Journalist Caught in Crossfire During Live Reporting: ଲାଇଭ୍ ରିପୋର୍ଟିଂ ବେଳେ ଗୁଳିମାଡ଼, କାର୍ ଆଢ଼ୁଆଳରେ ଜୀବନ ବଞ୍ଚାଇଲେ ସାମ୍ବାଦିକ

Nov 22, 2026 - 13:15
Journalist Caught in Crossfire During Live Reporting: ଲାଇଭ୍ ରିପୋର୍ଟିଂ ବେଳେ ଗୁଳିମାଡ଼, କାର୍ ଆଢ଼ୁଆଳରେ ଜୀବନ ବଞ୍ଚାଇଲେ ସାମ୍ବାଦିକ

ଭାବନ୍ତୁ, ଆପଣ କ୍ୟାମେରା ସାମ୍ନାରେ ଲାଇଭ୍ ରିପୋର୍ଟିଂ କରୁଛନ୍ତି।

ହଠାତ୍ ଆପଣଙ୍କ ପଛପଟୁ ଶୁଭୁଛି ଗୁଳି ଫୁଟିବାର ଶବ୍ଦ।

ଏଭଳି ଏକ ଭୟଙ୍କର ଦୃଶ୍ୟ ମେକ୍ସିକୋର ସିନାଲୋଆରୁ ସାମ୍ନାକୁ ଆସିଛି।

ଲାଇଭ୍ ରିପୋର୍ଟିଂ କରୁଥିବା ଜଣେ ସାମ୍ବାଦିକ ଗୁଳିମାଡ଼ରୁ ବର୍ତ୍ତିବା ପାଇଁ କାର୍ ପଛରେ ଲୁଚି ନିଜ ଜୀବନ ବଞ୍ଚାଇଛନ୍ତି।

ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି।

Advertisment ସୂଚନା ଅନୁଯାୟୀ, ନଭେମ୍ବର ୨୦ ତାରିଖ ରାତିରେ ଗୁଆସାଭେ ସହରରେ ଏହି ଘଟଣା ଘଟିଛି।

ମେଗାନୋଟିସିଆସ୍ ଲସ୍ ମୋଚିସ୍‌ର ସାମ୍ବାଦିକ ଜିସସ୍ ଆଡ୍ରିଆନ୍ ଇବାରା ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ଲାଇଭ୍ ରିପୋର୍ଟିଂ କରୁଥିଲେ।

ସେ କ୍ୟାମେରା ସାମ୍ନାରେ ଅଞ୍ଚଳର ସ୍ଥିତି ବିଷୟରେ ସୂଚନା ଦେଉଥିବା ବେଳେ ହଠାତ୍ ତାଙ୍କ ପଛପଟୁ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା।

ଗୁଳିର ଶବ୍ଦ ଶୁଣିବା ମାତ୍ରେ ସାମ୍ବାଦିକ ଜଣକ ତଳକୁ ନଇଁପଡ଼ି ନିକଟରେ ଥିବା ଏକ କାର୍ ପଛପଟେ ଆଶ୍ରୟ ନେଇଥିଲେ।

ତେବେ ଏଭଳି ଭୟଙ୍କର ସ୍ଥିତିରେ ମଧ୍ୟ ସେ ରିପୋର୍ଟିଂ ବନ୍ଦ କରିନଥିଲେ।

କାର୍ ପଛରେ ଲୁଚି ରହି କ୍ୟାମେରା ଧରି ଘଟଣାସ୍ଥଳର ସ୍ଥିତି ବିଷୟରେ ଦର୍ଶକଙ୍କୁ ଜଣାଇ ଚାଲିଥିଲେ।

Advertisment ଭିଡିଓରେ ସାମ୍ବାଦିକ ଜଣକ ତାଙ୍କ ପଛପଟେ ଭୀଷଣ ଗୁଳିବିନିମୟ ଚାଲିଥିବା କହୁଥିବା ଶୁଣିବାକୁ ମିଳୁଛି।

ସେ କ୍ୟାମେରାକୁ ଗୁଳି ଫୁଟୁଥିବା ଦିଗକୁ ମଧ୍ୟ ବୁଲାଇଥିଲେ।

ଅଞ୍ଚଳ ଉପରେ ସାମରିକ ହେଲିକପ୍ଟର ଉଡ଼ୁଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ।

ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ପୁଣି ଗୁଳି ଶବ୍ଦ ଶୁଭିଥିଲା।

ଏହାପରେ ସେ ନିଜକୁ ସୁରକ୍ଷିତ ରଖିବା ପାଇଁ କାର୍ ପଛରେ ଲୁଚି ଯାଇଥିଲେ।

ସାମ୍ବାଦିକ ଜଣକ କ୍ୟାମେରା ସାମ୍ନାରେ କହିଥିଲେ ଯେ ତାଙ୍କୁ ଏବେ ଏକ ସୁରକ୍ଷିତ ସ୍ଥାନରେ ଲୁଚିବାକୁ ପଡ଼ିବ।

ରିପୋର୍ଟ ଅନୁଯାୟୀ, ଗୋଟିଏ ଗୁଳି ତାଙ୍କ ଅତି ନିକଟ ଦେଇ ଚାଲିଯାଇଥିଲା।

ଏହାପରେ ସେ କାର୍‌ର ଆଢ଼ୁଆଳରେ ରହି ନିଜକୁ ସୁରକ୍ଷିତ କରିଥିଲେ ଏବଂ ଲାଇଭ୍ ରିପୋର୍ଟିଂ ଶେଷ କରିଥିଲେ।

ସୂଚନାଯୋଗ୍ୟ, କୁଖ୍ୟାତ ଡ୍ରଗ୍ସ ମାଫିଆ ଫାଉଷ୍ଟୋ ଇସିଦ୍ରୋ ମେସା ଫ୍ଲୋରେସ୍‌କୁ ମେକ୍ସିକୋ ସୁରକ୍ଷା ବାହିନୀ ଗିରଫ କରିବା ପରେ ସିନାଲୋଆର ବିଭିନ୍ନ ଅଞ୍ଚଳରେ ହିଂସା ଆରମ୍ଭ ହୋଇଥିଲା।

ସେ 'ଏଲ୍ ଚାପୋ ଇସିଦ୍ରୋ' ନାମରେ ମଧ୍ୟ ପରିଚିତ।

ତାଙ୍କ ଗିରଫଦାରୀ ପରେ ସୁରକ୍ଷା ବାହିନୀ ଓ ସନ୍ଦିଗ୍ଧ ଡ୍ରଗ୍ସ କାର୍ଟେଲ୍ ସଦସ୍ୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଖବର ଆସିଥିଲା।

କେତେକ ସ୍ଥାନରେ ରାସ୍ତା ଅବରୋଧ ସହ ଗାଡ଼ି ଜାଳିବା ଭଳି ଘଟଣା ମଧ୍ୟ ଘଟିଥିଲା।

'ଏଲ୍ ଚାପୋ ଇସିଦ୍ରୋ' ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇର ୧୦ ଜଣ ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କ ତାଲିକାରେ ଥିଲା।

ତାଙ୍କୁ ଧରାଇଦେବା ପାଇଁ ଆମେରିକା ପକ୍ଷରୁ ୫୦ ଲକ୍ଷ ଡଲାର ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଥିଲା।

ମେକ୍ସିକୋର ଅଧିକାରୀଙ୍କ ସୂଚନା ଅନୁଯାୟୀ, ତାଙ୍କୁ ଗିରଫ କରିବା ପାଇଁ ଚାଲିଥିବା ଅଭିଯାନ ସମୟରେ ୪ ଜଣ ସୈନିକ ଏବଂ ୭ ଜଣ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)