Jensen Huang Gets Hero's Welcome: ସିଇଓଙ୍କୁ ହିରୋ ଭଳି ସ୍ୱାଗତ, 'ୱି ଲଭ୍ ୟୁ' ନାରାରେ କମ୍ପିଲା ଅଫିସ୍
NVIDIA ସିଇଓ ପଦକୁ ଫେରିବା ପରେ ଜେନସେନ୍ ହୁଆଙ୍ଗଙ୍କୁ ମିଳିଛି ଜୋରଦାର ସ୍ୱାଗତ।
କମ୍ପାନୀର ମୁଖ୍ୟାଳୟରେ ପହଞ୍ଚିବା ପରେ କର୍ମଚାରୀମାନେ ତାଳି ଓ ନାରା ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି।
କାଲିଫର୍ଣ୍ଣିଆର ସାଣ୍ଟା କ୍ଲାରାସ୍ଥିତ NVIDIA ମୁଖ୍ୟାଳୟରେ ଏଭଳି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଭାଇରାଲ ହେଉଛି।
Advertisment କର୍ମଚାରୀଙ୍କ ଭଲପାଇବା ଓ ସମର୍ଥନ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ଜେନସେନ୍।
ସେ କହିଥିଲେ, "ମୋତେ ଦ୍ୱିତୀୟ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।
ଦ୍ୱିତୀୟ ଥର ପାଇଁ ମୁଁ ଆହୁରି ଭଲ ସିଇଓ ହେବାକୁ ଚେଷ୍ଟା କରିବି।" ଏହା କହିବା ସମୟରେ ସେ ନିଜ ଛାତି ଉପରେ ହାତ ରଖିଥିଲେ।
ଏହାପରେ କର୍ମଚାରୀମାନେ 'ୱି ଲଭ୍ ୟୁ ଜେନସେନ୍' ଏବଂ 'ଜେନସେନ୍...
ଜେନସେନ୍...' ନାରା ଦେଇଥିଲେ।
ଜଣେ କର୍ମଚାରୀ ଆଗକୁ ଆସି ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ।
ପ୍ରଥମ ଦିନରେ ମଜାଳିଆ ଅନ୍ଦାଜରେ ମଧ୍ୟ ନଜର ଆସିଥିଲେ ଜେନସେନ୍।
ସେ କହିଥିଲେ, "ଆଜି ଅଫିସରେ ମୋର ପ୍ରଥମ ଦିନ।
ମୋ ପାଖରେ କମ୍ପ୍ୟୁଟର ନାହିଁ।
ଆଇଟି ବିଭାଗ ମୋତେ ନୂଆ କମ୍ପ୍ୟୁଟର ଦେବ।
ମୁଁ ଆଶା କରୁଛି ତାହା RTX Spark ହୋଇଥିବ।" ଏହାସହ ସେ କର୍ମଚାରୀମାନଙ୍କୁ ନିଜ ଯୋଗୁଁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।
Advertisment ଜେନସେନଙ୍କ ପ୍ରତ୍ୟାବର୍ତ୍ତନ ପଛରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଭୂମିକା ରହିଥିବା କୁହାଯାଉଛି।
ଜେନସେନଙ୍କୁ 'ଜାତୀୟ ସମ୍ପଦ' ବୋଲି କହିବା ସହ ତାଙ୍କୁ ପୁଣି ସିଇଓ ପଦକୁ ଫେରାଇ ଆଣିବା ପାଇଁ NVIDIA ବୋର୍ଡ ସହ ଆଲୋଚନା କରିଥିବା ଟ୍ରମ୍ପ କହିଛନ୍ତି।
ବୋର୍ଡ ଆମେରିକାର ଜାତୀୟ ସୁରକ୍ଷାକୁ ନେଇ ଆଶ୍ୱସ୍ତ ହେବା ପରେ ଜେନସେନଙ୍କ ପ୍ରତ୍ୟାବର୍ତ୍ତନକୁ ଅନୁମତି ମିଳିଥିଲା।
ନଭେମ୍ବର ୧୨ରେ ଜେନସେନ୍ ସିଇଓ ପଦରୁ ଇସ୍ତଫା ଦେଇଥିଲେ।
ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ଜଣେ ଚୀନ୍ ନାଗରିକ ଆଲିସ୍ ହୁଆଙ୍ଗଙ୍କ ସହ ସମ୍ପର୍କକୁ ନେଇ ଆସିଥିବା ରିପୋର୍ଟ ପରେ କମ୍ପାନୀରେ ଚର୍ଚ୍ଚା ଜୋର ଧରିଥିଲା।
ଆଲିସ୍ ଚୀନ୍ ଗୁଇନ୍ଦା ସଂସ୍ଥା ସହ ଜଡ଼ିତ ଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା।
ତେବେ ଏହି ଅଭିଯୋଗଗୁଡ଼ିକର ତଦନ୍ତ ଜାରି ରହିଛି।
ଜେନସେନଙ୍କ ପ୍ରତ୍ୟାବର୍ତ୍ତନ ପରେ ସେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖାଦେଇଛି।
NVIDIAର ସେୟାର ମୂଲ୍ୟ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ପାଇଛି।
ସ୍ପେସ୍ଏକ୍ସ ସିଇଓ ଏଲନ୍ ମସ୍କ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରି 'ଭୁଲ୍ ସୁଧାରି ଦିଆଯାଇଛି' ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି।
ତେବେ ଜେନସେନଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆମେରିକାରେ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଛି।
ଉଭୟ ଡେମୋକ୍ରାଟ୍ ଓ ରିପବ୍ଲିକାନ୍ ଦଳର କିଛି ସାଂସଦ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ଚୀନ୍କୁ ଉନ୍ନତ AI ଚିପ୍ର ଯୋଗାଣ ଏବଂ ଆମେରିକାର ରପ୍ତାନି ନିୟମ ପାଳନକୁ ନେଇ NVIDIA ଉପରେ ଅଧିକ ତଦନ୍ତ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
