Fake Additional SP: ହାତକଡ଼ି ପିନ୍ଧିଲା ନକଲି ଅତିରିକ୍ତ ଏସ୍‌ପି: ୧୦ ବର୍ଷ ହେଲା ନକଲି ପରିଚୟରେ ଖେଳୁଥିଲା

Jul 11, 2026 - 06:08
Fake Additional SP: ହାତକଡ଼ି ପିନ୍ଧିଲା ନକଲି ଅତିରିକ୍ତ ଏସ୍‌ପି: ୧୦ ବର୍ଷ ହେଲା ନକଲି ପରିଚୟରେ ଖେଳୁଥିଲା

"ଭୁବନେଶ୍ବର: ପାଖାପାଖି ୧୦ ବର୍ଷ ହେଲା ନକଲି ପୁଲିସ ଅଧିକାରୀ ପରିଚୟରେ ସାଧାରଣ ଲୋକଙ୍କ ସମେତ ବିଭିନ୍ନ ଥାନାର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଭୁଆଁ ବୁଲାଇବା ସହ ଚୂନ ଲଗାଇ ଆସୁଥିବା ଧୂର୍ତ୍ତର ଖେଳ ସରିଯାଇଛି।

ଗତକାଲି ଖାରବେଳନଗର ଥାନା ପୁଲିସ ହାତରେ ଧରାପଡ଼ିଥିବା ଏହି ଅଭିଯୁକ୍ତ ହେଲା ୟୁନିଟ୍-୩ ଖାରବେଳନଗରରେ ରହୁଥିବା ରଜନୀକାନ୍ତ ମହାନ୍ତି।

ନିଜକୁ ଅତିରିକ୍ତ ଏସ୍‌ପି ବୋଲି କହିକହି ଖାରବେଳନଗର ଥାନା ପୁଲିସକୁ ଚକ୍‌ମା ଦେଇଆସୁଥିବା ରଜନୀକାନ୍ତ ୨ମାସ ହେଲା ପାତ୍ରପଡ଼ା ଅଞ୍ଚଳରେ ଲୁଚି ରହିଥିଲା।

ପ୍ରାୟ ୧୫ଦିନ ହେଲା ତାକୁ ଲଗାତାର ପିଛା କରୁଥିବା ପୁଲିସ ଟିମ୍‌ ଗତକାଲି ରାତିରେ ପାତ୍ରପଡ଼ାରୁ ଉଠାଇଛି।

ତା" ନିକଟରୁ ଅତିରିକ୍ତ ଏସ୍‌ପି ପରିଚୟରେ ପ୍ରସ୍ତୁତ ଏକ ଜାଲ୍‌ ପରିଚୟପତ୍ର ଜବତ କରାଯାଇଛି।

ଆଜି ତାକୁ ୬ରୁ ଅଧିକ ସଂଗିନ ଦଫାରେ କୋର୍ଟ ଚାଲାଣ କରାଯାଇଛି।

ଠକେଇ, ପୁଲିସକୁ ଧମକ ଭଳି ଦଫା ଲାଗିଥିବାରୁ ତାକୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ଶଠ ରଜନୀ ୟୁନିଟ୍-୩ ଖାରବେଳନଗର ଅଞ୍ଚଳରେ ଭଡ଼ାରେ ରୁହେ।

ଅଭିଯୋଗକାରୀ ତଥା ଖାରବେଳନଗରର ସ୍ଥାୟୀ ବାସିନ୍ଦା ସୁଜିତ ନାୟକଙ୍କ ପଡ଼ୋଶୀଘର ଭଡ଼ା ନେଇ ରଜନୀ ରହୁଥିଲା।

ନିଜକୁ ଅତିରିକ୍ତ ଏସ୍‌ପି ବୋଲି ପରିଚୟ ଦେଇ ଉକ୍ତ ଅଞ୍ଚଳରେ ଦବ୍‌ଦବା ବଢ଼ାଇଥିଲା।

ମେ ୧୨ ତାରିଖର ଘଟଣା।Advertisment Competition: ଆମେରିକାରେ ଓଡ଼ିଶାର ପାରଂପରିକ ପିଠା ପ୍ରତିଯୋଗିତା ସୁଜିତ୍‌ ତାଙ୍କ ନୂଆ କାର୍‌କୁ ରଜନୀ ରହୁଥିବା ଘରର ପାଚେରି କଡ଼ରେ କିଛି ସମୟ ପାଇଁ ପାର୍କିଂ କରିଥିଲେ।

ଏହାଦେଖି ରଜନୀର ମୁଣ୍ଡ ବିଗିଡ଼ିଯାଇଥିଲା।

ଜଣେ ପୁଲିସ ଅଧିକାରୀଙ୍କ ଘର ପାଖରେ ବିନା ଅନୁମତିରେ କିଏ କାର୍‌ ପାର୍କିଂ କରିବାକୁ ସାହସ କଲା!

ରାଗରେ ସେ କାର୍‌କୁ ବାଡ଼େଇ ଭାଙ୍ଗି ଦେଇଥିଲେ।

ଖବର ପାଇ ସୁଜିତ୍‌ କାର୍‌ ପାଖକୁ ଧାଇଁ ଆସିଥିଲେ।

ସୁଜିତ୍‌ଙ୍କୁ ଦେଖୁଦେଖୁ ରଜନୀ ଅଧିକ ଉତ୍‌କ୍ଷିପ୍ତ ହୋଇଉଠିଥିଲା।

ସେ ଜଣେ ଆଡିସିନାଲ୍ ଏସ୍‌ପି ବୋଲି ଜାଣି ବି କାର୍‌ ପାର୍କିଂ କରିବା ପୂର୍ବରୁ ଅନୁମତି କିଭଳି ନେଲନି ବୋଲି ସୁଜିତ୍‌ଙ୍କୁ ପଚାରି ଗାଳିକରିଥିଲା।

ଏମିତିକି ତାଙ୍କୁ ଥାନାରେ ପୂରାଇବ ବୋଲି ଧମକ ଦେଇଥିଲା।

ଏନେଇ ସୁଜିତ୍‌ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ଖାରବେଳନଗର ଥାନା ପୁଲିସ ରଜନୀର ଭଡ଼ାଘରକୁ ଯାଇ ଖୋଜିବାରୁ ପରିବାର ଲୋକେ ବି ମିଛ କହିଥିଲେ।

ରଜନୀ କଟକ ପୁଲିସ ମୁଖ୍ୟାଳୟକୁ ଯାଇଛନ୍ତି ଏବଂ ଡିଜିଙ୍କ ସହ ଜରୁରୀ ବୈଠକରେ ଅଛନ୍ତିି ବୋଲି କହିଥିଲେ।

ଖାରବେଳନଗର ଥାନା ଆଇଆଇସି ଦେବେନ୍ଦ୍ର ବିଶ୍ବାଳ ଖୋଳତାଡ଼ କରି ଜାଣିବାକୁ ପାଇଲେ ଯେ ଧୂର୍ତ୍ତ ରଜନୀ ନକଲି ପରିଚୟରେ ବୁଲୁଛି।

ଫୋନ୍‌ରେ ଯୋଗାଯୋଗ କରିବାରୁ ଠକ ରଜନୀ ନିଜକୁ ପୁଲିସ ମୁଖ୍ୟାଳୟର ଷ୍ଟେନୋ ବୋଲି କହି ଅନୁକମ୍ପା ହାସଲ କରିବାକୁ ଅନୁରୋଧ କରିଥିଲା।

କିନ୍ତୁ ଆଇଆଇସି ଶ୍ରୀ ବିଶ୍ବାଳ ତାକୁ ଯେତେ କହିଲେ ହେଁ ବିଭିନ୍ନ ବାହାନା କରି ସେ ଥାନାକୁ ଆସିନଥିଲା।

ଶେଷରେ ମୋବାଇଲ୍‌ ସୁଇଚ୍‌ ଅଫ୍ କରି ଫେରାର ହୋଇଯାଇଥିଲା।

ଗତକାଲି ତାକୁ କାବୁ କଲା ବେଳେ ସେ ପାଖରେ ରଖିଥିବା ନକଲି ପରିଚୟପତ୍ରକୁ କାମୁଡ଼ି କାମୁଡ଼ି ନଷ୍ଟ କରିବାକୁ ଉଦ୍ୟମ କରିଥିଲା।

କିନ୍ତୁ ପୁଲିସ ଟିମ୍‌ ତା ପାଟିରୁ ସେହି କାର୍ଡକୁ ଟାଣି ଆଣିଥିଲେ।

୨ମାସ ଫେରାର ରହିବା ଭିତରେ ସେ ତା"ର ପୁଲିସ ପୋଷାକ ନଷ୍ଟ କରିଦେଇଥିବା ଜଣାପଡ଼ିଛି।

Horoscope 2026 July 11: ଜାଣନ୍ତୁ ଆଜିର ରାଶିଫଳ ରାଜନେତାଙ୍କ ଅନୁକମ୍ପା ପାଇଁ ଥାନାରେ ପଶି ପୁଲିସକୁ ଧମକାଉଥିଲାଠକ ରଜନୀ ଅତିରିକ୍ତ ଏସ୍‌ପି ପରିଚୟରେ ଲୋକଙ୍କୁ ଚୂନ ଲଗାଉଥିବା ତଦନ୍ତରୁ ଜଣାପଡ଼ିଛି।

ଜଣେ ପୁଲିସ ଅଧିକାରୀ ବୋଲି ସେ କିଛି ରାଜନେତାଙ୍କ ସହ ଭଲ ସମ୍ପର୍କରେ ଥିଲା।

ଦୁଇ ଦୁଇଜଣ କର୍ପୋରେଟର୍‌ଙ୍କ ସହ ତା"ର ଭଲ ସମ୍ପର୍କ ଥିଲା ଏବଂ ସେ ଦୁଇ ରାଜନେତାଙ୍କ ଜରିଆରେ ବି ବିଭିନ୍ନ ଅନୁକମ୍ପା ହାସଲ କରିଛି।

ତେଣୁ ଦୁଇ କର୍ପୋରେଟର୍‌ଙ୍କ ଲୋକ କୌଣସି ଗଣ୍ଡଗୋଳରେ ଥାନାରେ ଅଟକ ରହୁଥିଲେ ସେ ସେମାନଙ୍କ ସପକ୍ଷରେ ଥାନାରେ ପହଞ୍ଚୁଥିଲା ଏବଂ ତା" ଲୋକ ବୋଲି କହି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଧମକ ଦେଉଥିଲା।

ଏମିତିକି ସେମାନଙ୍କ ଚାକିରି ଖାଇଦେବ କିମ୍ବା ମାଲକାନଗିରି ପଠାଇଦେବ ବୋଲି ଧମକ ଦେଉଥିଲା।

ଏକଦା ସେ ଖାରବେଳନଗର ଥାନାରେ ପଶି ଏମିତି ଧମକଚମକ ଦେଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।