Odisha Assembly Winter Session 2026 ୧୮ରୁ ୧୭ତମ ବିଧାନସଭାର ୮ମ ଅଧିବେଶନ, ଡିସେମ୍ବର ୩୧ ଯାଏଁ ଚାଲିବ
ଭୁବନେଶ୍ବର: ନଭେମ୍ବର ୧୮ ତାରିଖରୁ ୧୭ତମ ବିଧାନସଭାର ୮ମ ଅଧିବେଶନ ଅର୍ଥାତ୍ ୨୦୨୬ ବର୍ଷର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ।
ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ।
ଆଜି (ବୁଧବାର) ଏନେଇ ବିଧାନସଭା ସଚିବଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Advertisment Security arrangements: ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା, ୩୫ ପ୍ଲାଟୁନ୍ ପୁଲିସ ଫୋର୍ସ, ୧୧୦ ଅଧିକାରୀଙ୍କୁ ଦାୟିତ୍ବ ସୂଚନାନୁସାରେ, ଏହି ୧୩ ଦିନିଆ ଅଧିବେଶନରେ ନଭେମ୍ବର ୨୨, ୨୪, ୨୮, ୨୯, ଡିସେମ୍ବର ୬, ଡିସେମ୍ବର ୧୨ ଓ ୧୩, ୨୦, ୨୫, ୨୬ ଓ ୨୭ ତାରିଖ ବନ୍ଦ ରହିବ।
ଏହା ମଧ୍ୟରେ ନଭେମ୍ବର ୨୦, ଡିସେମ୍ବର ୪, ୧୧, ୧୮, ୨୯ ଓ ୩୧ ତାରିଖରେ ବେସରକାରୀ ସଦସ୍ୟ କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଛି।
ଅର୍ଥାତ୍ ବିଧାନସଭା ସମୁଦାୟ ୩୩ ଦିନ ଚାଲିବ ଏବଂ ଏହା ମଧ୍ୟରୁ ୨୫ ଦିନ ସରକାରୀ କାର୍ଯ୍ୟ ଦିବସ ରହିଛି।
Legislative Assembly: ବିଧାନସଭା ଅଧିବେଶନ ୨୭ରୁ: ପ୍ରଥମ ଦିନ ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିବେ, ୨୮ରେ ଅତିରିକ୍ତ ବଜେଟ୍ ଆଗତ ନଭେମ୍ବର ୧୮ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ।
ନଭେମ୍ବର ୨୫, ୨୬, ୨୭ରେ ବଜେଟ୍ ନେଇଆଲୋଚନା ହେବ।
ନଭେମ୍ବର ୩୦ରେ ଅତରିକ୍ତ ବଜେଟ୍ ଉପରେ ବିନିଯୋଗ ବିଧେୟକ ଆଗତ ହେବ।
ବିଧାନସଭା ଅଧିବେଶନ ସମୟରେ ସଚିବମାନେ ବିଦେଶ ଯାତ୍ରାରୁ ନିବୃତ୍ତ ରହିବେ ଏହି ଅଧିବେଶନରେ ବିରୋଧୀ ଦଳ ନିକଟରେ ଶାସକ ବିଜେପିକୁ ଘେରିବାକୁ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଉଦ୍ୟମ, କେନ୍ଦ୍ରର ଏମ୍ଏମ୍ଡିଆର୍ ଆଇନ, ଏସ୍ଆଇଆର୍, ମହାନଦୀ ଜଳ ବିବାଦ ଓ ରାଜ୍ୟରେ ରାସ୍ତାଘାଟର ସ୍ଥିତି, ଦୁର୍ବଳ ନଦୀବନ୍ଧ ଆଦି ପ୍ରସଙ୍ଗ ରହିଛି।
ଅପରପକ୍ଷରେ, ବିଜେପି ପକ୍ଷରୁ ମଧ୍ୟ ଏକାଧିକ ବିଲ୍ର ସଂଶୋଧନ, ବାତ୍ୟା ଅର୍ଣ୍ଣବର ସଫଳତା ଆଦି ପ୍ରସଙ୍ଗରେ ବିରୋଧୀ ଦଳ ଉପରେ ନିଜର ଦବଦବା ରଖିବାକୁ ରଣନୀତି ପ୍ରସ୍ତୁତ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
