆନ୍ଦୋଳନ ହେବ ଏବଂ ଏହା ଦେଶ ପାଇଁ ହେବ ।

ଆମ ସହ ଆସି ପଦଯାତ୍ରା‌ରେ ଯୋଗ ଦିଅନ୍ତୁ ।

ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ଏବଂ ଭାରତୀୟ ରାଷ୍ଟ୍ରକୁ ସୁରକ୍ଷା ଦେବାପାଇଁ ଆମେ ଏକାଠି ଚାଲିବା ।

ଏହା ଅତ୍ୟନ୍ତ ଚମତ୍କାର ପଦଯାତ୍ରା ହେବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଇଣ୍ଡିମେଣ୍ଟର ରାମଲୀଳା ରାଲି ପାଇଁ ଦିଲ୍ଳୀ ପୁଲିସ ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ରାହୁଲ ଆଜି ରାମଲୀଳା କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କ ଯୋଗଦାନ ପାଇଁ ଆହ୍ବାନ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)