Iran: ଇରାନରୁ ତେଲ ଆଣିବ ଭାରତ: ରିହାତିରେ ମିଳୁଛି ତେଲ

Jun 28, 2026 - 20:38
Iran: ଇରାନରୁ ତେଲ ଆଣିବ ଭାରତ: ରିହାତିରେ ମିଳୁଛି ତେଲ

"ନୂଆଦିଲ୍ଲୀ: ଇରାନ ତେଲ ଉପରେ ଲଗାଯାଇଥିବା କଟକଣାକୁ ଆମେରିକା ସରକାର ୬୦ ଦିନ ପର୍ଯ୍ୟନ୍ତ ‌କୋହଳ କରିଛନ୍ତି।

ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଅନ୍ତରୀଣ ଶାନ୍ତି ଚୁକ୍ତି ହେବା ପରେ ଇରାନକୁ ଆମେରିକା ଏହି ସୁବିଧା ଦେଇଛି।

ଏହାର ସୁଯୋଗ ନେଇ ଇରାନ ରିହାତି ଦରରେ ନିଜର ତେଲ ବିକ୍ରି ଆରମ୍ଭ କରିଛି।

ଶସ୍ତାରେ ମିଳୁଥିବା ସେହି ତେଲ କିଣିବାକୁ ଭାରତ ଆଗ୍ରହ ଦେଖାଇଛି।

କିନ୍ତୁ ପରିଚାଳନା ଗାଇଡ୍‌ଲାଇନ୍‌ ସ୍ପଷ୍ଟ ହୋଇନଥିବାରୁ ଭାରତ ବିପୁଳ ତେଲ କିଣିବା ବରାଦ ଦେଇପାରୁନାହିଁ।

ବିଶେଷ କରି ପେମେଣ୍ଟ୍‌ ସମ୍ପର୍କରେ ଗାଇଡ୍‌ଲାଇନ୍‌ ସ୍ପଷ୍ଟ ହେବାକୁ ଭାରତ ଅପେକ୍ଷା କରିଛି।Advertisment ଅତୀତରେ ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଇରାନରୁ ମଗାଉଥିଲା।

ଭୌଗୋଳିକ ଦୃଷ୍ଟିରୁ ଭାରତ ଓ ଇରାନ ମଧ୍ୟରେ ଦୂରତା ଯଥେଷ୍ଟ କମ୍‌ ରହିଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ କମ୍‌ ରହୁଛି।

ଏଭଳି ସୁବିଧା ସହିତ ତେଲ ଉପରେ ରିହାତି ଭାରତ ପାଇଁ ବରଦାନ ସଦୃଶ।

କିନ୍ତୁ ତେଲ କିଣିବା ପୂର୍ବରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କିମ୍ବା ସେହି ଧରଣର କୌଣସି ବଡ଼ ବ୍ୟାଙ୍କ ପ୍ରତି କିଛି ବିପଦ ରହିଛି ନା ନାହିଁ ତାହା ଭାରତ ପ୍ରଥମେ ଜାଣିବାକୁ ଚାହୁଛି।

ତେଲ କିଣିବାକୁ ହେଲେ ବ୍ୟାଙ୍କ ଜରିଆରେ ପେମେଣ୍ଟ କରିବାକୁ ପଡ଼ିଥାଏ।

ଯଦି ଇରାନରୁ ତେଲ କିଣୁଥିବା ଦେଶର ଆର୍ଥିକ ଅନୁ‌ଷ୍ଠାନ ଉପରେ ଆମେରିକା ହଠାତ୍‌ କୌଣସି କଟକଣା ଲଗାଇବ ତେବେ ବଡ଼ ଅସୁବିଧା ହୋଇଯିବ ବୋଲି ଭାରତ ଆଶଙ୍କା କରୁଛି।

ସେଥିପାଇଁ ଏହା ନିମୟରେ ଆହୁରି ସ୍ପଷ୍ଟ ହେବାକୁ ଅପେକ୍ଷା କରିଛି।

ଆହୁରି ପଢ଼ନ୍ତୁ: Rajasthan: ରାଜସ୍ଥାନରେ ନାରକୀୟ କାଣ୍ଡ: ହୋଟେଲ ମାଲିକକୁ ବିକ୍ରୀତା ନାବାଳିକାଙ୍କୁ ୫ ଦିନରେ ୩୦ରୁ ଅଧିକ ଲୋକଙ୍କ ଦୁଷ୍କର୍ମ ଆମେରିକା ପକ୍ଷରୁ କଟକଣା ଲଗାଯିବାରୁ ୨୦୧୯ ପରଠାରୁ ଇରାନରୁ ଭାରତ ଆଉ ତେଲ କିଣୁନଥିଲା।

ଚଳିତ ଜୁନ ୨୨ରେ ଇରାନ ତେଲ ଉପରେ ଲଗାଯାଇଥିବା କଟକଣାକୁ ଆମେରିକା କୋହଳ କରିଥିଲା।

ସେହି ସୁବିଧା ଆସନ୍ତା ଅଗଷ୍ଟ ୨୧ ପର୍ଯ୍ୟନ୍ତ ମିଳିବ।

ଇରାନ ତେଲ କିଣିଲେ କେଉଁ ମୁଦ୍ରାରେ ପେମେଣ୍ଟ କରିବାକୁ ହେବ ତାହା ସ୍ପଷ୍ଟ ହୋଇନାହିଁ।

ତେଣୁ ତୈଳ କମ୍ପାନିଗୁଡ଼ିକ ଆମଦାନି ବରାଦ ଦେବା ପୂର୍ବରୁ କେଉଁ ଧରଣର ବ୍ୟାଙ୍କ ଜରିଆରେ କାରବାର ହେବ ତାହା ଜାଣିବାକୁ ଚାହୁଛନ୍ତି।

ବର୍ତ୍ତମାନ ସମୟରେ ତେଲ କିଣା ପାଇଁ ବ୍ୟାଙ୍କ କାରବାର ସବୁଠୁ ବଡ଼ ପରିଚାଳନା ସମସ୍ୟା ଭାବେ ଉଭା ହୋଇଛି।

ସେଥିରେ ସ୍ପଷ୍ଟତା ଆସିଲେ ତୈଳ କମ୍ପାନିଗୁଡ଼ିକ ବରାଦ ଦେବା ଆରମ୍ଭ କରିବେ।

ରିହାତି ଦରରେ ଇରାନ ତେଲ ଦେବାକୁ ବିଭିନ୍ନ ଟ୍ରେଡିଂ ସଂସ୍ଥା ଭାରତୀୟ କମ୍ପାନିଗୁଡ଼ିକ ସହ ଯୋଗଯୋଗ କରିଛନ୍ତି।

ଯେହେତୁ କିଛି ବର୍ଷ ପୂର୍ବରୁ ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଇରାନରୁ ମଗାଉଥିଲା, ତେଣୁ ପୁଣି ଥ‌ରେ ସେଭଳି ସଫଳତା ହାସଲ କରାଯାଇପାରିବ।

"