Arrest warrant: ଘୃଣା ଭାଷଣ ମାମଲା ମହୁଆଙ୍କ ବିରୋଧରେ ଗିରଫ ପରୱାନା ଜାରି
"କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି।
ଘୃଣା ଭାଷଣ ମାମଲାରେ ସେ ବାରମ୍ବାର କୋର୍ଟରେ ହାଜର ହେବାରେ ବିଫଳ ହୋଇଥିବାରୁ ପଶ୍ଚିମବଙ୍ଗର କ୍ରିଷ୍ଣାନଗର କୋର୍ଟ ତାଙ୍କୁ ଗିରଫ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କ୍ରିଷ୍ଣାନଗର କୋର୍ଟରେ ତୃତୀୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ ମହୁଆଙ୍କୁ ଗିରଫ କରିବାପାଇଁ ତୁରନ୍ତ ୱାରେଣ୍ଟ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କାର୍ଯ୍ୟକାରୀ ରିପୋର୍ଟ ଅଗଷ୍ଟ ୨୮ ତାରିଖରେ ଦାଖଲ କରିବାକୁ କହିଛନ୍ତି।
Advertisment ଆହୁରି ପଢନ୍ତୁ :Vande Mataram: ବନ୍ଦେ ମାତରମ୍ର ପ୍ରଥମ ଦୁଇଟି ପଦ ହିଁ ଗାଇବ କଂଗ୍ରେସ ମହୁଆଙ୍କୁ ଆଜି କୋର୍ଟରେ ହାଜର ହେବାପାଇଁ ମଙ୍ଗଳବାର କୋର୍ଟ କହିଥିଲେ। ।
କିନ୍ତୁ ସେ ହାଜର ହେଲେନାହିଁ।
ତାଙ୍କ ଆଇନଜୀବୀ କୋର୍ଟଙ୍କୁ କହିଥିଲେ ଯେ କୋର୍ଟ ପରିସର ବାହାରେ ବିଶୃଙ୍ଖଳା ଭୟ ଥିବାରୁ ମହୁଆ କୌଣସି ପରିସ୍ଥିତିରେ କୋର୍ଟରେ ହାଜର ହୋଇପାରିବେନି।
ତେବେ ଏହା ପ୍ରଥମ ଘଟଣା ନୁହେଁ ବାରମ୍ବାର ମହୁଆ କୋର୍ଟଙ୍କ ଆଦେଶର ଅବମାନନା କରିଥିବାରୁ କୋର୍ଟ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
