Jesus in Kejriwal's Home Temple: କେଜ୍ରିୱାଲଙ୍କ ୫୮ କୋଟିର ଶିଶ୍ ମହଲ, ମନ୍ଦିରର ଫଟୋ ଖୋଲିଲା ନୂଆ ବିବାଦ
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବାଦୀୟ ସରକାରୀ ବାସଭବନ 'ଶିଶ୍ ମହଲ'କୁ ନେଇ ପୁଣି ଚର୍ଚ୍ଚା।
ଘର ଭିତରେ ଥିବା ମନ୍ଦିରରେ ହିନ୍ଦୁ ଦେବଦେବୀଙ୍କ ସହ ଯୀଶୁ ଖ୍ରୀଷ୍ଟଙ୍କ ଫଟୋ ଦେଖି ଆରମ୍ଭ ହୋଇଛି ନୂଆ ବିବାଦ।
ଶୁକ୍ରବାର ସାମ୍ବାଦିକଙ୍କୁ ଏହି ବଙ୍ଗଳା ବୁଲାଇ ଦେଖାଇଥିଲା ବିଜେପି ନେତୃତ୍ୱାଧୀନ ଦିଲ୍ଲୀ ସରକାର।
Advertisment ମନ୍ଦିରରେ ଭଗବାନ ଶିବ, ମା' ଦୁର୍ଗାଙ୍କ ସହ ଯୀଶୁଙ୍କ ଫଟୋ ଥିବା ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଏହାକୁ ନେଇ କିଛି ସୋସିଆଲ ମିଡିଆ ୟୁଜର୍ ଓ ଆର୍ଏସ୍ଏସ୍ ସହ ଜଡ଼ିତ ପତ୍ରିକା 'ପାଞ୍ଚଜନ୍ୟ' ପ୍ରଶ୍ନ ଉଠାଇଛି।
ଅନ୍ୟପଟେ ମନ୍ଦିର ନିର୍ମାଣରେ ୬.୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବୋର୍ଡରେ ଦର୍ଶାଯାଇଛି।
କେବଳ ମନ୍ଦିର ନୁହେଁ, ପୂରା ବଙ୍ଗଳାର ଖର୍ଚ୍ଚକୁ ନେଇ ମଧ୍ୟ ରାଜନୈତିକ ହଟଚମଟ।
ସରକାରଙ୍କ ଲଗାଇଥିବା ବୋର୍ଡରେ ମୋଟ ଖର୍ଚ୍ଚ ୫୮.୮୩ କୋଟି ଟଙ୍କା ଦର୍ଶାଯାଇଛି।
ଚାନ୍ଦେଲିୟର୍ରୁ ସୋଫା, ପରଦାଠାରୁ ଟିଭି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀର ଦାମ୍ ମଧ୍ୟ ପ୍ରଦର୍ଶିତ ହୋଇଛି।
ଏହି ବଙ୍ଗଳାକୁ ଆସନ୍ତା ମାସରୁ ଗାଇଡ୍ ସହ ଜନସାଧାରଣଙ୍କ ପାଇଁ ଖୋଲିବା ଯୋଜନା ରହିଛି।
Advertisment वीडियो केजरीवाल के शीश महल का है.... माँ दुर्गा और भगवान महादेव के साथ एक मंदिर में जीसस क्राइस्ट क्या कर रहे हैं??? #ArvindKejriwal #शीशमहल pic.twitter.com/G8cnJqVB1v — Himanshu Neema (@HimanshuNeema2) November 27, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
