JIO Recharge: ଜିଓ ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟକା!

Oct 15, 2026 - 18:01
JIO Recharge: ଜିଓ ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟକା!

"ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ପୁଣି ଏକ ଝଟକା ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ରିପୋର୍ଟ ଅନୁଯାୟୀ, କମ୍ପାନି ଖୁବ୍‌ଶୀଘ୍ର ନିଜର ରିଚାର୍ଜ ପ୍ଲାନ୍‌ଗୁଡ଼ିକର ଦାମ୍ ବଢ଼ାଇପାରେ।

ଜିଓର ରିଚାର୍ଜ ଦରରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି।

ତେବେ ଏନେଇ କମ୍ପାନି ପକ୍ଷରୁ ଆଧିକାରିକ ଘୋଷଣା ହୋଇନାହିଁ।Advertisment ଏହି ଖବର ଏପରି ସମୟରେ ଆସିଛି, ଯେତେବେଳେ କମ୍ପାନି ନିଜର ଆଇପିଓ  ଆଣିବା ପାଇଁ ପ୍ରସ୍ତୁତି କରୁଥିବା ରିପୋର୍ଟରେ କୁହାଯାଇଛି।

ଉକ୍ତ ରିପୋର୍ଟ ଅନୁସାରେ, ଆଇପିଓ ଅକ୍ଟୋବର ୨୧ରେ ଖୋଲିବ ଏବଂ ଅକ୍ଟୋବର ୨୩ରେ ବନ୍ଦ ହେବ।

ଏହା ଅଧୀନରେ ୨୭ କୋଟି ନୂଆ ସେୟାର ଜାରି କରାଯିବ ବୋଲି ଦାବି କରାଯାଇଛି।

କାହିଁକି ବଢ଼ିପାରେ ରିଚାର୍ଜ ଦାମ୍?

ଜିଓ ନିଜର ଏଆର୍‌ପିୟୁ ବଢ଼ାଇବା ପାଇଁ ରିଚାର୍ଜ ଦର ବୃଦ୍ଧି କରିପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଏଆର୍‌ପିୟୁର ଅର୍ଥ ହେଉଛି ପ୍ରତି ଉପଭୋକ୍ତାଙ୍କଠାରୁ ହାରାହାରି ଆୟ।

ଅର୍ଥାତ୍, ଜଣେ ସକ୍ରିୟ ଗ୍ରାହକଙ୍କଠାରୁ କମ୍ପାନି ପ୍ରତି ମାସରେ ହାରାହାରି କେତେ ଟଙ୍କା ଆୟ କରୁଛି, ତାହା ଏହି ମାପକ ଦର୍ଶାଏ।

୨୦୨୬ ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ଜିଓର ଏଆର୍‌ପିୟୁ ୨୧୫.୬ ଟଙ୍କାକୁ ବୃଦ୍ଧି ପାଇଥିଲା।

ପୂର୍ବବର୍ଷ ସମାନ ସମୟରେ ଏହା ୨୦୮.୮ ଟଙ୍କା ଥିଲା।

୫୩.୩ କୋଟିରୁ ଅଧିକ ହେଲେ ଜିଓ ଗ୍ରାହକ ରିପୋର୍ଟ ଅନୁଯାୟୀ, ଜିଓର ମୋଟ ଗ୍ରାହକ ସଂଖ୍ୟା ୫୩.୩ କୋଟି ଅତିକ୍ରମ କରିଛି।

ପ୍ରତ୍ୟେକ ଗ୍ରାହକ ମାସକୁ ହାରାହାରି ୪୩.୭ ଜିବି ଡାଟା ବ୍ୟବହାର କରୁଛନ୍ତି।

ପୂର୍ବରୁ ଏହି ପରିମାଣ ୩୭ ଜିବି ଥିଲା।

ଏହାବ୍ୟତୀତ, ଜିଓର ୫ଜି ଗ୍ରାହକ ସଂଖ୍ୟା ୨୮.୫ କୋଟିରେ ପହଞ୍ଚିଥିବା ବେଳେ ହୋମ୍ ବ୍ରଡ୍‌ବ୍ୟାଣ୍ଡ୍ ଓ ଜିଓ ଏୟାରଫାଇବର୍ ଗ୍ରାହକଙ୍କ ସଂଖ୍ୟା ୨.୮ କୋଟି ଅତିକ୍ରମ କରିଛି।

ତେବେ ରିଚାର୍ଜ ଦର ବଢ଼ିଲେ ନୂଆ ଗ୍ରାହକ ଯୋଡ଼ିବାର ଗତି ଧୀମା ହୋଇପାରେ।

ପୂର୍ବରୁ ଟାରିଫ୍ ବୃଦ୍ଧି ହେବା ସମୟରେ କିଛି ଗ୍ରାହକ ଅନ୍ୟ ଟେଲିକମ୍ କମ୍ପାନିକୁ ସିମ୍ ପୋର୍ଟ କରିଥିଲେ।

ରିଚାର୍ଜ ଦର ବୃଦ୍ଧିରୁ ରକ୍ଷା କରିବ ଜିଓ ପ୍ରାଇମ୍?

ସମ୍ଭାବ୍ୟ ରିଚାର୍ଜ ଦର ବୃଦ୍ଧିର ପ୍ରଭାବରୁ ଗ୍ରାହକଙ୍କୁ ରକ୍ଷା କରିବା ପାଇଁ ଜିଓ ନିଜର "ଜିଓ ପ୍ରାଇମ୍" ଯୋଜନାକୁ ନୂଆ ରୂପରେ ଆଣିଥିବା ରିପୋର୍ଟରେ ଦାବି କରାଯାଇଛି।

କମ୍ପାନିର କହିବା ଅନୁଯାୟୀ, ଗ୍ରାହକମାନେ ଥରେ ୩୦୦ ଟଙ୍କା ଦେଇ ଏକ ବର୍ଷ ପାଇଁ ଜିଓ ପ୍ରାଇମ୍ ସଦସ୍ୟତା ନେଇପାରିବେ।

ଏହି ସଦସ୍ୟତା ନେଲେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରିଚାର୍ଜ ଦର ବୃଦ୍ଧିରୁ ସୁରକ୍ଷା ମିଳିବ ବୋଲି କମ୍ପାନି ଦାବି କରିଛି।

ଏହି ଯୋଜନାର ମୁଖ୍ୟ ବିଶେଷତାଗୁଡ଼ିକ ହେଲା: ଜିଓର ପ୍ରିପେଡ୍ ଓ ପୋଷ୍ଟପେଡ୍ ଗ୍ରାହକମାନେ ୩୦୦ ଟଙ୍କା ଦେଇ ଏକ ବର୍ଷର ସଦସ୍ୟତା ନେଇପାରିବେ।

୫ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ କମ୍ପାନୀ ଟାରିଫ୍ ବଢ଼ାଇଲେ ମଧ୍ୟ ଜିଓ ପ୍ରାଇମ୍ ସଦସ୍ୟଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ।

ଗ୍ରାହକମାନେ ପୁରୁଣା ଦରରେ ରିଚାର୍ଜ କରିପାରିବେ ବୋଲି ଦାବି କରାଯାଇଛି।

ନୂଆ ଜିଓ ହୋମ୍ ବ୍ରଡ୍‌ବ୍ୟାଣ୍ଡ୍ କିମ୍ବା ଜିଓପିସି ସଂଯୋଗ ନେଲେ ୩୦୦ ଟଙ୍କାର କ୍ୟାସବ୍ୟାକ୍ ଭାଉଚର୍ ମିଳିବ ବୋଲି କୁହାଯାଇଛି।

ପରିବାରର ସଦସ୍ୟ କିମ୍ବା ବନ୍ଧୁଙ୍କ ପାଇଁ ନୂଆ ଜିଓ ସିମ୍ ନେଲେ ମଧ୍ୟ ୩୦୦ ଟଙ୍କାର କ୍ୟାସବ୍ୟାକ୍ ଭାଉଚର୍ ମିଳିବାର ବ୍ୟବସ୍ଥା ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଗ୍ରାହକମାନେ ମାଇଁଜିଓ ଆପ୍‌, ଜିଓର ଅଫିସିଆଲ୍ ୱେବ୍‌ସାଇଟ୍ କିମ୍ବା ନିକଟସ୍ଥ ଜିଓ ଷ୍ଟୋର୍‌ ଓ ଅଂଶୀଦାର ଖୁଚୁରା ଦୋକାନରୁ ଏହି ସଦସ୍ୟତା କିଣିପାରିବେ ବୋଲି କୁହାଯାଇଛି।

ରିଚାର୍ଜ ଦରରେ ୧୨% ବୃଦ୍ଧି ଏବଂ ଜିଓ ପ୍ରାଇମ୍‌ର ସର୍ତ୍ତାବଳୀ ସମ୍ପର୍କିତ ତଥ୍ୟ ରିପୋର୍ଟ ଆଧାରିତ।

ରିଚାର୍ଜ କରିବା ପୂର୍ବରୁ ଜିଓର ଅଫିସିଆଲ୍ ଆପ୍‌ କିମ୍ବା ୱେବ୍‌ସାଇଟ୍‌ରେ ସର୍ବଶେଷ ସୂଚନା ଯାଞ୍ଚ କରନ୍ତୁ।

ଖରାପ ପାଗ ଯୋଗୁଁ ଦିଲ୍ଲୀ ଆସୁଥିବା ୫ ବିମାନର ମାର୍ଗ ପରିବର୍ତ୍ତନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)