Judgement: ଭୀମ‌ସେନ ଟୁଡୁଙ୍କୁ ହାଇକୋର୍ଟରୁ ଜାମିନ

Sep 03, 2026 - 22:19
Judgement: ଭୀମ‌ସେନ ଟୁଡୁଙ୍କୁ ହାଇକୋର୍ଟରୁ ଜାମିନ

"କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଭୀମସେନ ପ୍ରସାଦ ଟୁଡ଼ୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୫୦ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଭୀମସନଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିବେ।

ଜାମିନରେ ଛାଡ଼ ପାଇବା ପରେ ଭୀମସେନ ସାକ୍ଷୀଙ୍କୁ ଧମକ ଦେବେ ନାହିଁ, ପ୍ରଭାବିତ କରିବା ଭଳି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି।

ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୀମସେନଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୧ରେ କଟକ ଅତିରିକ୍ତ ‌ଦୌରା ଜଜ ତଥା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବା ପରେ ଭୀମସେନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।Advertisment ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡ଼ିତାଙ୍କ ମୃତ ଦେହ କାଠଯୋଡିରେ ଭାସୁଥିବା ଖବର ଜୁନ ୪ରେ ବାରଙ୍ଗ ଥାନାରୁ ପାଇ ଚନ୍ଦ୍ରିକାଙ୍କ ପରିବାର ତରଫରୁ ଏତଲା ଦିଆଯାଇଥିଲା।

ବାରଙ୍ଗ ଥାନା ପୁଲିସ ବିଏନଏସର ଧାରା ୧୦୮ ୬୯, ୩(୫)ରେ ମାମଲା ରୁଜୁ କରିବା ସହିତ ଜୁନ ୧୩ରେ ଭୀମସେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଓଟିଏସ୍‌ ଅଧିକାରୀ ଭୀମସେନ ଚାକିରିରୁ ବହିଷ୍କୃତ ଏଠାରେ ସୂଚନା ଯୋଗ୍ୟ ଯେ ବାରଙ୍ଗ ପୁଲିସ ଦ୍ବାରା ଗିରଫ ହେବା ପରେ ଜୁନ ୨୭ରେ ଭୀମସେନଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଥିଲା।

ସେ ଓଡ଼ିଶା ଟାକ୍ସେସନ ଓ ଆକାଉଣ୍ଟସ ସର୍ଭିସର ଅଧିକାରୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟରତ ଥିଲେ।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଧନଞ୍ଜୟ ମୁଣ୍ଡ ମାମଲା ପରିଚାଳନା କରୁଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)