ISI espionage case: ପାକିସ୍ତାନ ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚରଗିରି ଅଭିଯୋଗରେ ଦିଲ୍ଲୀ ଦମ୍ପତି ଗିରଫ

Aug 28, 2026 - 20:00
ISI espionage case: ପାକିସ୍ତାନ ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚରଗିରି ଅଭିଯୋଗରେ ଦିଲ୍ଲୀ ଦମ୍ପତି ଗିରଫ

"ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସମର୍ଥିତ ଏକ ଗୁପ୍ତଚର ନେଟ୍‌ୱର୍କର ପର୍ଦ୍ଦାଫାସ କରି ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଏକ ଦମ୍ପତିଙ୍କୁ ଗିରଫ କରିଛି।

ଗିରଫ ଦୁଇଜଣ ହେଲେ ଦିଲ୍ଲୀର ସାହିଲ୍‌ (୨୫) ଓ ତାଙ୍କ ପତ୍ନୀ ସମୀରା (୨୧)।

୨୦୨୪ରୁ ସେମାନେ ପାକିସ୍ତାନସ୍ଥିତ ଗୁଇନ୍ଦା ସଂସ୍ଥାର ସଦସ୍ୟଙ୍କ ସହ ଯୋଗାଯୋଗରେ ରହି ଭାରତ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ ଓ ଯୋଗାଣ କରୁଥିବା ପୁଲିସ ଅଭିଯୋଗ କରିଛି।Advertisment ତଦନ୍ତରୁ ଏହି ଗୁପ୍ତଚର ନେଟ୍‌ୱର୍କର ଯୋଗାଯୋଗ ଦିଲ୍ଲୀରୁ କରାଚୀ ଓ ଇସଲାମାବାଦ ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି।

ପାକିସ୍ତାନରେ ଥିବା ସେମାନଙ୍କ ନିୟନ୍ତ୍ରକମାନେ ଏହି ଦମ୍ପତିଙ୍କୁ ଟଙ୍କା ପଠାଉଥିବା ଅଭିଯୋଗ ହୋଇଛି।

ପୁଲିସ ଅନୁସାରେ, ସାହିଲ୍‌ ଓ ସମୀରା ୨୦୨୪ରୁ ୨୦୨୫ ମଧ୍ୟରେ ୮ଟି ଭାରତୀୟ ସିମ୍‌ କାର୍ଡ ସଂଗ୍ରହ କରି ଦୁବାଇ ଦେଇ ପାକିସ୍ତାନକୁ ପଠାଇଥିଲେ।

ଏଥିପାଇଁ ସେମାନଙ୍କୁ ୩୦ ହଜାର ଟଙ୍କା ଦିଆଯାଇଥିଲା।

ଏହି ସିମ୍‌ କାର୍ଡଗୁଡ଼ିକ ବ୍ୟବହାର କରି ପାକିସ୍ତାନରେ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଖୋଲାଯାଇଥିଲା।

ଏହି ଆକାଉଣ୍ଟ ମାଧ୍ୟମରେ ଭାରତରେ ଥିବା ଲୋକଙ୍କ ସହ ଯୋଗାଯୋଗ କରି ସମ୍ବେଦନଶୀଳ ତଥ୍ୟ ସଂଗ୍ରହର ଉଦ୍ୟମ କରାଯାଉଥିଲା।

କେତେକ ଆକାଉଣ୍ଟ ମାଧ୍ୟମରେ ଭାରତୀୟ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ପ୍ରବେଶ କରି ତଥ୍ୟ ସଂଗ୍ରହ ଉଦ୍ୟମ ହୋଇଥିବା ପୁଲିସ କହିଛି।

ସାହିଲ୍‌କୁ ଦେଶର ବିଭିନ୍ନ ସ୍ଥାନରେ ଥିବା ସାମରିକ ଛାଉଣି ଅଞ୍ଚଳର ସର୍ବେକ୍ଷଣ କରିବା ଏବଂ ଗୁପ୍ତଚର କାର୍ଯ୍ୟ ପାଇଁ ଲୋକଙ୍କୁ ନିଯୁକ୍ତ କରିବା ଦାୟିତ୍ୱ ଦିଆଯାଇଥିଲା ବୋଲି ପୁଲିସ ଅଭିଯୋଗ କରିଛି।

ସେ ସେନାର କୋର୍ଟ ମାର୍ସାଲ୍‌ ମାମଲାରେ ସାମରିକ ଟ୍ରିବ୍ୟୁନାଲ୍‌ର ସମ୍ମୁଖୀନ ହେଉଥିବା କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ଯୋଗାଇଥିବା ତଦନ୍ତରୁ ଜଣାପଡ଼ିଛି।

ପୁଲିସ କହିଛି, ସାହିଲ୍‌ ୨୦୨୪ରେ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଆସିଥିଲା।

Japan: ଜାପାନ ତିଆରି କରୁଛି ନିଜର ଗୁଇନ୍ଦା ସଂସ୍ଥା,କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ସମୀରା ସହାୟତାରେ ଏହି ସମ୍ପର୍କ ସ୍ଥାପିତ ହୋଇଥିଲା।

ପରେ ଉକ୍ତ ଏଜେଣ୍ଟ ସେମାନଙ୍କୁ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ପରିଚିତ କରାଇଥିଲା ଏବଂ ଆର୍ଥିକ ଲାଭର ପ୍ରଲୋଭନ ଦେଇ ଏହି ଗୁପ୍ତଚର କାମ କରିବାକୁ ପ୍ରବର୍ତ୍ତାଇଥିଲା।

ସ୍ପେସାଲ୍‌ ସେଲ୍‌ ପ୍ରଥମେ ସରାଇ କାଲେ ଖାଁର ଚାନ୍ଦ ବିବି କ୍ୟାମ୍ପରୁ ସାହିଲ୍‌କୁ ଗିରଫ କରିଥିଲା।

ତା" ମୋବାଇଲ୍‌ର ଫରେନ୍‌ସିକ୍‌ ଯାଞ୍ଚରୁ ପାକିସ୍ତାନୀ ଏଜେଣ୍ଟଙ୍କ ସହ କଥାବାର୍ତ୍ତା ମିଳିଥିଲା।

ଏହାପରେ ସମୀରାକୁ ଗିରଫ କରାଯାଇଥିଲା।

ଉଭୟଙ୍କଠାରୁ ଜବତ ଦୁଇଟି ମୋବାଇଲ୍‌ରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ଲୋକଙ୍କ ସହ କଥାବାର୍ତ୍ତା ଓ ଭାରତରେ ଥିବା ନେଟ୍‌ୱର୍କର ସମ୍ପର୍କ ସମ୍ବନ୍ଧୀୟ ତଥ୍ୟ ମିଳିଥିବା ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)