IPO: ଆଇପିଓରୁ ଆଂଥ୍ରୋପିକ୍ର ୫୩୦୦ କର୍ମଚାରୀ କୋଟିପତି
ନୂଆଦିଲ୍ଲୀ: ଆମେରିକାର ଅଗ୍ରଣୀ କୃତ୍ରିମ ବୁଦ୍ଧିମତ୍ତା ( ଏଆଇ ) ସଂସ୍ଥା ତଥା ଏଆଇ ଚାଟ୍ବଟ୍ କ୍ଲଡ୍ର ନିର୍ମାତା 'ଆନ୍ଥ୍ରୋପିକ୍' ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ପୁଞ୍ଜି ବଜାରରେ ପ୍ରବେଶ କରିଛି।
ଏହାର ପ୍ରଭାବରେ କମ୍ପାନିର ୫୩୦୦ କର୍ମଚାରୀ କୋଟିପତି ହୋଇଛନ୍ତି।
୪୦୦ରୁ ଅଧିକ କର୍ମଚାରୀଙ୍କ ସମ୍ପତ୍ତି ୧୦୦ ନିୟୁତ ଡଲାରରୁ ଅଧିକ ହୋଇଯାଇଛି।
ଏଥିରେ କମ୍ପାନିର ସାତ ଜଣ ପ୍ରତିଷ୍ଠାତାଙ୍କୁ ସାମିଲ କରାଯାଇନାହିଁ।
ସେୟାର ମୂଲ୍ୟ ଅନୁସାରେ ଆନ୍ଥ୍ରୋପିକ୍ ଏକ ୨ ଟ୍ରିଲିଅନ ଡଲାର କମ୍ପାନିରେ ପରିଣତ ହୋଇଛି।
ଏହା୮୧.୩ ବିଲିଅନ ଡଲାର ସଂଗ୍ରହ କରିଥିବାରୁ ତାହା ବିଶ୍ବର ସର୍ବବୃହତ୍ ଆଇପିଓରେ ପରିଣତ ହୋଇଛି।
Advertisment ଆଇପିଓ ସମୟରେ କମ୍ପାନିର ସେୟାର ପିଛା ଦର ୮୩ ଡଲାର ଥିଲା।
ନାସ୍ଦାକ୍ରେ ତାଲିକାଭୁକ୍ତ ହେବା ପରେ ସେହି ମୂଲ୍ୟ ୩୪% ବୃଦ୍ଧପୋଇ ୧୧୧.୫୦ ଡଲାରରେ ପହଞ୍ଚିଛି।
ଆମେରିକାର ଅନ୍ୟତମ ପ୍ରମୁଖ କମ୍ପାନି ତଥା ଏଲନ୍ ମସ୍କଙ୍କ ମହାକାଶ ଅନୁସନ୍ଧାନ ସଂସ୍ଥା ସ୍ପେସ୍ଏକ୍ସ ନିଜର ଆଇପିଓ ଜରିଆରେ ୭୫ ବିଲିଅନ ଡଲାର ସଂଗ୍ରହ କରିଥିଲା।
କମ୍ପାନିର ମୂଲ୍ୟାଙ୍କନ ୧.୭୫ ଟ୍ରିଲିଅନ ଡଲାର ରହିଛି।
AI to Develop Apps: ଏଆଇ ଜରିଆରେ ନୂଆ ଉଦ୍ଭାବନ: ରାସ୍ତା ସୁରକ୍ଷାଠାରୁ ହୃଦରୋଗ ଚିହ୍ନଟ ଯାଏଁ ଭାରତୀୟ ଛାତ୍ରଙ୍କ ସଫଳତା ଆନ୍ଥ୍ରୋପିକ୍ର ସିଇଓ ଡାରିଓ ଆମୋଦେଇ କହିଛନ୍ତି, ଆମେ ଆନ୍ଥ୍ରୋପିକ୍କୁ ଏଥିପାଇଁ ଆରମ୍ଭ କରିଥିଲୁ, କାରଣ ଆମ ସମୟର ସବୁଠୁ ଶକ୍ତିଶାଳୀ ପ୍ରଯୁକ୍ତିକୁ ଆମେ ମାନବ ସମାଜର ଲାଭ ପାଇଁ ବ୍ୟବହାର କରିବାକୁ ଚାହୁଥିଲୁ। ଏହା ଯେପର୍ଯ୍ୟନ୍ତ ସୁରକ୍ଷିତ ଓ ମଣିଷ ନିୟନ୍ତ୍ରଣରେ ଥିବ ଆମେ ତାହାକୁ ମୂତୟନ କରିବୁ।
ଆମେ କୌଣସି ବ୍ୟାବସାୟିକ କିମ୍ବା ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ।
ଆଜି କମ୍ପାନିର ଆର୍ଥିକ ସ୍ଥିତି ବେଶ ସୁଦୃଢ଼ ହୋଇପାରିଛି।
ଫଳରେ ଠିକ୍ କାମ କରିବା ପାଇଁ ଆମ ସଂକଳ୍ପ ଆହୁରି ସୁଦୃଢ଼ ହୋଇଛି।
ମେସିନ ବୁଦ୍ଧିମତ୍ତାର ଆଗମନ ମାନବ ସଭ୍ୟତା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ ଓ ଆମେ ତାହାକୁ ଆହୁରି ଉନ୍ନତ କରିବାର ବିରଳ ସୁଯୋଗ ପାଇଛୁ ବୋଲି ସେ କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
