Japanese Cricketers Enter IPL 2027 Auction: ଆଇପିଏଲ୍ ନିଲାମୀରେ ଜାପାନୀ ଖେଳାଳିଙ୍କ ଏଣ୍ଟ୍ରି, ଭାରତକୁ ଦେଇଥିଲେ ଚକମା

Nov 25, 2026 - 19:21
Japanese Cricketers Enter IPL 2027 Auction: ଆଇପିଏଲ୍ ନିଲାମୀରେ ଜାପାନୀ ଖେଳାଳିଙ୍କ ଏଣ୍ଟ୍ରି, ଭାରତକୁ ଦେଇଥିଲେ ଚକମା

ଆଇପିଏଲ୍ ନିଲାମୀରେ ଏଥର ଜାପାନୀ ଖେଳାଳିଙ୍କ ଏଣ୍ଟ୍ରି!

ଭାରତ ବିପକ୍ଷରେ ବୋଲିଂରେ କମାଲ୍ ଦେଖାଇଥିବା ଦୁଇ ଜାପାନୀ କ୍ରିକେଟର ଏବେ ଆଇପିଏଲ୍ ୨୦୨୭ ନିଲାମୀ ପାଇଁ ନାମ ପଞ୍ଜୀକରଣ କରିଛନ୍ତି।

ଏମାନେ ହେଉଛନ୍ତି ଚାର୍ଲି ହାରା-ହିଞ୍ଜେ ଓ ବେଞ୍ଜାମିନ୍ ଇଟୋ-ଡେଭିସ୍।

Advertisment ଗତ ସେପ୍ଟେମ୍ବର ୨୨ରେ ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ୍‌ରେ ଉଭୟ ନିଜ ବୋଲିଂର ଜଲୱା ଦେଖାଇଥିଲେ।

ମାତ୍ର ୫ ଓଭରର ଏହି ମ୍ୟାଚ୍‌ରେ ୧୮ ବର୍ଷୀୟ ଚାର୍ଲି ଅଭିଷେକ ଶର୍ମା ଓ ଶ୍ରେୟସ ଆୟରଙ୍କ ୱିକେଟ୍ ନେଇଥିଲେ।

୨ ଓଭରରେ ମାତ୍ର ୧୭ ରନ୍ ଦେଇଥିଲେ।

ସେହିପରି ୨୭ ବର୍ଷୀୟ ବେଞ୍ଜାମିନ୍ ନିଜ ଗୋଟିଏ ଓଭରରେ ମାତ୍ର ୨ ରନ୍ ଦେଇ ଇଶାନ କିଶନଙ୍କୁ ଆଉଟ୍ କରିଥିଲେ।

ଚାର୍ଲି ଜାପାନ ପାଇଁ ୪୧ଟି ଟି-୨୦ ମ୍ୟାଚ୍ ଖେଳି ୪୯ଟି ୱିକେଟ୍ ନେଇଛନ୍ତି।

ଅନ୍ୟପଟେ ବେଞ୍ଜାମିନ୍ ୨୮୯ ରନ୍ କରିବା ସହ ୩୩ଟି ୱିକେଟ୍ ହାସଲ କରିଛନ୍ତି।

Advertisment ତେବେ ଏଥର ଆଇପିଏଲ୍ ନିଲାମୀ ପାଇଁ ମୋଟ୍ ୧୨୨୦ ଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି।

ଏଥିରେ ୯୩୯ ଜଣ ଭାରତୀୟ ଓ ୨୮୧ ଜଣ ବିଦେଶୀ ଖେଳାଳି ଅଛନ୍ତି।

ଡିସେମ୍ବର ୧୬ରେ ଗୋଆରେ ହେବ ଏହି ନିଲାମୀ।

୧୦ଟି ଦଳ ପାଖରେ ଖେଳାଳିଙ୍କ ପାଇଁ ସର୍ବାଧିକ ୬୬ଟି ସ୍ଥାନ ଖାଲି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)