Iron ore transportation: ଲୁହାପଥର ପରିବହନ ଠପ୍: ସଙ୍କଟରେ ୪ ହଜାର ଟ୍ରକ୍‌ ମାଲିକ

Nov 23, 2026 - 01:23
Iron ore transportation: ଲୁହାପଥର ପରିବହନ ଠପ୍: ସଙ୍କଟରେ ୪ ହଜାର ଟ୍ରକ୍‌ ମାଲିକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିରୁ ଲୁହାପଥର ପରିବହନ ଏକପ୍ରକାର ଠପ୍‌ ହୋଇଯାଇଛି।

୬ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରକ୍‌ ଯୋଗେ ଲୁହାପଥର ପରିବହନ ହ୍ରାସ ପାଇଥିବାରୁ ଆନନ୍ଦପୁର ଉପଖଣ୍ଡର ଟ୍ରକ୍‌ ମାଲିକମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।

ଅଧିକାଂଶ ଟ୍ରକ୍‌ ଘର ଆଗରେ ଠିଆ ହୋଇଛି।

ମାଲିକମାନେ ଋଣ କିସ୍ତି ଦେଇ ନପାରି ଫାଇନାନ୍ସ କମ୍ପାନିର ଚାପର ସମ୍ମୁଖୀନ ହେଉଛନ୍ତି।

କିଛି ମାଲିକ ବାଧ୍ୟ ହୋଇ ଟ୍ରକ୍‌ ବିକ୍ରି କରିଦେଲେଣି।

ଆନନ୍ଦପୁର ଉପଖଣ୍ଡର ଚାରି ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ବିଭିନ୍ନ ଖଣିରୁ ଲୁହାପଥର ପରିବହନ କରୁଥିଲେ।

ଛଅମାସ ହେଲା ଅଧିକାଂଶ ସେକ୍ଟରରେ ଲୋଡିଂ ପ୍ରାୟତଃ ବନ୍ଦ ରହିଛି।

Advertisment ୩ ହଜାରରୁ ଭଡ଼ା ଖସି ଏବେ ୧୨୦୦ ଟଙ୍କା ଘାରିଛି ଋଣ କିସ୍ତି ଚିନ୍ତା ଯେଉଁ କେତେକ ସ୍ଥାନରେ ଲୋଡିଂ ହେଉଛି, ସେଠାରେ ଭଡ଼ା ଅତ୍ୟନ୍ତ କମ୍ ହୋଇଥିବାରୁ ଟ୍ରକ୍‌ ମାଲିକମାନେ ଲାଭ ତ ଦୂର କଥା, ମୂଳଖର୍ଚ୍ଚ ବି ପାଉନାହାନ୍ତି।

ଗୋଟିଏ ସମୟରେ ଯୋଡ଼ାରୁ ପାରାଦୀପକୁ ଟ୍ରକ୍‌ ଯୋଗେ ଲୁହାପଥର ପରିବହନ ପାଇଁ ଟନ୍ ପିଛା ୩ ହଜାର ଟଙ୍କା ଭଡ଼ା ମିଳୁଥିଲା।

ମାତ୍ର ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି।

କେନ୍ଦୁଝର ଜିଲ୍ଲାରେ ଲୋଡିଂ ମିଳୁ ନଥିବାରୁ ଟ୍ରକ୍‌ଗୁଡ଼ିକ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ସେକ୍ଟର ଉପରେ ନିର୍ଭର କରୁଛନ୍ତି।

ସେଠାରୁ ପାରାଦୀପକୁ ଟନ୍ ପିଛା ମାତ୍ର ୧୨୦୦ରୁ ୧୨୫୦ ଟଙ୍କା ଏବଂ ଧାମରା ବନ୍ଦରକୁ ୧୦୦୦ରୁ ୧୦୫୦ ଟଙ୍କାରେ ଭଡ଼ା ପ୍ରଦାନ କରାଯାଉଛି।

ଡିଜେଲ, ଟାୟାର ଓ ଯନ୍ତ୍ରାଂଶ ଦର ବଢ଼ି ଚାଲିଥିବାବେଳେ ଏତେ କମ୍‌ ଭଡ଼ାରେ ଟ୍ରକ୍‌ ଚଳାଇବା ମାଲିକମାନଙ୍କ ପକ୍ଷରେ ସମ୍ଭବ ହେଉନି।

୨୦୧୮ରେ ଗୋଟିଏ ହଳ ଟାୟାରର ଦାମ୍ ପ୍ରାୟ ୩୫ ହଜାର ଟଙ୍କା ଥିଲା।

ବର୍ତ୍ତମାନ ଏହା ୫୫ ହଜାର ଟଙ୍କାରେ ପହଞ୍ଚିଲାଣି।

ଖର୍ଚ୍ଚ ବଢ଼ିଥିବାବେଳେ ପରିବହନ ଭଡ଼ା ହ୍ରାସ ପାଇଥିବାରୁ ଟ୍ରକ୍‌ ବ୍ୟବସାୟୀ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଏ ସମ୍ପର୍କରେ ଘସିପୁରାର ଟ୍ରକ୍‌ ମାଲିକ ବିଶ୍ୱରଞ୍ଜନ ମହାରଣା କହିଛନ୍ତି, ଲୁହାପଥର ପରିବହନ କ୍ଷେତ୍ରରେ ଅଯଥା ରାଜନୈତିକ ହସ୍ତକ୍ଷେପ ଯୋଗୁଁ ମାଲିକମାନେ ଉଚିତ ଭଡ଼ା ପାଉନାହାନ୍ତି।

ସେମାନେ କ୍ଷତି ସହୁଛନ୍ତି।

ଡ୍ରାଇଭରମାନଙ୍କୁ ନିୟମିତ ଦରମା ଦେବା ମଧ୍ୟ କଷ୍ଟକର ହେଉଛି।

ସେହିପରି ଟାୟାର ମରାମତି ଦୋକାନ କରିଥିବା ଆଜାବୁଲ ଅନସାରୀ କହିଛନ୍ତି, ଏବେ ଦୋକାନ ଖୋଲି ବସୁଥିଲେ ବି କାମ ମିଳୁନି।

ଚାରିଦିନ ମଧ୍ୟରେ ମାତ୍ର ଗୋଟିଏ ଗାଡ଼ିର ଗୋଟିଏ ହଳ ଟାୟାର ଲଗାଇବାକୁ ସୁଯୋଗ ମିଳିଛି।

କେନ୍ଦୁଝର ଟ୍ରକ୍‌ ମାଲିକ ସଂଘ ଉପସଭାପତି ଦେବଦତ୍ତ ନାୟକଙ୍କ କହିବା କଥା, ବିଭିନ୍ନ ସେକ୍ଟରରେ ଲୋଡିଂ ବନ୍ଦ ରହିଛି।

ଟ୍ରେନ୍‌ରେ ଲୁହାପଥର ପରିବହନକୁ ଖଣି କମ୍ପାନିଗୁଡ଼ିକ ଗୁରୁତ୍ବ ଦେଇଛନ୍ତି।

ଏହାଛଡ଼ା ଲୁହାପଥର ରପ୍ତାନି ମଧ୍ୟ ହ୍ରାସ ପାଇଲାଣି।

ଆଉ କିଛିଦିନ ଏଭଳି ସ୍ଥିତି ଲାଗି ରହିଲେ ଟ୍ରକ ମାଲିକମାନେ ରାସ୍ତାକୁ ଆସିବା ଭଳି ପରିସ୍ଥିତି ସୃଷ୍ଟି ହେବା କିଛି ଅମୂଳକ ନୁହେଁ।

ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଟ୍ରକ ମାଲିକମାନେ ନିବେଦନ କରିଛନ୍ତି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)