ISRO NVS-03 launch: ଅକ୍ଟୋବର ୩୦ରେ ଏନ୍‌ଭିଏସ୍‌-୦୩ ଉପଗ୍ରହ ଉତ୍‌କ୍ଷେପଣ

Oct 28, 2026 - 22:05
ISRO NVS-03 launch: ଅକ୍ଟୋବର ୩୦ରେ ଏନ୍‌ଭିଏସ୍‌-୦୩ ଉପଗ୍ରହ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତର ନେଭିଗେସନ୍‌ ଉପଗ୍ରହ ବ୍ୟବସ୍ଥା 'ନାଭିକ୍‌'କୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅକ୍ଟୋବର ୩୦ରେ ଏନ୍‌ଭିଏସ୍‌-୦୩ ଉପଗ୍ରହ ଉତ୍‌କ୍ଷେପଣ କରିବାକୁ ଯାଉଛି।

ଏହି ଅଭିଯାନରେ ପୂର୍ବ ଉତ୍‌କ୍ଷେପଣଗୁଡ଼ିକଠାରୁ ଭିନ୍ନ ଏକ ପଦକ୍ଷେପ ନିଆଯାଇଛି।

ଉପଗ୍ରହରେ ଇନ୍ଧନ ଓ ଅକ୍ସିଡାଇଜର୍‌ ପ୍ରବାହ ନିୟନ୍ତ୍ରଣ କରୁଥିବା ପାଇରୋ ଭାଲ୍‌ଭଗୁଡ଼ିକୁ ଉତ୍‌କ୍ଷେପଣ ପୂର୍ବରୁ ଖୋଲା ରଖିବାକୁ ଯୋଜନା କରାଯାଇଛି।

ଇସ୍ରୋର ୫୧ ବର୍ଷର ଉପଗ୍ରହ ଉତ୍‌କ୍ଷେପଣ ଇତିହାସରେ ଏହା ଏକ ଅଭିନବ ପଦକ୍ଷେପ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment ୨୦୨୫ ଜାନୁଆରି ୨୯ରେ ଉତ୍‌କ୍ଷେପିତ ଏନ୍‌ଭିଏସ୍‌-୦୨ ଉପଗ୍ରହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିବାରେ ବିଫଳ ହେବା ପରେ ଇସ୍ରୋ ଏହି ପରିବର୍ତ୍ତନ କରିଛି।

ଉପଗ୍ରହଟି ପ୍ରଥମେ ନିର୍ଦ୍ଧାରିତ ଅନ୍ତରୀଣ କକ୍ଷପଥରେ ସଫଳତାର ସହ ପହଞ୍ଚିଥିଲେ ମଧ୍ୟ ଏହାକୁ ଚୂଡ଼ାନ୍ତ କକ୍ଷପଥକୁ ନେବା ପାଇଁ ଆବଶ୍ୟକ ଇଞ୍ଜିନ୍‌ ଚାଲୁ କରାଯାଇପାରି ନ ଥିଲା।

ଇସ୍ରୋର ତଦନ୍ତରୁ ଜଣାପଡ଼ିଥିଲା ଯେ, ଉପଗ୍ରହର ପ୍ରପଲ୍‌ସନ୍‌ ବା ଗତି ସୃଷ୍ଟିକାରୀ ବ୍ୟବସ୍ଥାରେ ଥିବା ଅକ୍ସିଡାଇଜର୍‌ ଲାଇନ୍‌ର ପାଇରୋ ଭାଲ୍‌ଭକୁ ଖୋଲିବା ପାଇଁ ଆବଶ୍ୟକ ବିଦ୍ୟୁତ୍‌ ସଙ୍କେତ ପହଞ୍ଚି ନ ଥିଲା।

ମୁଖ୍ୟ ଓ ବିକଳ୍ପ ବିଦ୍ୟୁତ୍‌ ସଂଯୋଗ ପଥରେ ଥିବା କନେକ୍ଟର୍‌ର ଅତି କମ୍‌ରେ ଗୋଟିଏ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସମ୍ଭାବନା ତଦନ୍ତକାରୀ କମିଟି ପ୍ରକାଶ କରିଥିଲା।

ଫଳରେ ଉପଗ୍ରହଟି ଚୂଡ଼ାନ୍ତ କକ୍ଷପଥରେ ପ୍ରବେଶ କରିପାରି ନ ଥିଲା।

ସାଧାରଣତଃ ଉତ୍‌କ୍ଷେପଣ ସମୟରେ ଇନ୍ଧନ ଓ ଅକ୍ସିଡାଇଜର୍‌କୁ ପୃଥକ୍‌ ରଖିବା ପାଇଁ ପାଇରୋ ଭାଲ୍‌ଭ ବନ୍ଦ ରଖାଯାଏ।

ମହାକାଶରେ ନିର୍ଦ୍ଦିଷ୍ଟ ସମୟରେ ଏହାକୁ ଖୋଲାଯାଏ।

କିନ୍ତୁ ଏନ୍‌ଭିଏସ୍‌-୦୩ କ୍ଷେତ୍ରରେ ଉତ୍‌କ୍ଷେପଣ ପୂର୍ବରୁ ଏହି ଭାଲ୍‌ଭ ଖୋଲା ରଖାଯିବ।

ଏହାଦ୍ୱାରା ମହାକାଶରେ ଭାଲ୍‌ଭ ଖୋଲିବା ପାଇଁ ବିଦ୍ୟୁତ୍‌ ସଙ୍କେତ ପଠାଇବାର ଆବଶ୍ୟକତା ରହିବ ନାହିଁ ଏବଂ ପୂର୍ବ ଅଭିଯାନରେ ଦେଖାଦେଇଥିବା ତ୍ରୁଟିର ପୁନରାବୃତ୍ତି ନ ହୋଇପାରେ।

ISRO: ଅନ୍ତରୀକ୍ଷରୁ ଇସ୍ରୋ ଉପଗ୍ରହର ଅଦ୍ଭୁତ ଚିତ୍ର, ପୂର୍ବ ଓ ଦକ୍ଷିଣ ଭାରତ ଘନ ମେଘାଚ୍ଛନ୍ନ ତେବେ ଏହି ପରିବର୍ତ୍ତନକୁ ନେଇ କିଛି ମହାକାଶ ବିଶେଷଜ୍ଞ ଆଶଙ୍କା ମଧ୍ୟ ପ୍ରକାଶ କରିଛନ୍ତି।

ଉତ୍‌କ୍ଷେପଣ ସମୟରେ ତୀବ୍ର କମ୍ପନ, ଚାପର ପରିବର୍ତ୍ତନ ଏବଂ ଇନ୍ଧନ ଲିକ୍‌ ହେବାର ସମ୍ଭାବନା ରହିଛି।

ପାଇରୋ ଭାଲ୍‌ଭ ଖୋଲା ରହିଲେ ପରବର୍ତ୍ତୀ ପର୍ଯ୍ୟାୟର ଆଇସୋଲେସନ୍‌ ଲ୍ୟାଚ୍‌ ଭାଲ୍‌ଭ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ।

ଏହା ଠିକ୍‌ ଭାବେ କାମ ନ କଲେ ଉପଗ୍ରହର ଇଞ୍ଜିନ୍‌ ଚାଲୁ କରିବାରେ ପୁଣି ସମସ୍ୟା ଦେଖାଦେଇପାରେ।

ତେଣୁ ଏହି ବ୍ୟବସ୍ଥାର ସୁରକ୍ଷା ଓ ଭରସାଯୋଗ୍ୟତା ପରୀକ୍ଷାର ଗୁରୁତ୍ୱ ଅଧିକ।

ଏନ୍‌ଭିଏସ୍‌-୦୩ ହେଉଛି ଭାରତର ସ୍ୱଦେଶୀ ଉପଗ୍ରହ ନେଭିଗେସନ୍‌ ବ୍ୟବସ୍ଥା 'ନାଭିକ୍‌'ର ଦ୍ୱିତୀୟ ପିଢ଼ିର ତୃତୀୟ ଉପଗ୍ରହ।

ପ୍ରାୟ ୨୨୫୦ କିଲୋଗ୍ରାମ୍‌ ଓଜନର ଏହି ଉପଗ୍ରହକୁ ଜିଏସ୍‌ଏଲ୍‌ଭି-ଏଫ୍‌୧୮ ରକେଟ୍‌ ସାହାଯ୍ୟରେ ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ କରାଯିବ।

ଏଥିରେ ସ୍ୱଦେଶୀ ପରମାଣୁ ଘଣ୍ଟା ପ୍ରଯୁକ୍ତି ରହିଛି।

ଏହା ସଫଳ ହେଲେ ଭାରତର ନିଜସ୍ୱ ଅବସ୍ଥାନ ନିର୍ଣ୍ଣୟ, ନେଭିଗେସନ୍‌ ଓ ସମୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)